ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ

ପାଟଣା ,୨୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କୁଆପଶି ନିକଟରେ ବୁଧବାର ପୂର୍ବାହ୍ନରେ ୨ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଅଛନ୍ତି। ମୃତକ ଜଣକ ହେଉଛନ୍ତି ପାଟଣା ବ୍ଲକ ଖୁଣ୍ଟାପଡ଼ା ଗ୍ରାମର ବଳଭଦ୍ର ବାରିକଙ୍କ ପୁଅ ଶକ୍ତିଭୂଷଣ ବାରିକ (୨୪)। ସୂଚନାଯୋଗ୍ୟ, ଶକ୍ତି ନିଜଘରୁ ବାଇକରେ ମା’ଙ୍କୁ ହୁଣ୍ଡା ସାଇନରେ ନେଇ ମାଉସୀ ଘର ହରିଚନ୍ଦନପୁରକୁ […] The post ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ appeared first on Dharitri Odia News.

ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ

ପାଟଣା ,୨୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କୁଆପଶି ନିକଟରେ ବୁଧବାର ପୂର୍ବାହ୍ନରେ ୨ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ଅଛନ୍ତି। ମୃତକ ଜଣକ ହେଉଛନ୍ତି ପାଟଣା ବ୍ଲକ ଖୁଣ୍ଟାପଡ଼ା ଗ୍ରାମର ବଳଭଦ୍ର ବାରିକଙ୍କ ପୁଅ ଶକ୍ତିଭୂଷଣ ବାରିକ (୨୪)।
ସୂଚନାଯୋଗ୍ୟ, ଶକ୍ତି ନିଜଘରୁ ବାଇକରେ ମା’ଙ୍କୁ ହୁଣ୍ଡା ସାଇନରେ ନେଇ ମାଉସୀ ଘର ହରିଚନ୍ଦନପୁରକୁ ଯାଉଥିବାବେଳେ ଅପରପାର୍ଶରୁ ବାଇକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଧକ୍କା ଦେଇଥିବା ବାଇକ୍‌ ଚାଳକ ମଧ୍ୟ ଗୁରୁତର ହୋଇଛନ୍ତି। ଧକ୍କା ଦେଇଥିବା ବାଇକ ଚାଳକ ହେଉଛନ୍ତି ଘଟଗାଁ ବ୍ଲକ ମୁକ୍ତାପୁର ଗ୍ରାମର ସାନିଆ ମୁଣ୍ଡା। ସେ ନିଶାସକ୍ତ ଭାବେ ଦୁର୍ଘଟଣା ଘଟାଇଥିବା ପୋଲିସ କହିଛି।

The post ମା’ଙ୍କ ଆଗରେ ଚାଲିଗଲା ପୁଅର ଜୀବନ appeared first on Dharitri Odia News.