କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ
କାଠମାଣ୍ଡୁ,୧୨।୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ପତନ ହୋଇଛନ୍ତି। ଶୁକ୍ରବାର ପ୍ରଚଣ୍ଡ ସରକାର ସଂସଦରେ ଟ୍ରଷ୍ଟ ଭୋଟ ଜିତିପାରି ନାହାଁନ୍ତି। ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ପ୍ରଚଣ୍ଡ ସରକାରରୁ ତା’ର ସମର୍ଥନ ପ୍ରତ୍ୟାହାର କରିନେଇଛି। କେପି ଶର୍ମା ଓଲି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ-ୟୁଏମଏଲ ନେପାଳୀ କଂଗ୍ରେସ ସହିତ ସରକାର ଗଠନ କରିବାକୁ ଘୋଷଣା କରିଛି। ସଂସଦରେ ନେପାଳୀ କଂଗ୍ରେସର ସର୍ବାଧିକ ୮୯ଟି ସିଟ […] The post କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ appeared first on Dharitri Odia News.
କାଠମାଣ୍ଡୁ,୧୨।୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ପତନ ହୋଇଛନ୍ତି। ଶୁକ୍ରବାର ପ୍ରଚଣ୍ଡ ସରକାର ସଂସଦରେ ଟ୍ରଷ୍ଟ ଭୋଟ ଜିତିପାରି ନାହାଁନ୍ତି। ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ପ୍ରଚଣ୍ଡ ସରକାରରୁ ତା’ର ସମର୍ଥନ ପ୍ରତ୍ୟାହାର କରିନେଇଛି।
କେପି ଶର୍ମା ଓଲି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ-ୟୁଏମଏଲ ନେପାଳୀ କଂଗ୍ରେସ ସହିତ ସରକାର ଗଠନ କରିବାକୁ ଘୋଷଣା କରିଛି। ସଂସଦରେ ନେପାଳୀ କଂଗ୍ରେସର ସର୍ବାଧିକ ୮୯ଟି ସିଟ ରହିଛି। ଗତ ସପ୍ତାହରେ, ନେପାଳୀ କଂଗ୍ରେସ ସହିତ ଶାସନ କ୍ଷମତା ବଣ୍ଟନ ଚୁକ୍ତି ସ୍ବାକ୍ଷର କରିବା ପରେ ଓଲି ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ।
ନେପାଳର ୨୭୫ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୬୯ ବର୍ଷିୟ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ୬୩ ଭୋଟ ପାଇଛନ୍ତି। ଏହି ପ୍ରସ୍ତାବ ବିରୋଧରେ ୧୯୪ ଭୋଟ ଦିଆଯାଇଥିଲା। ସୂଚନାଯୋଗ୍ୟ, ନେପାଳରେ ଟ୍ରଷ୍ଟ ଭୋଟ ଜିତିବା ପାଇଁ ଅତି କମରେ ୧୩୮ ଭୋଟ ଆବଶ୍ୟକ। ପ୍ରଚଣ୍ଡ ୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ତାଙ୍କ ସରକାର ଚାରିଥର ଟ୍ରଷ୍ଟ ଭୋଟର ସମ୍ମୁଖୀନ ହୋଇଛନ୍ତି।
ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କରିସାରିଛନ୍ତି। ସଂସଦରେ ନେପାଳୀ କଂଗ୍ରେସର ୮୯ ଟି ଆସନ ରହିଛି। ଯେଉଁଠାରେ CPN-UML ନିକଟରେ ୭୮ଟି ସିଟ ଅଛି। ଯଦି ଉଭୟ ଦଳର ଆସନ ମିଳିତ ହୁଏ ତେବେ ଏହି ସଂଖ୍ୟା ୧୬୭ରେ ପହଞ୍ଚିବ । ତେବେ ନିମ୍ନ ଗୃହରେ ସଂଖ୍ୟାଗରିଷ୍ଠତା ପାଇଁ ୧୩୮ଟି ସିଟ ଆବଶ୍ୟକ।
The post କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ appeared first on Dharitri Odia News.