ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ୧୫ ଦିନ ତଳେ ଦୁହେଁ…

ଦେବଗଡ଼,୧୧ା୫(ଶଶାଙ୍କ ଶେଖର ଝାଙ୍କର): ଏକ ଅଭାବନୀୟ ଘଟଣାକ୍ରମରେ ପ୍ରାୟ ୧୫ ଦିନ ହେଲା ଏକାଠି ରହୁଥିବା ପ୍ରେମୀଯୁଗଳ ଶନିବାର ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ସହ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଦେବଗଡ଼ ଜିଲା କଣ୍ଟାପାଲି ଗ୍ରାମର ଜଣେ ୩୦ ବର୍ଷୀୟ ଯୁବକ ସମ୍ବଲପୁର ଜିଲା ଚାରମାଳ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିବା ବେଳେ ପ୍ରାୟ ୧୫ ଦିନ ହେଲା ଦେବଗଡ଼ ଥାନା କଣ୍ଟାପାଲି ଗ୍ରାମରେ ଏକାଠି […] The post ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ୧୫ ଦିନ ତଳେ ଦୁହେଁ… appeared first on Dharitri Odia News.

ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ୧୫ ଦିନ ତଳେ ଦୁହେଁ…

ଦେବଗଡ଼,୧୧ା୫(ଶଶାଙ୍କ ଶେଖର ଝାଙ୍କର): ଏକ ଅଭାବନୀୟ ଘଟଣାକ୍ରମରେ ପ୍ରାୟ ୧୫ ଦିନ ହେଲା ଏକାଠି ରହୁଥିବା ପ୍ରେମୀଯୁଗଳ ଶନିବାର ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ସହ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସୂଚନାନୁଯାୟୀ ଦେବଗଡ଼ ଜିଲା କଣ୍ଟାପାଲି ଗ୍ରାମର ଜଣେ ୩୦ ବର୍ଷୀୟ ଯୁବକ ସମ୍ବଲପୁର ଜିଲା ଚାରମାଳ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଭଲ ପାଉଥିବା ବେଳେ ପ୍ରାୟ ୧୫ ଦିନ ହେଲା ଦେବଗଡ଼ ଥାନା କଣ୍ଟାପାଲି ଗ୍ରାମରେ ଏକାଠି ରହୁଥିଲେ। ତେବେ ଶନିବାର ପ୍ରାୟ ୧ଟା ସମୟରେ ଉଭୟେ ନିକଟସ୍ଥ ନାଳକୁ ଗାଧୋଇବାକୁ ବାହାରିଥିବା ବେଳେ କିଛି ସମୟ ପରେ ସେମାନେ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନାଳ କଡ଼ରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀ ଉକ୍ତ ଯୁବକଙ୍କ ପରିବାର ଲୋକଙ୍କୁ ସୂଚନା ଦେବାରୁ ଉଭୟଙ୍କୁ ସେମାନେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟେ ସେଠାରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ ଆତ୍ମହତ୍ୟା ଉଦ୍ୟମର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏ ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

The post ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ୧୫ ଦିନ ତଳେ ଦୁହେଁ… appeared first on Dharitri Odia News.