ୱାର୍କଆଉଟ ପୂର୍ବରୁ ପିଅନ୍ତୁ ଏହି ଏନର୍ଜି ଡ୍ରିଙ୍କସ୍, ଶରୀରରେ ଆସିବ ଅନେକ ପରିବର୍ତ୍ତନ  

ଲୋକମାନେ ଖାସ୍ କରି ଖରାଦିନରେ ଛତୁଆ ଖାଇବାକୁ ପସନ୍ଦ କରିଥାନ୍ତି । ଛତୁଆ ମଧ୍ୟ ଖରାଦିନ ପାଇଁ ବେଶ୍ ଫଳପ୍ରଦ । ଯେଉଁଥିରୁ ଆମକୁ ଅନେକ ପୋଷକ ତତ୍ତ୍ବ ମିଳିଥାଏ । ଗହମ, ଚାଉଳ ଏବଂ ଚଣା ମିଶ୍ରଣ କରି ଏହା ପ୍ରସ୍ତୁତ କରାଯାଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଡାଏଟରେ ଥିବା ଲୋକଙ୍କ ପାଇଁ ଛତୁଆ ପାଣି ଅନେକ ଲାଭପ୍ରଦ ହୋଇଥାଏ । ଯାହା ସେବନ କରିବା […] The post ୱାର୍କଆଉଟ ପୂର୍ବରୁ ପିଅନ୍ତୁ ଏହି ଏନର୍ଜି ଡ୍ରିଙ୍କସ୍, ଶରୀରରେ ଆସିବ ଅନେକ ପରିବର୍ତ୍ତନ   appeared first on KNews Odisha.

ୱାର୍କଆଉଟ ପୂର୍ବରୁ ପିଅନ୍ତୁ ଏହି ଏନର୍ଜି ଡ୍ରିଙ୍କସ୍, ଶରୀରରେ ଆସିବ ଅନେକ ପରିବର୍ତ୍ତନ  

ଲୋକମାନେ ଖାସ୍ କରି ଖରାଦିନରେ ଛତୁଆ ଖାଇବାକୁ ପସନ୍ଦ କରିଥାନ୍ତି । ଛତୁଆ ମଧ୍ୟ ଖରାଦିନ ପାଇଁ ବେଶ୍ ଫଳପ୍ରଦ । ଯେଉଁଥିରୁ ଆମକୁ ଅନେକ ପୋଷକ ତତ୍ତ୍ବ ମିଳିଥାଏ । ଗହମ, ଚାଉଳ ଏବଂ ଚଣା ମିଶ୍ରଣ କରି ଏହା ପ୍ରସ୍ତୁତ କରାଯାଇଥାଏ । ଡାଇବେଟିସ ରୋଗୀଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

ଡାଏଟରେ ଥିବା ଲୋକଙ୍କ ପାଇଁ ଛତୁଆ ପାଣି ଅନେକ ଲାଭପ୍ରଦ ହୋଇଥାଏ । ଯାହା ସେବନ କରିବା ଦ୍ବାରା  ଓଜନ କମାଇବାରେ ସହାୟକ ହୋଇଥାଏ । ଯାହା ପ୍ରାକୃତିକ ପ୍ରୋଟିନ ପାଉଡର ଭାବେ କାର୍ଯ୍ୟକାରୀ କରିଥାଏ । ଏହି ପ୍ରୋଟିନ ପାଉଡର କେବଳ ମାଂସପେଶୀକୁ ଠିକ ରଖିନଥାଏ ବରଂ ମାଂସପେଶୀର ବିକାଶରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଖରାଦିନରେ ଶରୀରକୁ ହାଇଡ୍ରେଟ ରଖିବା ସହିତ ପେଟକୁ ଥଣ୍ଡା ରଖିଥାଏ । ଛତୁଆ ପାଣି ବା ଛତୁଆ ସେବନ କରିବା ଦ୍ୱାରା ଅନେକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ ହୋଇନଥାଏ  ।  ୱାର୍କଆଉଟ କରିବା ପୂର୍ବରୁ ଛତୁଆ ପାଣି ପିଇବା ଆମ ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ  । ତେବେ ଆସନ୍ତୁ ୱାର୍କଆଉଟ କରିବା ପୂର୍ବରୁ ଛତୁଆ ପାଣି ପିଇଲେ କେଉଁ ସବୁ ଫାଇଦା ମିଳିଥାଏ ସେ ସମ୍ପର୍କରେ ଜାଣିବା ।

