ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ

ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ପୁଇଁତଲା ଥାନା ଅଧୀନରେ ତଣ୍ଡାମୁଣ୍ଡା ପତ୍ରା ଜଙ୍ଗଲରେ ଡବଲ ମର୍ଡର ଘଟଣାରେ ବଲାଙ୍ଗୀର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ପ୍ରାରମ୍ଭରୁ ପୋଲିସ ଡ୍ରଗ୍ସ କାରବାରରୁ ଏହି ଡବଲ ମର୍ଡର ସଂଘଟିତ ହୋଇଥିବା କହିଛି। ଇତିମଧ୍ୟରେ ୯/୧୦ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରି ପୋଲିସ ହତ୍ୟାକାଣ୍ଡ ସମ୍ପର୍କିତ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ସଂଗ୍ରହ କରିଛି । ମଙ୍ଗଳବାର ପୋଲିସ ଟିମ୍ ଜଣେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତନାଘନା ଚଳାଇଥିଲା । […] The post ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ appeared first on Dharitri Odia News.

ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ

ବଲାଙ୍ଗୀର,୨୯ା୧୦(ସୁନିଲ କୁମାର ମହାନ୍ତି): ପୁଇଁତଲା ଥାନା ଅଧୀନରେ ତଣ୍ଡାମୁଣ୍ଡା ପତ୍ରା ଜଙ୍ଗଲରେ ଡବଲ ମର୍ଡର ଘଟଣାରେ ବଲାଙ୍ଗୀର ପୋଲିସ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହାସଲ କରିଛି । ପ୍ରାରମ୍ଭରୁ ପୋଲିସ ଡ୍ରଗ୍ସ କାରବାରରୁ ଏହି ଡବଲ ମର୍ଡର ସଂଘଟିତ ହୋଇଥିବା କହିଛି।

ଇତିମଧ୍ୟରେ ୯/୧୦ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପଚରାଉଚରା କରି ପୋଲିସ ହତ୍ୟାକାଣ୍ଡ ସମ୍ପର୍କିତ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ସଂଗ୍ରହ କରିଛି । ମଙ୍ଗଳବାର ପୋଲିସ ଟିମ୍ ଜଣେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ତନାଘନା ଚଳାଇଥିଲା । ଅଭିଯୁକ୍ତଙ୍କ ସୂଚନା ଆଧାରରେ ପୋଲିସ ରକ୍ତଭିଜା ଲୁଗା, ଏକ ମୋବାଇଲ ଫୋନ ଜବତ କରିଥିବା ଜଣାପଡିଛି। ଖବରଦାତା ସମ୍ମିଳନୀରେ ଏସପି ଖୁବ ଶୀଘ୍ର ଡବଲ ମର୍ଡର ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବେ ବୋଲି ଜଣାପଡିଛି।

The post ବଲାଙ୍ଗୀର ଡବଲ ମର୍ଡର ଘଟଣା: ରକ୍ତ ଭିଜା ଲୁଗା, ମୋବାଇଲ ଜବତ କଲା ପୋଲିସ appeared first on Dharitri Odia News.