ଈର୍ଷାରେ ଜଳୁଛନ୍ତି ବିପକ୍ଷ: ସୁବ୍ରମଣ୍ୟମ ସ୍ବାମୀ
ନୂଆଦିଲ୍ଲୀ,୧୨।୧: ଭାଜପା ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଦେଉଥିବା ବିବୃତ୍ତି ପାଇଁ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ସେମାନେ କେବେ ଭାବି ନ ଥିଲେ ଯେ ରାମ ମନ୍ଦିର ନିର୍ମାଣ ହେବ, କିନ୍ତୁ ଏହା ହେବାରୁ ବିରୋଧୀ ଈର୍ଷା କରୁଥିବା ସେ କହିଛନ୍ତି। ଭାଜପା ନେତା ସୁବ୍ରମଣ୍ୟମ କହିଛନ୍ତି, ରାମମନ୍ଦିର ନିର୍ମାଣକୁ ନେଇ ବିରୋଧୀ ଈର୍ଷା କରୁଛନ୍ତି। ସେମାନେ ଭାବି ନ ଥିଲେ ଯେ […] The post ଈର୍ଷାରେ ଜଳୁଛନ୍ତି ବିପକ୍ଷ: ସୁବ୍ରମଣ୍ୟମ ସ୍ବାମୀ appeared first on Dharitri Odia News.
ନୂଆଦିଲ୍ଲୀ,୧୨।୧: ଭାଜପା ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍ପି ସୁବ୍ରମଣ୍ୟମ ସ୍ବାମୀ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଦେଉଥିବା ବିବୃତ୍ତି ପାଇଁ ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ସେମାନେ କେବେ ଭାବି ନ ଥିଲେ ଯେ ରାମ ମନ୍ଦିର ନିର୍ମାଣ ହେବ, କିନ୍ତୁ ଏହା ହେବାରୁ ବିରୋଧୀ ଈର୍ଷା କରୁଥିବା ସେ କହିଛନ୍ତି।
ଭାଜପା ନେତା ସୁବ୍ରମଣ୍ୟମ କହିଛନ୍ତି, ରାମମନ୍ଦିର ନିର୍ମାଣକୁ ନେଇ ବିରୋଧୀ ଈର୍ଷା କରୁଛନ୍ତି। ସେମାନେ ଭାବି ନ ଥିଲେ ଯେ ଏପରି ରାମ ମନ୍ଦିର ନିର୍ମାଣ ହେବ। ରାମ ମନ୍ଦିର ନିର୍ମାଣକୁ ନେଇ ସମଗ୍ର ଦେଶରେ ଉତ୍ସାହ ରହିଛି। ସେମାନେ (ବିରୋଧୀ) ଏକ କଠିନ ପରିସ୍ଥିତିରେ ଅଛନ୍ତି। ସେମାନଙ୍କୁ ମୋର ଖାତିର ନାହିଁ କାରଣ ଭାରତର ୮୨ ପ୍ରତିଶତ ହିନ୍ଦୁ ଅଟନ୍ତି। ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ- ଖ୍ରୀଷ୍ଟିଆନ, ପାରସୀ, ଯିହୁଦୀମାନେ ଆଦୌ ବିରୋଧ କରିନାହାଁନ୍ତି। ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ରାମ ମନ୍ଦିରକୁ ସମର୍ଥନ କରୁଛନ୍ତି। ମୁସଲମାନମାନଙ୍କ ମଧ୍ୟରେ ମଧ୍ୟ ବହୁ ସଂଖ୍ୟକ ଲୋକ କୁହନ୍ତି ଯେ ଆମେ ଭାରତରେ ରହିବାକୁ ପସନ୍ଦ କରିଛୁ, ତେଣୁ ବିରୋଧୀଙ୍କ ମନ୍ତବ୍ୟ ଦ୍ୱାରା କିଛି ଫରକ ପଡ଼ିବ ନାହିଁ।
ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବିରୋଧୀ ଦଳମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ତେବେ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ ମନା କରି ଦେଇଛନ୍ତି। କଂଗ୍ରେସ ଦଳ କହିଛି,ଭାଜପା ଏହି ଧାର୍ମିକ କାର୍ଯ୍ୟକ୍ରମକୁ ଏକ ରାଜନୈତିକ କାର୍ଯ୍ୟକ୍ରମରେ ପରିଣତ କରିଛି। ସିପିଏମ ପରି ଅନ୍ୟ ବିରୋଧୀ ଦଳ ମଧ୍ୟ ଏପରି କଥା କହୁଛନ୍ତି।
The post ଈର୍ଷାରେ ଜଳୁଛନ୍ତି ବିପକ୍ଷ: ସୁବ୍ରମଣ୍ୟମ ସ୍ବାମୀ appeared first on Dharitri Odia News.