ହୃଦ୍ଘାତରେ ପୂର୍ବତନ ବିଧାୟକଙ୍କ ପରଲୋକ
ସମ୍ବଲପୁର,୧ା୯: ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ରବିବାର ଭୋର୍ ସମୟରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ବ୍ରଜରାଜନଗରସ୍ଥିତ ହରିଓଁ ବିହାର ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ୧୯୮୦-୮୫ରେ କଂଗ୍ରେସ ଟିକେଟରୁ ସେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ କଂଗ୍ରେସର ଜଣେ […] The post ହୃଦ୍ଘାତରେ ପୂର୍ବତନ ବିଧାୟକଙ୍କ ପରଲୋକ appeared first on Dharitri Odia News.
ସମ୍ବଲପୁର,୧ା୯: ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ରବିବାର ଭୋର୍ ସମୟରେ ହୃଦ୍ଘାତରେ ତାଙ୍କର ଦେହାନ୍ତ ହୋଇଛି। ବ୍ରଜରାଜନଗରସ୍ଥିତ ହରିଓଁ ବିହାର ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ୧୯୮୦-୮୫ରେ କଂଗ୍ରେସ ଟିକେଟରୁ ସେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେ କଂଗ୍ରେସର ଜଣେ ଦକ୍ଷ ନେତା ଭାବେ ବେଶ୍ ଜଣାଶୁଣା ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ସମ୍ବଲପୁର ବିଧାୟକ ରହିଥିଲେ l ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସମ୍ବଲପୁର କଂଗ୍ରେସର ଜିଲା ସଭାପତି ଓ ଏଆଇସିସି ସଦସ୍ୟ ରହିଥିଲେ।
The post ହୃଦ୍ଘାତରେ ପୂର୍ବତନ ବିଧାୟକଙ୍କ ପରଲୋକ appeared first on Dharitri Odia News.