ମାଂସପେଶୀରେ ବିକାଶ : ଶରୀର ଗଠନ ପାଇଁ ଏବଂ ଉତ୍ତମ ମାଂସପେଶୀ ପାଇଁ ଛତୁଆ ପାଣି ବେଶ୍ ଗୁରୁତ୍ତ୍ବପୂର୍ଣ୍ଣ । ଯାହା ସେବନ କରିବା ଦ୍ୱାରା ମାଂସପେଶୀର ବିକାଶରେ ସାହାଯ୍ୟ କରିଥାଏ  । ଏଥିରେ ଅନେକ ମାତ୍ରାରେ ପୋଷାକ ତତ୍ତ୍ୱ ଥିବାରୁ ଶରୀର ପାଇଁ ଲାଭପ୍ରଦ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ଛତୁଆ ପାଣି ସେବନ କରିବା ଆବଶ୍ୟକ ।

ମାଂସପେଶୀରେ ରିକୋଭରି : ଶରୀରକୁ ସୁସ୍ଥ ରକିବା ପାଇଁ ଆମେ ଜିମରେ ଜଏନ କରିଥାଉ । ଯଦି ମାଂସପେଶୀରେ ରିକୋଭରି ନ ଆସେ ତେବେ ୱାର୍କଆଉଟ କିମ୍ବା ଏକ୍ସରସାଇଜ କରିବାର କୌଣସି ଲାଭ ନଥାଏ । ତେଣୁ ୱାର୍କଆଉଟ କରିବା ସହିତ ଛତୁଆ ପାଣି ପିଇବା ମଧ୍ୟ ଆବଶ୍ୟକ । ଏହି ଏନର୍ଜି ଡ୍ରିଙ୍କ ପିଇବା ଦ୍ବାରା ମାଂସପେଶୀରେ ବୃଦ୍ଧି ଘଟିଥାଏ । ଅତି ସହଜରେ ଏହି ଡ୍ରିଙ୍କ୍ ମାଂସପେଶୀକୁ ଠିକ୍ କରିଥାଏ ।

ଶକ୍ତ ଏବଂ ସହନଶକ୍ତିରେ ବୃଦ୍ଧି : ବଡ଼ିକୁ ହାଇଡ୍ରେଟ ରଖିବାରେ ଏହି ଡ୍ରିଙ୍କ ସାହାଯ୍ୟକାରୀ ହୋଇଥାଏ । ଏଥିରେ ଏପରି ଗୁଣ ରହିଛି ଯାହା ଆମ ବଡ଼ିକୁ ଥଣ୍ଡା ରଖିଥାଏ । ଏହି ପାଣି ସେବନ କରିବା ଫଳରେ ଶରୀରରେ ଇଲୋକ୍ଟ୍ରୋଲାଇଟ୍ସରେ ସନ୍ତୁଳନକୁ ଠିକ୍ ରଖିଥାଏ । ଯାହା ଫଳରେ ୱାର୍କଆଉଟ କରିବା ସମୟରେ ଡିହାଇଡ୍ରେଟ ଭଳି ସମସ୍ୟାକୁ ଦୂର କରିଥାଏ ।

ଓଜନରେ ନିୟନ୍ତ୍ରଣ : ଛତୁଆ ପାଣି ଏକ ଏଭଳି ଡ୍ରିଙ୍କ ଯାହା ଓଜନ ବୃଦ୍ଧି ଏବଂ ଓଜନ ହ୍ରାସ କରିବାର ଭଲ ଉପାୟ । ୱାର୍କଆଉଟ ପୂର୍ବରୁ ଏହାକୁ ସେବନ କରିବା ଦ୍ବାରା ଓଜନ ହ୍ରାସରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ଓଜନ କମ୍, ତେବେ ଆପଣ ବ୍ୟାୟାମ ପୂର୍ବରୁ ଛତୁଆ ପାଣି ପିଇପାରିବେ ଏବଂ ଆପଣଙ୍କର ଓଜନ ଯଦି ଅଧିକ, ତେବେ ଆପଣ ଏହାକୁ ଆପଣଙ୍କ ଖାଦ୍ୟରେ ସାମିଲ  କରିପାରିବେ।

Also Read : ପ୍ରତିଦିନ ଛତୁଆ ଖାଇବା ଲାଭଦାୟକ କି? ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ କ’ଣ ପଡିଥାଏ ପ୍ରଭାବ

The post ୱାର୍କଆଉଟ ପୂର୍ବରୁ ପିଅନ୍ତୁ ଏହି ଏନର୍ଜି ଡ୍ରିଙ୍କସ୍, ଶରୀରରେ ଆସିବ ଅନେକ ପରିବର୍ତ୍ତନ   appeared first on KNews Odisha.