ଦହିବରା ଖାଇ ୨୪ ଅସୁସ୍ଥ
ଭଣ୍ଡାରିପୋଖରୀ, ୪ା୩ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ କୁରିଙ୍ଗା ପଞ୍ଚାୟତର ଶଠଗଁାରେ ଦହିବରା ଖାଇ ୨୪ଜଣ ଅସୁସ୍ଥ ହୋଇଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମେଡିକାଲ ଟିମ୍ ମଧ୍ୟ ଗଁାକୁ ଆସି ଚିକିତ୍ସା ଯୋଗାଇ ଦେଇଛି। ସୂଚନା ଅନୁଯାୟୀ, ଶନିବାର ଶଠଗଁାର ଦ୍ୱିଜବର ପରିଡ଼ାଙ୍କ ଘରକୁ ଗର୍ଭବତୀ ବୋହୂଙ୍କ ପାଇଁ ସାଦଖିଆ ଭୋଜିରେ କିଛି ଖାଦ୍ୟ ସାମଗ୍ରୀ ଆସିଥିଲା। ସେହି ଖାଦ୍ୟ ମଧ୍ୟରେ ଦହିବରା ଆସିଥିଲା। ଏହାକୁ ଖାଇବା […] The post ଦହିବରା ଖାଇ ୨୪ ଅସୁସ୍ଥ appeared first on Dharitri Odia News.
ଭଣ୍ଡାରିପୋଖରୀ, ୪ା୩ (ରବିନାରାୟଣ ଖିଲାର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ କୁରିଙ୍ଗା ପଞ୍ଚାୟତର ଶଠଗଁାରେ ଦହିବରା ଖାଇ ୨୪ଜଣ ଅସୁସ୍ଥ ହୋଇଛନ୍ତି। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ମେଡିକାଲ ଟିମ୍ ମଧ୍ୟ ଗଁାକୁ ଆସି ଚିକିତ୍ସା ଯୋଗାଇ ଦେଇଛି।
ସୂଚନା ଅନୁଯାୟୀ, ଶନିବାର ଶଠଗଁାର ଦ୍ୱିଜବର ପରିଡ଼ାଙ୍କ ଘରକୁ ଗର୍ଭବତୀ ବୋହୂଙ୍କ ପାଇଁ ସାଦଖିଆ ଭୋଜିରେ କିଛି ଖାଦ୍ୟ ସାମଗ୍ରୀ ଆସିଥିଲା। ସେହି ଖାଦ୍ୟ ମଧ୍ୟରେ ଦହିବରା ଆସିଥିଲା। ଏହାକୁ ଖାଇବା ପରେ ଗ୍ରାମବାସୀଙ୍କର ଝାଡ଼ାବାନ୍ତି ହୋଇଥିଲା। ପ୍ରଥମେ ସ୍ଥାନୀୟ ବିରୋଳି ଡାକ୍ତରଖାନା ଓ ପରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କୁ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ରାଜକିଶୋର ଦାସ(୬୨) ଏବଂ ଓମ୍ ପ୍ରକାଶ ଦାସ(୧୩)। ଶନିବାର ୫ଜଣ ବିରୋଳି ଡାକ୍ତରଖାନାରୁ ଯାଜପୁରକୁ ସ୍ଥାନାନ୍ତର ହୋଇଥିଲେ। ରବିବାର ଗର୍ଭବତୀ ମହିଳାଙ୍କ ସମେତ ୧୨ଜଣଙ୍କୁ ପଠାଯାଇଥିଲା। କେତେଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଖାଦ୍ୟ ବିଷାକ୍ତ ହୋଇଯିବାରୁ ଏଭଳି ଘଟଣା ଘଟିଛି। ତେବେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଥିବା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡା. ସରୋଜ କୁମାର ରାଉଳ କହିଛନ୍ତି।
ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଡା. ପାର୍ଥସାରଥି ମିଶ୍ରଙ୍କ ସହ ଗୋଟିଏ ଟିମ୍, ଭଣ୍ଡାରିପୋଖରୀ ଡାକ୍ତରଖାନାର ଡା. ରାଉଳଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଓ ବିରୋଳି ସ୍ବାସ୍ଥ୍ୟକେନ୍ଦ୍ରରୁ ଡା. ତପନ ବେହୁରିଆଙ୍କ ନେତୃତ୍ୱରେ ଏକ ମେଡିକାଲ ଟିମ୍ ଶଠଗଁାରେ ରହି ଚିକିତ୍ସା ଯୋଗାଇ ଦେଉଛନ୍ତି। କଟକ ସ୍ଥାନାନ୍ତର ହୋଇଥିବା ଦୁଇଜଣଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ଉନ୍ନତି ଘଟିଥିବା ଡା. ରାଉଳ କହିଛନ୍ତି।
The post ଦହିବରା ଖାଇ ୨୪ ଅସୁସ୍ଥ appeared first on Dharitri Odia News.