ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି…

ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ଜଣକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି। ଘରେ କେହି ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବିଙ୍କ […] The post ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି… appeared first on Dharitri Odia News.

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି…

ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ଜଣକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଆଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି। ଘରେ କେହି ନ ଥିବା ବେଳେ ଗତ ମଙ୍ଗଳବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବିଙ୍କ ପୁଅ ଝିଅ ଅଭିଯୋଗ କରିଛନ୍ତି। ହତ୍ୟା ଘଟିବା ସମୟରେ ଘରେ ପରିବାର ଲୋକେ କେହି ନ ଥିବା କହିଛନ୍ତି ତାଙ୍କ ପିଲାମାନେ। ବାପା କାମ୍ବି ଏକା ଘରେ ଥିଲେ। ବୁଧବାର ସକାଳେ ପୁଅଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନ ଥିଲେ l କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜିଥିଲା l ଏହା ପରଠାରୁ ବାପାଙ୍କୁ ଖୋଜିଥିଲେ l ତେବେ ବାପାଙ୍କୁ କିଛି ବ୍ୟକ୍ତି ଘର ଆଗରେ ହତ୍ୟାକରୀ ଗାଁଠାରୁ କିଛି ଦୂରରେ ପୋଡ଼ି ଦେଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ। ତେବେ ଭୟରେ ପରିବାର ଲୋକ ରହିଥିଲେ। ଆଜି ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଁଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି। ମୃତ କାମ୍ବି ଗାଁରେ କିଛି ଝଡ଼ଫୁଙ୍କା କରିବା ସହ ଚେରମୂଳି ଔଷଧ ଦେଉଥିଲେ। ତେଣୁ ତାଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମିଶି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଘଟଣା ପରେ ଗାଁରେ ପୁରୁଷ ଶୂନ୍ୟ ଥିବା ଦେଖିବାକୁ ମିଳିଛି l

The post ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି… appeared first on Dharitri Odia News.