ଜାତୀୟ ରାଜପଥ ଟ୍ରାକ୍ଟର-ଟ୍ରକ ମୁହାଁମୁହିଁ ଧକ୍କା: ଭାଙ୍ଗିଗଲା ଏଟିଏମ୍
ଡୁଙ୍ଗୁରିପାଲି ୨୬।୬(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର ଭାଙ୍ଗି ଚୁର୍ମାର୍ ହୋଇଯାଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବ, ଏକ ଟ୍ରାକ୍ଟର(ନଂ ଓଡି୧୭ଜି-୮୨୧୯) ଡୁଙ୍ଗୁରିପାଲି ଆରଏମ୍ସି ମଣ୍ଡିରୁ ଧାନ ଅନ୍ଲୋଡ଼ କରି ସାନନୂଆଁପାଲି ଗ୍ରାମକୁ ଫେରୁଥିଲା। ସେତିକି ବେଳେ ବରଗଡ଼ ପଟୁ ଆସୁଥିବା ଏକ ଲୁହାରଡ଼ ବୋଝେଇ ୧୨ ଚକିଆ ଟ୍ରକ ସହ […] The post ଜାତୀୟ ରାଜପଥ ଟ୍ରାକ୍ଟର-ଟ୍ରକ ମୁହାଁମୁହିଁ ଧକ୍କା: ଭାଙ୍ଗିଗଲା ଏଟିଏମ୍ appeared first on Dharitri Odia News.
ଡୁଙ୍ଗୁରିପାଲି ୨୬।୬(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ୨୬ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର ଭାଙ୍ଗି ଚୁର୍ମାର୍ ହୋଇଯାଇଥିବା ବେଳେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବ, ଏକ ଟ୍ରାକ୍ଟର(ନଂ ଓଡି୧୭ଜି-୮୨୧୯) ଡୁଙ୍ଗୁରିପାଲି ଆରଏମ୍ସି ମଣ୍ଡିରୁ ଧାନ ଅନ୍ଲୋଡ଼ କରି ସାନନୂଆଁପାଲି ଗ୍ରାମକୁ ଫେରୁଥିଲା। ସେତିକି ବେଳେ ବରଗଡ଼ ପଟୁ ଆସୁଥିବା ଏକ ଲୁହାରଡ଼ ବୋଝେଇ ୧୨ ଚକିଆ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଖବର ପାଇଁ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ଡ୍ରାଇଭର ରମେଶ ଦଣ୍ଡସେନା(୩୦)ଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ରମେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଭୀମସାର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଦୁର୍ଘଟଣାରେ ଟ୍ରାକ୍ଟର ଭାଙ୍ଗି ଚୁରମାର୍ ହୋଇଯାଇଛି।
ସୂଚନା ଯୋଗ୍ୟ, ଟ୍ରକ ଟ୍ରାକ୍ଟରକୁ ଧକ୍କା ଦେଇ ସେଠାରୁ ପୁଣି ପ୍ରାୟ ୧୦୦ ମିଟର ଦୂରରେ ରାସ୍ତା ପାର୍ଶ୍ୱରେ ଥିବା ୨ଟି ବିଦ୍ୟୁତ୍ ପୋଲ, ବ୍ୟାଙ୍କ ଏଟିଏମକୁ ଧକ୍କା ଦେଇ ବ୍ୟାଙ୍କ ପାଖରେ ଥିବା ଏକ ଘରକୁ ପଶିଆସିଥିଲା। ଦୁର୍ଘଟଣାଗ୍ରସ୍ତ ଟ୍ରକ ପଡି ରହିଥିବାରୁ ବ୍ୟାଙ୍କ ସେବା ବାଧାପ୍ରାପ୍ତ ହୋଇଥିଲା। ଏ ନେଇ ବ୍ୟାଙ୍କ ମେନେଜର ସାଶ୍ୱତ ପାଣିଗ୍ରାହୀ ଡୁଙ୍ଗୁରିପାଲି ଥାନା ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଡୁଙ୍ଗୁରିପାଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ହେଲେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭ ଫେରାର ହୋଇଯାଇଥିବା ବେଳେ ପୋଲିସ ହେଲପରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୁର୍ଘଟଣା ସ୍ଥଳରେ ପୋଲିସ ଜଗି ରହିଛି।
The post ଜାତୀୟ ରାଜପଥ ଟ୍ରାକ୍ଟର-ଟ୍ରକ ମୁହାଁମୁହିଁ ଧକ୍କା: ଭାଙ୍ଗିଗଲା ଏଟିଏମ୍ appeared first on Dharitri Odia News.