ଆନ୍ଧ୍ର ପ୍ରଦେଶରେ ବଡ଼ ଓଲଟ ପାଲଟ, ବଦଳିବ ସରକାର
ନୂଆଦିଲ୍ଲୀ,୪।୬: ଆନ୍ଧ୍ର ପ୍ରଦେଶ ଭାଗଭାଗ ହେବାପରେ ତୃତୀୟଥର ବିଧାନସଭା ନିର୍ବାଚନ ହୋଇଥିଲା। ଲୋକ ସଭା ସହିତ ବିଧାନସଭା ନିର୍ବାଚନ ମିଳିତ ଭାବେ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମତଗଣନା ଜାରି ରହିଛି। ହେଲେ ଗଣାନାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର ବଦଳିବାକୁ ଯାଉଛି । ତେଲୁଗୁ ଦେଶମ୍ ପାର୍ଟି ବହୁମତ ଠାରୁ ଅଧିକ ଆସନରେ ଆଗରେ ରହିଛି। କିନ୍ତୁ ଟିଡିପି ରାଜ୍ୟରେ ଭାଜପା ଏବଂ ଜନ ସେନା ପାର୍ଟି ସହିତ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲା। ତେବେ […] The post ଆନ୍ଧ୍ର ପ୍ରଦେଶରେ ବଡ଼ ଓଲଟ ପାଲଟ, ବଦଳିବ ସରକାର appeared first on Dharitri Odia News.
ନୂଆଦିଲ୍ଲୀ,୪।୬: ଆନ୍ଧ୍ର ପ୍ରଦେଶ ଭାଗଭାଗ ହେବାପରେ ତୃତୀୟଥର ବିଧାନସଭା ନିର୍ବାଚନ ହୋଇଥିଲା। ଲୋକ ସଭା ସହିତ ବିଧାନସଭା ନିର୍ବାଚନ ମିଳିତ ଭାବେ କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମତଗଣନା ଜାରି ରହିଛି। ହେଲେ ଗଣାନାରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସରକାର ବଦଳିବାକୁ ଯାଉଛି । ତେଲୁଗୁ ଦେଶମ୍ ପାର୍ଟି ବହୁମତ ଠାରୁ ଅଧିକ ଆସନରେ ଆଗରେ ରହିଛି। କିନ୍ତୁ ଟିଡିପି ରାଜ୍ୟରେ ଭାଜପା ଏବଂ ଜନ ସେନା ପାର୍ଟି ସହିତ ମିଳିତ ଭାବେ ନିର୍ବାଚନ ଲଢ଼ିଥିଲା। ତେବେ ବର୍ତ୍ତମାନ ସରକାରରେ ଥିବା ଜଗନ୍ମୋହନ ରେଡ୍ଡିଙ୍କ ୱାଇଏସ୍ଆର କଂଗ୍ରେସର ସ୍ଥିତି ଭଲ ନଥିବା ଦେଖିବାକୁ ମିଳିଛି।
ସୂଚନା ଥାଉକି, ଆନ୍ଧ୍ର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା| ଏହା ସହିତ ଲୋକସଭା ପାଇଁ ମିଳିତ ଭାବେ ନିର୍ବାଚନ ମଧ୍ୟ ହୋଇଥିଲା| ଆନ୍ଧ୍ରରେ ବର୍ତ୍ତମାନ ଶାସନରେ ଥିବା ଓ୍ୱାଇଏସ୍ଆର କଂଗ୍ରେସ ପୁଣିଥରେ ରାଜ୍ୟରେ ବାଜିମାତ୍ କରିବା ନେଇ ଆଶା କରିଥିଲା| ଓ୍ୱାଇଏସ୍ଆର କଂଗ୍ରେସ ସମସ୍ତ ୧୭୫ ଆସନ ପାଇଁ ନିର୍ବାଚନ ଲଢ଼ିଥିବା ବେଳେ ପ୍ରତିପକ୍ଷ ଦଳ ଟିଡିପି ୧୪୪ଟି ଆସନରେ ନିର୍ବାଚନ ଲଢ଼ିଥିଲା | ସେହିପରି ଅଭିନେତା ପଓ୍ୱନ କଲ୍ୟାଣଙ୍କ ଜନ ସେନା ପାର୍ଟି ୨୧ଟି ଆସନରେ ଏବଂ ଭାଜପା ୧୦ଟି ଆସନରେ ନିର୍ବାଚନ ଲଢ଼ିଥିଲା| ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ଜଗନ ମୋହନ ରେଡ୍ଡିଙ୍କ ସମେତ ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଜନ ସେନା ପାର୍ଟି ମୁଖ୍ୟ ପଓ୍ୱନ କଲ୍ୟାଣ ନିର୍ବାଚନରେ ମଇଦାନକୁ ଓହ୍ଲାଇଥିଲେ|
The post ଆନ୍ଧ୍ର ପ୍ରଦେଶରେ ବଡ଼ ଓଲଟ ପାଲଟ, ବଦଳିବ ସରକାର appeared first on Dharitri Odia News.