ଜମି ପାଇଁ ହତ୍ୟା! ବାପା-ପୁଅ ମୃତ

ପୁରୀ, ୩୧ା୧୦: (ଅଜିତ୍‌ କୁମାର ମହାନ୍ତି): ପୁରୀରେ ବୁଧବାର ପୁଣି ୨ ଜଣଙ୍କ ମୁଣ୍ଡ ଗଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ସଦର ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଘଟିଛି। ଜାଗାବାଡ଼ିକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଗୋଟିଏ ପରିବାରର ବାପା-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ରବି ସ୍ବାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ବାଇଁ। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଛି। ସୂଚନା ଯେ, […] The post ଜମି ପାଇଁ ହତ୍ୟା! ବାପା-ପୁଅ ମୃତ appeared first on Dharitri Odia News.

ଜମି ପାଇଁ ହତ୍ୟା! ବାପା-ପୁଅ ମୃତ

ପୁରୀ, ୩୧ା୧୦: (ଅଜିତ୍‌ କୁମାର ମହାନ୍ତି): ପୁରୀରେ ବୁଧବାର ପୁଣି ୨ ଜଣଙ୍କ ମୁଣ୍ଡ ଗଡ଼ିଛି। ଏପରି ଏକ ଅଭାବନୀୟ ଘଟଣା ସଦର ଥାନା ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଘଟିଛି। ଜାଗାବାଡ଼ିକୁ କେନ୍ଦ୍ରକରି ୨ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଗୋଟିଏ ପରିବାରର ବାପା-ପୁଅଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ରବି ସ୍ବାଇଁ ଓ ତାଙ୍କ ପୁଅ ପ୍ରକାଶ ସ୍ବାଇଁ। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚତ୍ ତଦନ୍ତ ଚଳାଇଛି।

ସୂଚନା ଯେ, ଜାଗାବାଡ଼ିକୁ କେନ୍ଦ୍ରକରି ରବି ସ୍ବାଇଁଙ୍କ ସହ ତାଙ୍କ ପଡ଼ୋଶୀ ଜଟି ପ୍ରଧାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା, ଯାହାକୁ ନେଇ ଅନେକ ସମୟରେ ଉଭୟ ପରିବାର ମଧ୍ୟରେ ବଚସା ମଧ୍ୟ ହେଉଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ଗାଁରେ ଏକ ବୈଠକ ଚାଲିଥିଲା। ଏହି ସମୟରେ ଜଟି ବୈଠକରୁ ଚାଲିଆସି ରବି ସ୍ବାଇଁ ଓ ତାଙ୍କ ପୁଅ ସହ ପାଟିତୁଣ୍ଡ କରିଥିଲେ। ପରେ ଜଟି ପ୍ରଧାନ, ପୁଅ ଜଗନ୍ନାଥ ପ୍ରଧାନ, ବଳଭଦ୍ର ପ୍ରଧାନ ଓ ଜଟିଙ୍କ ସ୍ତ୍ରୀ ଆସି ଧାରୁଆ ଅସ୍ତ୍ରରେ ରବି ଓ ତାଙ୍କ ପୁଅ ପ୍ରକାଶଙ୍କୁ ଆକ୍ରମଣ କରିଥିଲେ। ଫଳରେ ବାପା-ପୁଅ ଆହତ ହୋଇଥିଲେ। ପରିବାର ଲୋକ ଆହତ ରବି ଓ ପ୍ରକାଶଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରକାଶଙ୍କୁ ମୃତ ଘୋଷଣା କରିଥିବା ବେଳେ ରବିଙ୍କୁ ଓଟିକୁ ନେଇଥିଲେ। ତେବେ ରବିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବରପାଇ ସଦର ଥାନା ପୋଲିସ ପହଞ୍ଚତ୍ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

The post ଜମି ପାଇଁ ହତ୍ୟା! ବାପା-ପୁଅ ମୃତ appeared first on Dharitri Odia News.