ବାର ବର୍ଷର ବାଳକଙ୍କ ଦୁଃସାହାସିକ ସ୍କୁବା ଡ୍ରାଇଭ୍, ରେକର୍ଡ଼ ପାଇଁ ଚଳାଇଛି ପ୍ରୟାସ

ବୟସ ମାତ୍ର ବାର ବର୍ଷ । ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । କିନ୍ତୁ କାର୍ଯ୍ୟ ଜଣେ ଦକ୍ଷ ଯୁବକଙ୍କ ଭଳି । ଇଏ ହେଉଛନ୍ତି କଟକର ସୌମ୍ୟଜିତ ରାୟ । କଟକ ସିଲଭର ସିଟି ବୋଟ୍ କ୍ଲବରେ ଥିବା ମହାନଦୀର ଗଭୀର ଜଳରାଶିରେ ଚଳାଇଛନ୍ତି ଦୁଃସାହାସିକ ସ୍କୁବା ଡ୍ରାଇଭ୍। ସ୍କୁବା ଡ୍ରାଇଭର ନାଁ ଯେମିତି ତାଙ୍କର କାମ ବି ସେମିତି । ମହାନଦୀର ଗଭୀର ଜଳରାଶିରେ ଦେଖାଉଛନ୍ତି ସ୍କୁବା ଡ୍ରାଇଭ୍ର କମାଲ । ସେ ପୁଣି […] The post ବାର ବର୍ଷର ବାଳକଙ୍କ ଦୁଃସାହାସିକ ସ୍କୁବା ଡ୍ରାଇଭ୍, ରେକର୍ଡ଼ ପାଇଁ ଚଳାଇଛି ପ୍ରୟାସ appeared first on KNews Odisha.

ବାର ବର୍ଷର ବାଳକଙ୍କ ଦୁଃସାହାସିକ ସ୍କୁବା ଡ୍ରାଇଭ୍, ରେକର୍ଡ଼ ପାଇଁ ଚଳାଇଛି ପ୍ରୟାସ

ବୟସ ମାତ୍ର ବାର ବର୍ଷ । ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । କିନ୍ତୁ କାର୍ଯ୍ୟ ଜଣେ ଦକ୍ଷ ଯୁବକଙ୍କ ଭଳି । ଇଏ ହେଉଛନ୍ତି କଟକର ସୌମ୍ୟଜିତ ରାୟ । କଟକ ସିଲଭର ସିଟି ବୋଟ୍ କ୍ଲବରେ ଥିବା ମହାନଦୀର ଗଭୀର ଜଳରାଶିରେ ଚଳାଇଛନ୍ତି ଦୁଃସାହାସିକ ସ୍କୁବା ଡ୍ରାଇଭ୍। ସ୍କୁବା ଡ୍ରାଇଭର ନାଁ ଯେମିତି ତାଙ୍କର କାମ ବି ସେମିତି । ମହାନଦୀର ଗଭୀର ଜଳରାଶିରେ ଦେଖାଉଛନ୍ତି ସ୍କୁବା ଡ୍ରାଇଭ୍ର କମାଲ । ସେ ପୁଣି ଉତ୍ତର ପ୍ରଦେଶରୁ ଆସିଥିବା ବୀର ପୋଲିସ କର୍ମଚାରୀଙ୍କ ସହ । ବୀର ପୋଲିସ କର୍ମଚାରୀ ମାନେ ଯେମିତି ଦଉଡ଼ି ପକାଇ ଗଭୀର ଜଳରାଶିକୁ ଯାଉଛନ୍ତି । ଠିକ୍ ସମାନ ଢ଼ଙ୍ଗରେ କଟକର ଏହି ବାର ବର୍ଷର ଶିଶୁ ତାହା କରି ଦେଖାଉଛି । କେବଳ ସେତିକି ନୁହେଁ ସୌମ୍ୟଜିତ ହେଉଛନ୍ତି ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡ୍ରାଇଭର । ପ୍ରଶିକ୍ଷଣ ନେଉଛନ୍ତି ଜଣେ ଅବସରପ୍ରାପ୍ତ ମାର୍କୋସ୍ କମାଣ୍ଡୋ ପିତବାସ ସାସ୍ମଲ୍ ଙ୍କ ଠୁ । ଏବେ ପିତବାସ ଙ୍କ ପାଖରେ ଉତ୍ତର ପ୍ରଦେଶ ପୋଲିସ ବିଭାଗରୁ କିଛି କର୍ମଚାରୀ ପ୍ରଶିକ୍ଷଣ ନେବାକୁ ଆସିଥିବା ବେଳେ ଏଥିରୁ ବାଦ୍ ପଡ଼ିନି କୁନି ଶିଶୁ ସୌମ୍ୟଜିତ। ମହାନଦୀର ଗଭୀର ନୀଳ ପାଣିକୁ ଦେଖିଲେ ସାଧାରଣ ଲୋକଟେ ଭୟଭୀତ ହେବା ସୁନିଶ୍ଚିନ୍ତ । କିନ୍ତୁ ବାର ବର୍ଷର ସୌମ୍ୟଜିତଙ୍କ ପାଇଁ ଏହା ଏକ ନିର୍ଭୟର ଖେଳ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର କରିବାରେ ଆମ ରାଜ୍ୟ ହେଉଛି ପ୍ରଥମ ।

