ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା
ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ମିଲନ ଦୀପ (୧୩)ଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇ ଥିବା ଅଭିଯୋଗ ହୋଇଛି। ଗଳା କାଟିବା ବେଳେ ସମ୍ପର୍କୀୟ ଅଜାଙ୍କ ହାବୁଡ଼ରୁ ମିଳନ ଖସି ଆସିବାରୁ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ସଇଁତଲା ଓ ପରେ ଭୀମଭୋଇ ମେଡିକାଲ […] The post ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା appeared first on Dharitri Odia News.
ବଲାଙ୍ଗୀର, ୮।୭- (ସୁନୀଲ ମହାନ୍ତି , ରାଖାଲ ଶତପଥୀ): ବଲାଙ୍ଗିର ଜିଲା ସଇଁତଲା ଥାନା ଶିଶକେଲା ଗ୍ରାମ ପଞ୍ଚାୟତର ଭୋଏରପଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ମିଲନ ଦୀପ (୧୩)ଙ୍କ ଗଳା କାଟି ହତ୍ୟା ଉଦ୍ୟମ କରାଯାଇ ଥିବା ଅଭିଯୋଗ ହୋଇଛି। ଗଳା କାଟିବା ବେଳେ ସମ୍ପର୍କୀୟ ଅଜାଙ୍କ ହାବୁଡ଼ରୁ ମିଳନ ଖସି ଆସିବାରୁ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ପ୍ରଥମେ ସଇଁତଲା ଓ ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଭର୍ତ୍ତି କରିଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟ ପଟେ ସଇଁତଳା ଥାନା ପୋଲିସ ଭୋଏରପଡା ଗାଁରେ ପହଞ୍ଚି ଅଭିଯୁକ୍ତ ଅଜା ସିରଞ୍ଚି ଭୋଇଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜମିବାଡି ବିବାଦକୁ ନେଇ ଅଜା ଏଭଳି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
The post ନାତିର ଗଳା କାଟି ହତ୍ୟା ଉଦ୍ୟମ କଲେ ଅଜା appeared first on Dharitri Odia News.