ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର ଶାନ୍ତି କମିଟି ପାଇଁ ନିଷ୍ପତି ହୋଇଥିବାବେଳେ ଫୁଲଟା ସରପଞ୍ଚ ମମତା ନାହାକଙ୍କ ଘର ଦାଣ୍ଡ ଓ ଘର ଉପରକୁ ବୋମାମାଡ ହୋଇଛି। ଏନେଇ ତାଙ୍କ ସ୍ବାମୀ ବିଦ୍ୟାଧର ନାହାକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏ ସଂକ୍ରାନ୍ତରେ ୨୬୨/୨୪ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି […] The post ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ appeared first on Dharitri Odia News.

ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ

ବ୍ରହ୍ମପୁର, ୧୬।୧୦ (ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ’ରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ବୋମାମାଡ ହୋଇଛି। ବୁଧବାର ଶାନ୍ତି କମିଟି ପାଇଁ ନିଷ୍ପତି ହୋଇଥିବାବେଳେ ଫୁଲଟା ସରପଞ୍ଚ ମମତା ନାହାକଙ୍କ ଘର ଦାଣ୍ଡ ଓ ଘର ଉପରକୁ ବୋମାମାଡ ହୋଇଛି। ଏନେଇ ତାଙ୍କ ସ୍ବାମୀ ବିଦ୍ୟାଧର ନାହାକ ଥାନାରେ ଅଭିଯୋଗ କରିଛନ୍ତି।
ପୋଲିସ ଏ ସଂକ୍ରାନ୍ତରେ ୨୬୨/୨୪ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ସେଠାରେ ଶାନ୍ତି ରକ୍ଷା କରିବା ପାଇଁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ତେବେ ବୁଧବାର ସକାଳେ ମଧ୍ୟ ଉକ୍ତ ସରପଞ୍ଚଙ୍କ ଘର ଉପରେ ବୋମାମାଡ ହୋଇଥିବା ବିଦ୍ୟାଧର ନାହାକ ପୁଣିଥରେ ଅଭିଯୋଗ କରିଛନ୍ତି। ସେଠାରେ ପୋଲିସ ଫୋର୍ସ ମୁତୟନ ଥିବାବେଳେ ବୋମାମାଡ ସମ୍ପର୍କରେ କୌଣସି ପୋଲିସ ଜାଣି ନ ଥିବା ଥାନାଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। ସାଇଣ୍ଟିଫିକ ଟିମ ବୁଧବାର ସେଠାରେ ପହଞ୍ଚି ନମୁନା ସଂଗ୍ରହ କରିବ ବୋଲି ସେ କହିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଫୁଲଟା ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ବହୁବର୍ଷ ଧରି ସଂଘର୍ଷ ଲାଗି ରହିଛି। ଏପରିକି ଅନେକ ଥର ଶାନ୍ତି କମିଟି ମଧ୍ୟ ଗଠନ ହୋଇଛି। ତାହା ସତ୍ତ୍ୱେ ମଧ୍ୟ ସେଠାରେ ଗୋଷ୍ଠୀ ସଂଘର୍ଷ ଥମିବାର ନାଁ’ ନେଉନାହିଁ। ଗତ ୧୨ ରାତିରେ ସେଠାରେ ବୋମାମାଡ ହୋଇଥିବା ମଧ୍ୟ ଉକ୍ତ ଗ୍ରାମରେ ବୋମାମାଡ ହୋଇଥିଲା। ତେବେ ବୋମାମାଡ ସମ୍ପର୍କରେ ଅଭିଯୋଗ ପରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ସରପଞ୍ଚଙ୍କ ଘର ଦାଣ୍ଡରେ ପଡିଥିବା କିଛି ବୋମା ଟୁକୁଡା ସଂଗ୍ରହ କରି ତଦନ୍ତ ଜାରି ରଖିଛି।

 

The post ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼: ଏକ ପ୍ଲାଟୁନ ଫୋର୍ସ ମୁତୟନ appeared first on Dharitri Odia News.