ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧(ଅଭୟ ଦାଶ):ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ଏକ୍ସପୋ-୨୦୨୪’ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଆୟୋଜିତ ଏହି ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ମେଳାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ୨୦୨୪ ନଭେମ୍ବର ୨୬ ରୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ଏହି ମେଳା ପ୍ରଦର୍ଶନୀ ପଡ଼ିଆରେ ଜାରି ରହିବ। ପ୍ରତିଦିନ ସକାଳ ୧୧ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ […] The post ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ appeared first on Dharitri Odia News.

ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ

ଭୁବନେଶ୍ୱର,୨୭।୧୧(ଅଭୟ ଦାଶ):ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ଭୁବନେଶ୍ୱରର ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ହ୍ୟାଣ୍ଡଲୁମ ଆଣ୍ଡ ହାଣ୍ଡିକ୍ରାଫ ଏକ୍ସପୋ-୨୦୨୪’ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। କାମଧେନୁ ଖଦି ଉଲ୍‌ ପାନିପଥ ପକ୍ଷରୁ ଆୟୋଜିତ ଏହି ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ମେଳାର ଶୁଭାରମ୍ଭ ନିକଟରେ ହୋଇଯାଇଛି। ୨୦୨୪ ନଭେମ୍ବର ୨୬ ରୁ ଡିସେମ୍ବର ୨୬ ପର୍ଯ୍ୟନ୍ତ ଏହି ମେଳା ପ୍ରଦର୍ଶନୀ ପଡ଼ିଆରେ ଜାରି ରହିବ। ପ୍ରତିଦିନ ସକାଳ ୧୧ ଘଟିକାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଏହି ମେଳା ସବୁ ବର୍ଗର ଗ୍ରାହକଙ୍କ ପାଇଁ ଖୋଲା ରହିଛି। ଏହି ମେଳାରେ ୧୭ ରାଜ୍ୟର ବୁଣାକାର ସଂଘ, ବ୍ୟବସାୟୀ ଓ ସରକାରୀ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନର ଆକର୍ଷଣୀୟ ଷ୍ଟଲ୍‌ ସାଙ୍ଗକୁ ପ୍ରସିଦ୍ଧ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ସାମଗ୍ରୀ ଓ ପୋଷାକ ସମ୍ଭାର ଉପଲବ୍ଧ। ଗ୍ରାହକଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଓ ଅତିରିକ୍ତ ସୁବିଧା ସାଙ୍ଗକୁ ଲୋକପ୍ରିୟ ବ୍ରାଣ୍ଡର ଶାଢ଼ି, ପୋଷାକ, ଘରକରଣା ସାମଗ୍ରୀ ଓ ଆସବାବପତ୍ର ଆଦି ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି। ଓଡ଼ିଶା ସମେତ ପୁଡୁଚେରୀ, ତେଲଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଞ୍ଜାବ, ଆସାମ, କର୍ନାଟକ, ଆନ୍ଦ୍ରପ୍ରଦେଶ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ହରିୟାଣା ଏବଂ ଜମ୍ମୁ ଆଣ୍ଡ କଶ୍ମୀର ଭଳି ରାଜ୍ୟର ଲୋକପ୍ରିୟ ପୋଷାକ ଓ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ସାମଗ୍ରୀ ଉଭୟ ପ୍ରଦର୍ଶନ ଓ ବିକ୍ରୟ ପାଇଁ ଉପଲବ୍ଧ ବୋଲି କାମଧେନୁ ଖଦି ଉଲ୍‌ ପାନିପଥ ରାଜେନ୍ଦ୍ର ଚୌଧୁରୀ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏହି ମେଳାରେ ୧୭ ରାଜ୍ୟର ବ୍ୟବସାୟୀ ମୋଟ ୯୦ ଟି ଷ୍ଟଲ୍‌ ଜରିଆରେ ସେମାନଙ୍କର ପୋଷାକ ଓ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ସାମଗ୍ରୀ ଉଭୟ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି।

The post ହ୍ୟାଣ୍ଡଲୁମ୍‌ ଆଣ୍ଡ ହାଣ୍ଡିକ୍ରାଫ୍‌ ଏକ୍ସପୋ ଉଦ୍‌ଘାଟିତ appeared first on Dharitri Odia News.