ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ଜିଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ […] The post ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ appeared first on Dharitri Odia News.

ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ

ବରଗଡ଼,୨୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଷ୍ଟାଡିୟମ୍‌ରେ ବୁଧବାର ୬୩ତମ ଆନ୍ତଃଜିଲା ସାହାଣୀ କପ୍‌ ଫୁଟବଲ ପ୍ରତିଯୋଗିତା(ସାହାଣୀ କପ୍‌) ଉଦ୍‌ଘାଟିତ ହୋଇଯାଇଛି। ଫୁଟ୍‌ବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ଏବଂ ବରଗଡ଼ ଜିଲା କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଉକ୍ତ ପ୍ରତିଯୋଗିତାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ। ଜିଲା କ୍ରୀଡ଼ା ସଂସଦ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଏବଂ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ବରଗଡ଼ ଜୋନ୍‌ ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ପୌରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫାଓର ଉପସଭାପତି ରବି ନାରାୟଣ ପଣ୍ଡା, ଜିଲା କ୍ରୀଡ଼ା ସଂସଦର ଉପସଭାପତି ଯୁଗଳ ପ୍ରସାଦ ସିଂ, ଜିଲା କ୍ରୀଡ଼ା ଅଧିକାରୀ ତୁଷାରକାନ୍ତି ମିଶ୍ର, କ୍ରୀଡ଼ା ସଂସଦର ପୂର୍ବତନ ସମ୍ପାଦକ ଅରୁଣ କୁମାର ମହାନ୍ତି, ଫୁଟବଲ ସମ୍ପାଦକ ଶେଖ୍‌ ଶବଦର, କୋଷାଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟଡୋର୍‌ ଗେମ୍ସ ସମ୍ପାଦକ ସୁରେଶ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ପୂର୍ବତନ ଖେଳାଳି କୁମର ମହାରଣା, କମଳ ଲୋଚନ ନାୟକ, ଜ୍ଞାନରଞ୍ଜନ ପୂଜାରୀ, ଗଙ୍ଗା ନାୟକ, ଗିରିଜା ପ୍ରସାଦ ନାଥ, ପ୍ରଦୀପ ନନ୍ଦ, ପ୍ରୀତମ୍‌ ସିଂ, ସନ୍ତୋଷ ପଣ୍ଡା, ନବୀନ ଲାଠ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁର ଏବଂ ମାଲକାନଗିରି ଜିଲା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ବଲପୁର ପ୍ରତିପକ୍ଷକୁ ୩-୧ ଗୋଲ୍‌ରେ ହରାଇ ବିଜୟୀ ହୋଇଥିଲା। ସମ୍ବଲପୁର ଦଳ ପକ୍ଷରୁ ସଞ୍ଜୟ ଖଡ଼ିଆ ୨ଟି ଗୋଲ୍‌ ଦେଇଥିବାବେଳେ ଆକାଶ ସାହୁ ଗୋଟିଏ ଗୋଲ୍‌ ଦେଇଥିଲେ। ସେହିପରି ମାଲକାନଗିରି ଦଳ ପକ୍ଷରୁ ପ୍ରଶାନ୍ତ ମାଛ ଏକମାତ୍ର ଗୋଲ୍‌ ସ୍କୋର କରିଥିଲେ। ଉକ୍ତ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ଭାବେ ସଞ୍ଜୟ ଖଡ଼ିଆ ପୁରସ୍କୃତ ହୋଇଥିଲେ। ଉକ୍ତ ମ୍ୟାଚ୍‌କୁ ଶୁଭମ୍‌ ପାତ୍ର ପରିଚାଳନା କରିଥିବାବେଳେ ନିତ୍ୟାନନ୍ଦ ମେହେର, ରୋଶନ ଖାଁ ସହଯୋଗ କରିଥିଲେ। ଚକ୍ରଧର ଛତର ଚତୁର୍ଥ ରେଫେରୀ ଥିଲେ।

ସେହିପରି ବରଗଡ଼ ଓ କେନ୍ଦୁଝର ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ହୋଇଥିଲା। ଉକ୍ତ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ୍‌ ସ୍କୋର କରି ପାରି ନ ଥିଲେ। ଫଳରେ ମ୍ୟାଚ୍‌ଟି ଅମୀମାଂସିତ ରହିଥିଲା। ବରଗଡ଼ ଦଳର ୮ ନମ୍ବର ଖେଳାଳି ପ୍ରଭାତ ଡନସନା ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ସହଦେବ ମୁନିମ ମ୍ୟାଚ୍‌ ପରିଚାଳନା କରଥିବାବେଳେ ଜି. ସୁରେଶ କୁମାର, ଜିତେନ୍ଦ୍ରୀୟ ଥନାପତି ସହଯୋଗ କରିଥିଲେ। ଜଗନ୍ନାଥ ମାଝୀ ଚତୁର୍ଥ ରେଫେରୀ ଥିଲେ। ଗୁରୁବାର କଲାହାଣ୍ଡି ଓ ନୂଆପଡ଼ା ମଧ୍ୟରେ ପ୍ରଥମ ମ୍ୟାଚ୍‌ ଏବଂ ବଲାଙ୍ଗୀର ଓ କନ୍ଧମାଳ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

The post ମାଲକାନଗିରିକୁ ହରାଇଲା ସମ୍ବଲପୁର, ବରଗଡ଼-କେନ୍ଦୁଝର ମ୍ୟାଚ୍‌ ଅମୀମାଂସିତ appeared first on Dharitri Odia News.