ଭାରସାମ୍ୟ ହରାଇ ରାଣୀ ପଥର ଘାଟି ତଳକୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ବୌଦ୍ଧ ୦୬/୦୩: ଫୁଲବାଣୀ ରାଣୀ ପଥର ଘାଟି ରେ ଘାଟି ତଳକୁ ଖସିଲା osrtc ବସ୍ । ଫୁଲବାଣୀରୁ ଅନୁଗୁଳ ଅଭିମୁଖେ ଯାଉଥିବା osrtc ବସ୍ ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିବା ସୂଚନା । ବସ୍ ଟି ଘାଟିକୁ ଖସି ଓଲଟି ଯାଇଥିବା ବେଳେ ବସ୍‌ରେ ଥିବା ପ୍ରାୟ ୨୦ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ଘଟଣା ସ୍ଥଳରେ ଚାରିଛକ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି । ସୂଚନାଥାଉକି, ଫୁଲବାଣୀ ଅନୁଗୁଳରୁ ବସ୍‌ଟି ପ୍ରତ୍ୟେକ ଦିନ ସକାଳ ୫.୩୦ ସମୟରେ ଫୁଲବାଣୀରୁ ବାହାରି ଅନୁଗୁଳ ଅଭିମୁଖେ ଯାତ୍ରା କରିଥାଏ । ତେବେ ଆଜି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀକୁ ନେଇ ଏହି ବସ୍‌ଟି ଫୁଲବାଣୀରୁ ବାହାରିଥିବା ବେଳେ ରାଣୀ ପଥର ଘାଟିରେ ଡ୍ରାଇଭରର ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ହଠାତ୍ ଘାଟି ତଳକୁ ଖସି ଯାଇଛି ଯାହା ଫଳରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଏକ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ତେବେ ଘଟଣା ସ୍ଥଳରେ ଚରିଛକ୍ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।

ଭାରସାମ୍ୟ ହରାଇ ରାଣୀ ପଥର ଘାଟି ତଳକୁ ଖସିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

ବୌଦ୍ଧ ୦୬/୦୩: ଫୁଲବାଣୀ ରାଣୀ ପଥର ଘାଟି ରେ ଘାଟି ତଳକୁ ଖସିଲା osrtc ବସ୍ । ଫୁଲବାଣୀରୁ ଅନୁଗୁଳ ଅଭିମୁଖେ ଯାଉଥିବା osrtc ବସ୍ ଟି ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିବା ସୂଚନା । ବସ୍ ଟି ଘାଟିକୁ ଖସି ଓଲଟି ଯାଇଥିବା ବେଳେ ବସ୍‌ରେ ଥିବା ପ୍ରାୟ ୨୦ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ଘଟଣା ସ୍ଥଳରେ ଚାରିଛକ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି ।

ସୂଚନାଥାଉକି, ଫୁଲବାଣୀ ଅନୁଗୁଳରୁ ବସ୍‌ଟି ପ୍ରତ୍ୟେକ ଦିନ ସକାଳ ୫.୩୦ ସମୟରେ ଫୁଲବାଣୀରୁ ବାହାରି ଅନୁଗୁଳ ଅଭିମୁଖେ ଯାତ୍ରା କରିଥାଏ । ତେବେ ଆଜି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀକୁ ନେଇ ଏହି ବସ୍‌ଟି ଫୁଲବାଣୀରୁ ବାହାରିଥିବା ବେଳେ ରାଣୀ ପଥର ଘାଟିରେ ଡ୍ରାଇଭରର ଅସାବଧାନତା ଯୋଗୁଁ ଭାରସାମ୍ୟ ହରାଇ ହଠାତ୍ ଘାଟି ତଳକୁ ଖସି ଯାଇଛି ଯାହା ଫଳରେ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସେପଟେ ଏକ ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ । ତେବେ ଘଟଣା ସ୍ଥଳରେ ଚରିଛକ୍ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।