୫୬ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶ ଦେଲା ଟ୍ରମ୍ପଙ୍କୁ ଧମକ: ଆମେ କେବେ ବି…
ଓ୍ବାଶିଂଟନ୍,୭।୩: ଗ୍ରୀନଲାଣ୍ଡକୁ ଆମେରିକାରେ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ପ୍ରୟାସକୁ ଡେନମାର୍କ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପ ଘୋଷଣା କରିଛନ୍ତି, ତାଙ୍କ ପ୍ରଶାସନ ଗ୍ରୀନଲାଣ୍ଡର ଲୋକଙ୍କ ନିଜ ଭବିଷ୍ୟତ ନିର୍ଣ୍ଣୟ କରିବାର ଅଧିକାରକୁ ‘ଦୃଢ଼ ସମର୍ଥନ’ କରିବ। ଯଦି ଆପଣ ଚାହାଁନ୍ତି, ଆମେ ଆପଣଙ୍କୁ ଆମେରିକାରେ ସ୍ବାଗତ କରୁଛୁ। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡେରିକ୍ସେନ ଟ୍ରମ୍ପଙ୍କ ବକ୍ତବ୍ୟ ଉପରେ ଡେନମାର୍କର ସ୍ଥିତି ସ୍ପଷ୍ଟ କରି କହିଛନ୍ତି, ଗ୍ରୀନଲାଣ୍ଡର ଭବିଷ୍ୟତ କେବଳ ଏହାର ଲୋକମାନେ ନିଷ୍ପତ୍ତି […] The post ୫୬ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶ ଦେଲା ଟ୍ରମ୍ପଙ୍କୁ ଧମକ: ଆମେ କେବେ ବି… appeared first on Dharitri Odia News.
ଓ୍ବାଶିଂଟନ୍,୭।୩: ଗ୍ରୀନଲାଣ୍ଡକୁ ଆମେରିକାରେ ମିଶାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ପ୍ରୟାସକୁ ଡେନମାର୍କ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପ ଘୋଷଣା କରିଛନ୍ତି, ତାଙ୍କ ପ୍ରଶାସନ ଗ୍ରୀନଲାଣ୍ଡର ଲୋକଙ୍କ ନିଜ ଭବିଷ୍ୟତ ନିର୍ଣ୍ଣୟ କରିବାର ଅଧିକାରକୁ ‘ଦୃଢ଼ ସମର୍ଥନ’ କରିବ। ଯଦି ଆପଣ ଚାହାଁନ୍ତି, ଆମେ ଆପଣଙ୍କୁ ଆମେରିକାରେ ସ୍ବାଗତ କରୁଛୁ।
ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡେରିକ୍ସେନ ଟ୍ରମ୍ପଙ୍କ ବକ୍ତବ୍ୟ ଉପରେ ଡେନମାର୍କର ସ୍ଥିତି ସ୍ପଷ୍ଟ କରି କହିଛନ୍ତି, ଗ୍ରୀନଲାଣ୍ଡର ଭବିଷ୍ୟତ କେବଳ ଏହାର ଲୋକମାନେ ନିଷ୍ପତ୍ତି ନେବେ।
ଗ୍ରୀନଲାଣ୍ଡର ପ୍ରଧାନମନ୍ତ୍ରୀ ମୁଟ ଏଗେଡେ ମଧ୍ୟ ଟ୍ରମ୍ପଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଗ୍ରୀନଲାଣ୍ଡର ଲୋକମାନେ ଆମେରିକାର ଅଂଶ ହେବାକୁ ଚାହାଁନ୍ତି ନାହିଁ। ଡେନମାର୍କର ପ୍ରତିରକ୍ଷା ମନ୍ତ୍ରୀ ଟ୍ରୋଏଲସ ଲୁଣ୍ଡ ପାଉଲସେନ କହିଛନ୍ତି, ଗ୍ରୀନଲାଣ୍ଡ କେବେବି ଆମେରିକାର ଅଂଶ ହେବ ନାହିଁ।
ବିଶ୍ୱର ସର୍ବବୃହତ ଦ୍ୱୀପ ଗ୍ରୀନଲାଣ୍ଡ, ୧୯୫୩ ପର୍ଯ୍ୟନ୍ତ ଏକ ଡେନମାର୍କ ଉପନିବେଶ ଥିଲା। ଏହା ପରେ ଏହା ଡେନମାର୍କର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲା ଏବଂ ଗ୍ରୀନଲାଣ୍ଡର ଲୋକମାନଙ୍କୁ ଡେନମାର୍କ ନାଗରିକତା ମିଳିଲା। ଗ୍ରୀନଲାଣ୍ଡ ୧୯୭୯ ମସିହାରେ ସ୍ବାୟତ୍ତ ଶାସନ ଲାଭ କରିଥିଲା, କିନ୍ତୁ ଡେନମାର୍କ ଏହାର ବୈଦେଶିକ ଏବଂ ପ୍ରତିରକ୍ଷା ନୀତି ଉପରେ କର୍ତ୍ତୃତ୍ୱ ବଜାୟ ରଖିଥିଲା।
ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଟ୍ରମ୍ପ ଗ୍ରୀନଲାଣ୍ଡକୁ ଆମେରିକାର ଏକ ଅଂଶ କରିବା ବିଷୟରେ କଥା ହୋଇଛନ୍ତି। ପୂର୍ବରୁ ମଧ୍ୟ ଡେନମାର୍କ ଏହି ଧାରଣାକୁ ପ୍ରତ୍ୟାଖ୍ୟାନ କରିଥିଲା ଏବଂ କହିଥିଲା ଯେ ଗ୍ରୀନଲାଣ୍ଡ ବିକ୍ରୟ ପାଇଁ ନୁହେଁ।
ଗ୍ରୀନଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଏଗେଡେ ପୁଣି କହିଛନ୍ତି, ଗ୍ରୀନଲାଣ୍ଡର ଲୋକମାନେ ନିଜର ଭବିଷ୍ୟତ ନିଜେ ନିଷ୍ପତ୍ତି ନେବେ ଏବଂ ସେମାନେ ଡେନିଶ କିମ୍ବା ଆମେରିକୀୟ ହେବାକୁ ଚାହାଁନ୍ତି ନାହିଁ। ଆମେରିକୀୟ ଏବଂ ସେମାନଙ୍କ ନେତାମାନଙ୍କୁ ଏହା ବୁଝିବା ଉଚିତ।
The post ୫୬ ହଜାର ଜନସଂଖ୍ୟା ବିଶିଷ୍ଟ ଦେଶ ଦେଲା ଟ୍ରମ୍ପଙ୍କୁ ଧମକ: ଆମେ କେବେ ବି… appeared first on Dharitri Odia News.