ତେବେ ସୌମ୍ୟଙ୍କ ବାପା କହିଛନ୍ତି ଯେ ସେ ତାଙ୍କ ବାପାଙ୍କ ସ୍ବପ୍ନ ଦୁଇ ଭାଇ ପୂରଣ କରି ପାରି ନଥିଲେ। କିନ୍ତୁ ଏବେ ମୋ ପୁଅ ମୋ ବାପାଙ୍କର ସ୍ବପ୍ନକୁ ପୂରଣ କରି ଦେଖାଇବ ବୋଲି କହିଛନ୍ତି ସୌମ୍ୟଜିତଙ୍କ ବାପା ବିଶ୍ୱଜିତ୍ ରାୟ । ସମ୍ବଳ ନଥିଲେ ମଧ୍ୟ ପିଲାକୁ ସ୍କୁବା ଡ୍ରାଇଭ୍ ପ୍ରଶିକ୍ଷଣ ଦେବାରେ ବାପାର ବହୁତ୍ ଆଗ୍ରହ । ଆଉ ବାପାଙ୍କ ଏହି ଆଗ୍ରହ ଓ ସୌମ୍ୟଜିତ ର ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ଅର୍ଥରାଶି । କଟକ ସିଲଭର ସିଟି ବୋଟ୍ କ୍ଲବରେ ଥିବା କଳିଙ୍ଗ ସ୍କୁବା ଡ୍ରାଇଭ୍ର ନିର୍ଦ୍ଦେଶକ ସବୀର ବକ୍ସ ସୌମ୍ୟଜିତଙ୍କୁ ଦେଉଛନ୍ତି ମାଗଣା ପ୍ରଶିକ୍ଷଣ । ସୌମ୍ୟଜିତ ବି ବହୁତ୍ ତତ୍ପରତାର ସହିତ କୋଡ଼ିଏ ଦିନ ଭିତରେ ଶିଖି ଗଲେଣି ସ୍କୁବା ଡ୍ରାଇଭ୍ । ପ୍ରଶିକ୍ଷଣ ଦେଉଥିବା ଗୁରୁ ଦେଉଛନ୍ତି ବିଭିନ୍ନ ଟାସ୍‌କ । ଗଭୀର ଜଳରାଶି ଭିତରକୁ ଯାଉଛ ନା ନାହିଁ ତା’ର ପ୍ରମାଣ ଦେଇଥାନ୍ତି ଗୁରୁଙ୍କୁ । ଯେମିତିକି ହାତରେ ତଳୁ ବାଲି ଆଣି ଦେଖାଉଛନ୍ତି କୁନି ବାଳକ ଜଣକ । ଗୁରୁ ବି ଜାଣିଲେ ୨୫ ଫୁଟ୍ ଗଭୀର ପାଣି ଭିତରକୁ ଯାଇ ଫେରିଛି ସୌମ୍ୟାଜିତ। ସୌମ୍ୟାଜିତ ଙ୍କର ଏଭଳି କଳା ଦେଖି ତାଙ୍କ ଉପରେ ବହୁତ ଆଶା ରଖିଛନ୍ତି ତାଙ୍କ ଜେଜେ ମା ଓ ମା।

The post ବାର ବର୍ଷର ବାଳକଙ୍କ ଦୁଃସାହାସିକ ସ୍କୁବା ଡ୍ରାଇଭ୍, ରେକର୍ଡ଼ ପାଇଁ ଚଳାଇଛି ପ୍ରୟାସ appeared first on KNews Odisha.