‘କ୍ରିକେଟ୍ ଏବେ ଆରମ୍ଭ ହେଲା, ଆହୁରି ଅନେକ ବାକି ଅଛି’; ସନ୍ନ୍ୟାସକୁ ନେଇ ଏମିତି କହିଲେ ବୁମରା..
ମୁମ୍ବାଇ: କ୍ରିକେଟରୁ ସନ୍ନ୍ୟାସକୁ ନେଇ ମୁହଁ ଖୋଲିଲେ ଭାରତୀୟ ଟିମର ପେସ୍ ବୋଲର ଯଶପ୍ରୀତ୍ ବୁମରା । ଅବସର ନେବା କଥାକୁ ସେ ଗୁଜବ ବୋଲି କହିଛନ୍ତି । ଏବେ ଏବେ କ୍ୟାରିୟର ଆରମ୍ଭ ହେଲା, ଅବସର ନେବାର ପ୍ରଶ୍ନ ଉଠୁନାହିଁ । ଆହୁରି ଅନେକ କ୍ରିକେଟ୍ ବାକି ରହିଛି ବୋଲି ବୁମରା କହିଛନ୍ତି ।ଯଶପ୍ରୀତ୍ ବୁମରା ଗତ କିଛି ବର୍ଷ ହେଲା ଭାରତୀୟ କ୍ରିକେଟ୍ ଟିମର ତିନୋଟି ଫର୍ମାଟରେ ନିରନ୍ତର ଭାବେ ଭଲ ପ୍ରଦର୍ଶନ ଆସୁଛନ୍ତି । ୟର୍କର କିଙ୍ଗ୍ ଭାବେ ଜଣାଶୁଣା ଏହି ବୋଲରଙ୍କ ବଲ୍ରେ ବଡ଼ ବଡ଼ ବ୍ୟାଟର ଆଣ୍ଠେଇ ପଡ଼ୁଛନ୍ତି । ବିପକ୍ଷ ଟିମ୍ ଉପରେ ସବୁ ବେଳେ ଭାରି ପଡୁଛନ୍ତି ଭାରତର ଏହି ଦ୍ରୁତ ବୋଲର । ତାଙ୍କ ବିରୋଧରେ ରନ୍ କରିବା ପାଇଁ ବ୍ୟାଟରମାନେ ପଡ଼ିଆରେ ସଂଘର୍ଷ କରୁଛନ୍ତି । ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳା ଯାଇଥିବା ଟି-୨୦ ବିଶ୍ବକପରେ ଲାଗତାର ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ବିଶ୍ବ ବିଜେତା କରାଇବାରେ ବୁମରାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୨୪ ଟି-୨୦ ବିଶ୍ବକପରେ ୧୫ଟି ଓ୍ବିକେଟ୍ ନେଇ ସେ ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି । ଏହା ପୂର୍ବରୁ ଦିନକିଆ କ୍ରିକେଟ୍ ବିଶ୍ବକପରେ ମଧ୍ୟ ଦାମଦାର ପ୍ରଦର୍ଶନ କରିଥିଲେ । ହେଲେ ଏବେ ଯଶପ୍ରୀତ୍ ବୁମରାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ଗୁଜବ ଉଡ଼ିବାରେ ଲାଗିଛି । ରୋହିତ୍ ଶର୍ମା, ବିରାଟ୍ କୋହଲି ଓ ରବିନ୍ଦ୍ର ଜାଡେଜାଙ୍କ ବିଶ୍ବକପ୍ ପରେ ଅନ୍ତରାଷ୍ଟ୍
ମୁମ୍ବାଇ: କ୍ରିକେଟରୁ ସନ୍ନ୍ୟାସକୁ ନେଇ ମୁହଁ ଖୋଲିଲେ ଭାରତୀୟ ଟିମର ପେସ୍ ବୋଲର ଯଶପ୍ରୀତ୍ ବୁମରା । ଅବସର ନେବା କଥାକୁ ସେ ଗୁଜବ ବୋଲି କହିଛନ୍ତି । ଏବେ ଏବେ କ୍ୟାରିୟର ଆରମ୍ଭ ହେଲା, ଅବସର ନେବାର ପ୍ରଶ୍ନ ଉଠୁନାହିଁ । ଆହୁରି ଅନେକ କ୍ରିକେଟ୍ ବାକି ରହିଛି ବୋଲି ବୁମରା କହିଛନ୍ତି ।
