ଅବକାରୀ ଓଆଇସିଙ୍କ ମହାନତା, ରାସ୍ତା କଡ଼ରୁ ଗୋଟାଇଥିବା ମନି ପର୍ସ ଫେରାଇଲେ

ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅବକାରୀ ଓଆଇସି ଅଲିଭା ମାଝୀ ମଙ୍ଗଳବାର ଅପରାହ୍ନରେ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଏକ ମନି ପର୍ସ ଗୋଟାଇଥିଲେ। ଏହାପରେ ପର୍ସରେ ଥିବା ଆଧାର କାର୍ଡ ଠିକଣାକୁ ଆଧାର କରି ବିରିକୋଟର ରଞ୍ଜନ କୁମାର ପ୍ରଧାନଙ୍କୁ ଡାକି ପର୍ସ ରେ ଥିବା ତାଙ୍କର ୫ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଫେରାଇ ଥିଲେ। ଓଆଇସିଙ୍କ ଏହିଭଳି ମହାନତା କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଘଟଣାରୁ ପ୍ରକାଶ […] The post ଅବକାରୀ ଓଆଇସିଙ୍କ ମହାନତା, ରାସ୍ତା କଡ଼ରୁ ଗୋଟାଇଥିବା ମନି ପର୍ସ ଫେରାଇଲେ appeared first on Dharitri Odia News.

ଅବକାରୀ ଓଆଇସିଙ୍କ ମହାନତା, ରାସ୍ତା କଡ଼ରୁ ଗୋଟାଇଥିବା ମନି ପର୍ସ ଫେରାଇଲେ

ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅବକାରୀ ଓଆଇସି ଅଲିଭା ମାଝୀ ମଙ୍ଗଳବାର ଅପରାହ୍ନରେ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଥିବା ଏକ ମନି ପର୍ସ ଗୋଟାଇଥିଲେ। ଏହାପରେ ପର୍ସରେ ଥିବା ଆଧାର କାର୍ଡ ଠିକଣାକୁ ଆଧାର କରି ବିରିକୋଟର ରଞ୍ଜନ କୁମାର ପ୍ରଧାନଙ୍କୁ ଡାକି ପର୍ସ ରେ ଥିବା ତାଙ୍କର ୫ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଫେରାଇ ଥିଲେ। ଓଆଇସିଙ୍କ ଏହିଭଳି ମହାନତା କାର୍ଯ୍ୟ ପାଇଁ ବିଭିନ୍ନ ବ୍ୟକ୍ତି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଘଟଣାରୁ ପ୍ରକାଶ ଯେ ବିରିକୋଟ ର ରଞ୍ଜନ ଆଜି ନିଜ ବାଇକରେ ବାଇପାସ ରୋଡ ଦେଇ କୌଣସି କାମରେ ସୋରଡ଼ା ଯାଇଥିଲେ। ଏହି ସମୟରେ ତାଙ୍କର ପର୍ସଟି ସ୍ଥାନୀୟ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ପଡ଼ିଯାଇଥିଲା। ଏହାପରେ ସେହି ରାସ୍ତା ଦେଇ କାର୍ଯ୍ୟାଳୟକୁ ଯାଉଥିବା ଓଆଇସି ମାଝୀ ପର୍ସଟି ପଡ଼ିଥିବା ଦେଖି ତାକୁ ଗୋଟାଇଥିଲେ। ଏହାପରେ ସେଥିରେ ଥିବା ଠିକଣାକୁ ଆଧାର କରି ରଞ୍ଜନଙ୍କ ସହ ଯୋଗାଯୋଗ କରି ପର୍ସ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ରଞ୍ଜନ କାର୍ଯ୍ୟାଳୟରେ ପହଞ୍ଚି ପର୍ସ ସମେତ ଅନ୍ୟାନ୍ୟ ଜିନିଷ ଓଆଇସିଙ୍କ ଠାରୁ ପାଇ ଖୁସିବ୍ୟକ୍ତ କରିଥିଲେ । ଏନେଇ ରଞ୍ଜନ କହିଛନ୍ତି, ଓଆଇସିଙ୍କ ମହାନତା ଯୋଗୁଁ ମୁଁ ପର୍ସଟି ଫେରି ପାଇଲି। ଏବେବି ମାନବିକତା ବଞ୍ଚି ରହିଛି ବୋଲି ରଞ୍ଜନ କହିଛନ୍ତି।

 

The post ଅବକାରୀ ଓଆଇସିଙ୍କ ମହାନତା, ରାସ୍ତା କଡ଼ରୁ ଗୋଟାଇଥିବା ମନି ପର୍ସ ଫେରାଇଲେ appeared first on Dharitri Odia News.