୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା
ଓ୍ବାଶିଂଟନ୍,୫।୪:ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ସାର୍ବଜନୀନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦଲିଲରେ ଏପରି ଘଟଣା ପ୍ରକାଶ ପାଇଛି ଯାହାକୁ ରୁଷିଆ କେବେ ସାର୍ବଜନୀନ କରି ନ ଥିଲା। ଆମେରିକୀୟ ଗୁପ୍ତଚରମାନେ ପ୍ରାୟ ୩୫ ବର୍ଷ ପୂର୍ବର ଘଟଣାର ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। ଏଥିରେ ଏକ unidentified flying objects(UFO)ରୁ ବାହାରକୁ ଆସି ଏଲିଅନ ଦ୍ୱାରା କରାଯାଇଥିବା କଥିତ ଗଣହତ୍ୟାର କାହାଣୀ ଲେଖାଯାଇଛି। ରିପୋର୍ଟ ଅନୁସାରେ, ଏଲିଅନମାନେ ରୁଷିଆ ସୈନିକଙ୍କ ଏକ ୟୁନିଟକୁ ପଥରରେ ପରିଣତ […] The post ୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା appeared first on Dharitri Odia News.
ଓ୍ବାଶିଂଟନ୍,୫।୪:ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ଦ୍ୱାରା ସାର୍ବଜନୀନ କରାଯାଇଥିବା ଏକ ଆଶ୍ଚର୍ଯ୍ୟଜନକ ଦଲିଲରେ ଏପରି ଘଟଣା ପ୍ରକାଶ ପାଇଛି ଯାହାକୁ ରୁଷିଆ କେବେ ସାର୍ବଜନୀନ କରି ନ ଥିଲା। ଆମେରିକୀୟ ଗୁପ୍ତଚରମାନେ ପ୍ରାୟ ୩୫ ବର୍ଷ ପୂର୍ବର ଘଟଣାର ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି। ଏଥିରେ ଏକ unidentified flying objects(UFO)ରୁ ବାହାରକୁ ଆସି ଏଲିଅନ ଦ୍ୱାରା କରାଯାଇଥିବା କଥିତ ଗଣହତ୍ୟାର କାହାଣୀ ଲେଖାଯାଇଛି। ରିପୋର୍ଟ ଅନୁସାରେ, ଏଲିଅନମାନେ ରୁଷିଆ ସୈନିକଙ୍କ ଏକ ୟୁନିଟକୁ ପଥରରେ ପରିଣତ କରିଦେଇଥିଲେ।
ରିପୋର୍ଟ ଅନୁଯାୟୀ, ପ୍ରାୟ ୩୫ ବର୍ଷ ପୂର୍ବେ, ତତ୍କାଳୀନ ସୋଭିଏତ୍ ୟୁନିଅନର ସୈନିକମାନେ ସାଇବେରିଆରେ ସୋଭିଏତ୍ ସାମରିକ ୟୁନିଟ ଉପରେ ଉଡ଼ୁଥିବା UFOକୁ ଗୁଳି କରି ଖସାଇ ଦେଇଥିଲେ। CIA କହିଛି ଏହି ରିପୋର୍ଟ ପ୍ରମାଣ କରେ ଯେ, ପୃଥିବୀ ପରିଦର୍ଶନ କରିଥିବା ଏଲିଅନମାନଙ୍କ ପାଖରେ ଆମେରିକା ସରକାରଙ୍କ ‘ଅନୁମାନ’ ଅପେକ୍ଷା ବହୁତ ଅଧିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରଯୁକ୍ତିବିଦ୍ୟା ଥିଲା।
ଏଲିଅନ୍ମାନେ UFOକୁ କ୍ଷତି ପହଞ୍ଚାଇବା ପରେ ଯାହା ଘଟିଥିଲା, ତାହା ଭୟଙ୍କର ଥିଲା। CIA ଏଜେଣ୍ଟମାନେ ୨୫୦ ପୃଷ୍ଠାର ଏକ ଗୁପ୍ତ ଫାଇଲ ଉଦ୍ଧୃତ କରି ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି, ତାହା ଅନୁଯାୟୀ, ରୁଷିଆ ସେନାର ଆକ୍ରମଣରେ ଧ୍ୱଂସ ହୋଇଥିବା UFO କିମ୍ବା ଏଲିଅନ ଯାନରୁ ୫ ଜଣ ଏଲିଏନ ବାହାରି ଆସିଥିଲେ ଏବଂ ସେମାନେ ଯାହା କରିଥିଲେ ତାହା ପୂର୍ବରୁ ଅନ୍ୟ କୌଣସି ସ୍ଥାନରେ କେବେ ଦେଖାଯାଇ ନ ଥିଲା କିମ୍ବା ଶୁଣା ଯାଇ ନ ଥିଲା।
CIA ଫାଇଲ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗତ ୮୦ ବର୍ଷ ମଧ୍ୟରେ ଅନେକ ରିପୋର୍ଟରେ ଏହି ଗଣହତ୍ୟାରେ ସମ୍ପୃକ୍ତ ଥିବା ଏଲିଏନ ବିଷୟରେ ଉଲ୍ଲେଖ କରାଯାଇଛି।
The post ୨୩ ସୈନିକଙ୍କୁ ପଥରରେ ପରିଣତ କରିଦେଇଥିଲା ଏଲିଅନ, ୩୫ ବର୍ଷ ପରେ ଚାଞ୍ଚଲ୍ୟକର ଖୁଲାସା appeared first on Dharitri Odia News.