ଯଶପ୍ରୀତ୍ ବୁମରା ଗତ କିଛି ବର୍ଷ ହେଲା ଭାରତୀୟ କ୍ରିକେଟ୍ ଟିମର ତିନୋଟି ଫର୍ମାଟରେ ନିରନ୍ତର ଭାବେ ଭଲ ପ୍ରଦର୍ଶନ ଆସୁଛନ୍ତି । ୟର୍କର କିଙ୍ଗ୍ ଭାବେ ଜଣାଶୁଣା ଏହି ବୋଲରଙ୍କ ବଲ୍ରେ ବଡ଼ ବଡ଼ ବ୍ୟାଟର ଆଣ୍ଠେଇ ପଡ଼ୁଛନ୍ତି । ବିପକ୍ଷ ଟିମ୍ ଉପରେ ସବୁ ବେଳେ ଭାରି ପଡୁଛନ୍ତି ଭାରତର ଏହି ଦ୍ରୁତ ବୋଲର । ତାଙ୍କ ବିରୋଧରେ ରନ୍ କରିବା ପାଇଁ ବ୍ୟାଟରମାନେ ପଡ଼ିଆରେ ସଂଘର୍ଷ କରୁଛନ୍ତି । ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଖେଳା ଯାଇଥିବା ଟି-୨୦ ବିଶ୍ବକପରେ ଲାଗତାର ଚମତ୍କାର ପ୍ରଦର୍ଶନ କରି ଟିମ୍ ଇଣ୍ଡିଆକୁ ବିଶ୍ବ ବିଜେତା କରାଇବାରେ ବୁମରାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୨୪ ଟି-୨୦ ବିଶ୍ବକପରେ ୧୫ଟି ଓ୍ବିକେଟ୍ ନେଇ ସେ ମ୍ୟାନ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି । ଏହା ପୂର୍ବରୁ ଦିନକିଆ କ୍ରିକେଟ୍ ବିଶ୍ବକପରେ ମଧ୍ୟ ଦାମଦାର ପ୍ରଦର୍ଶନ କରିଥିଲେ । ହେଲେ ଏବେ ଯଶପ୍ରୀତ୍ ବୁମରାଙ୍କ କ୍ରିକେଟ୍ କ୍ୟାରିୟରକୁ ନେଇ ଗୁଜବ ଉଡ଼ିବାରେ ଲାଗିଛି ।
ରୋହିତ୍ ଶର୍ମା, ବିରାଟ୍ କୋହଲି ଓ ରବିନ୍ଦ୍ର ଜାଡେଜାଙ୍କ ବିଶ୍ବକପ୍ ପରେ ଅନ୍ତରାଷ୍ଟ୍ରୀୟ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି । ଭାରତୀୟ ଟିମ୍ ଫାଇନାଲ୍ ଜିତିବା ପରେ ଭାରତୀୟ ଟିମର ୩ ବରିଷ୍ଠ ଖେଳାଳି ସନ୍ନ୍ୟାସ ଘୋଷଣା କରିଥିଲେ । ଏହାର ପରେ ଯଶପ୍ରୀତ୍ ବୁମରାଙ୍କ ଆବସରକୁ ନେଇ ଗୁଜବ ଉଠିଥିଲା । ଟି-୨୦ କ୍ରିକେଟରୁ ବୁମରା ସନ୍ନ୍ୟାସ ନେଇପାରନ୍ତି ବୋଲି ଶୁଣିବାକୁ ମିଳିଥିଲା । ହେଲେ ଯଶପ୍ରୀତ୍ ବୁମରା ବିଶ୍ବକପ୍ ସେଲିବ୍ରିସନ ବେଳେ ଏହାକୁ ନିଜେ ଖଣ୍ଡନ କରିଛନ୍ତି । ଏଭଳି ଖବରକୁ ସେ ଗୁଜବ ବୋଲି କହିଛନ୍ତି । ଏବେ ଏବେ କ୍ରିକେଟ୍ କ୍ୟାରିୟର ଆରମ୍ଭ ହେଲା । ଇଣ୍ଡିଆନ୍ ଟିମ୍ ପାଇଁ ଆହୁରି କିଛି କରିବାର ଅଛି । ଅନେକ କ୍ରିକେଟ୍ ବାକି ରହିଛି । ଅବସର ବହୁତ ଦୂରରେ ରହିଛି ବୋଲି ଯଶପ୍ରୀତ୍ ବୁମରା ସ୍ପଷ୍ଟ କରିଛନ୍ତି ।