ସୋମବାରଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ, ସ୍ବାଭାବିକ ହେବ ଇଣ୍ଟରନେଟ୍‌ ସେବା

ବାଲେଶ୍ବର: ସୋମବାରଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ-କଲେଜ। ସ୍ବାଭାବିକ ରହିବ ମୋବାଇଲ ଇଣ୍ଟରନେଟ୍‌ ସେବା । ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଥିବାବେଳେ ଏଠାରେ ସକାଳ ୫ରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ। ସେହିଭଳି ଟାଉନ୍‌ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯିବ। ସୂଚନାଯୋଗ୍ୟ ଯେ, ଗତ ସୋମବାର ଇଦ୍‌-ଉଲ୍-ଜୁହା ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଦରଘା ପଡ଼ିଆରେ ନମାଜ ପାଠ କରିଥିଲେ। ଏହି  ସମୟରେ ସୁନହଟ୍‌ ସ୍ଥିତ ଏକ ଡ୍ରେନ୍‌ରେ ଲାଲ ରଙ୍ଗର କୌଣସି ଦ୍ରବ୍ୟ ପଡ଼ିଥିବା ଦେଖି ଅନ୍ୟ  ଏକ ଗୋଷ୍ଠୀର ଲୋକେ ତାତିଥିଲେ । ସେମାନେ ଏହାକୁ ରକ୍ତ ବୋଲି ଦାବି କରିଥିଲେ । ଏମିତିକି ଏହାକୁ ଗୋଟିଏ ଗୋଷ୍ଠୀ ଗୋ-ରକ୍ତ ଦାବି କରି ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ଆଉ ଏହାକୁ ନେଇ ଉତ୍ତେଜନା  ଦେଖାଦେଇଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ  ହେବା ସହ ଢେଲା ପଥର ମାଡ଼ କରିଥିଲେ । ପରେ ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା-ଚାନ୍ଦିପୁର ରାସ୍ତା  ଅବରୋଧ କରିଥିଲେ । ଏହାକୁ ନେଇ ଉଭୟ  ଗୋଷ୍ଠୀ ପୁଣି ଟେକା ପଥର ମାଡ଼ ସାଙ୍ଗକୁ ରାସ୍ତା  ପାଶ୍ୱର୍ରେ ଥିବା କେତେକ ବାଇକ୍‌ ଓ ଚାରିଚକିଆଯାନକୁ ଭଙ୍ଗାରୁଜା କରିଥିଲେ ।ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। 

ସୋମବାରଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ,  ସ୍ବାଭାବିକ ହେବ ଇଣ୍ଟରନେଟ୍‌ ସେବା

ବାଲେଶ୍ବର: ସୋମବାରଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ-କଲେଜ। ସ୍ବାଭାବିକ ରହିବ ମୋବାଇଲ ଇଣ୍ଟରନେଟ୍‌ ସେବା । ସହଦେବଖୁଣ୍ଟା ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ କରାଯାଇଥିବାବେଳେ ଏଠାରେ ସକାଳ ୫ରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ। ସେହିଭଳି ଟାଉନ୍‌ ଥାନା ଅଞ୍ଚଳରେ ସକାଳ ୫ରୁ ଦିନ ୨ଟା ଯାଏଁ କର୍ଫ୍ୟୁ କୋହଳ କରାଯିବ। 

ସୂଚନାଯୋଗ୍ୟ ଯେ, ଗତ ସୋମବାର ଇଦ୍‌-ଉଲ୍-ଜୁହା ଅବସରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଦରଘା ପଡ଼ିଆରେ ନମାଜ ପାଠ କରିଥିଲେ। ଏହି  ସମୟରେ ସୁନହଟ୍‌ ସ୍ଥିତ ଏକ ଡ୍ରେନ୍‌ରେ ଲାଲ ରଙ୍ଗର କୌଣସି ଦ୍ରବ୍ୟ ପଡ଼ିଥିବା ଦେଖି ଅନ୍ୟ  ଏକ ଗୋଷ୍ଠୀର ଲୋକେ ତାତିଥିଲେ । ସେମାନେ ଏହାକୁ ରକ୍ତ ବୋଲି ଦାବି କରିଥିଲେ । ଏମିତିକି ଏହାକୁ ଗୋଟିଏ ଗୋଷ୍ଠୀ ଗୋ-ରକ୍ତ ଦାବି କରି ଉତ୍‌କ୍ଷିପ୍ତ ହୋଇଉଠିଥିଲେ। ଆଉ ଏହାକୁ ନେଇ ଉତ୍ତେଜନା  ଦେଖାଦେଇଥିଲା । 

ଉଭୟ ଗୋଷ୍ଠୀ ମୁହାଁମୁହିଁ  ହେବା ସହ ଢେଲା ପଥର ମାଡ଼ କରିଥିଲେ । ପରେ ଗୋଟିଏ ଗୋଷ୍ଠୀ ପାତ୍ରପଡ଼ା-ଚାନ୍ଦିପୁର ରାସ୍ତା  ଅବରୋଧ କରିଥିଲେ । ଏହାକୁ ନେଇ ଉଭୟ  ଗୋଷ୍ଠୀ ପୁଣି ଟେକା ପଥର ମାଡ଼ ସାଙ୍ଗକୁ ରାସ୍ତା  ପାଶ୍ୱର୍ରେ ଥିବା କେତେକ ବାଇକ୍‌ ଓ ଚାରିଚକିଆଯାନକୁ ଭଙ୍ଗାରୁଜା କରିଥିଲେ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳରେ କର୍ଫ୍ୟୁ ଜାରି କରାଯିବା ସହ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା।