ଆଇପିଏଲ୍‌ ପୂର୍ବରୁ ‘ଗବର’ଙ୍କ ଜଲଓ୍ବା

ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ଅଛି ଏବଂ ଖେଳାଳିମାନେ ମଧ୍ୟ ଏହି ଦୁଇ ମାସର ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଦଳର ଅଧିନାୟକ ଥିବା ଶିଖର ଧାୱନ। ଆଜିକାଲି ଚାଲିଥିବା ଡିଓ୍ବାଇ ପାଟିଲ ଟି-୨୦ ଟୁର୍ନାମେଣ୍ଟରେ ‘ଗବର’ ଶିଖର ଧାୱନ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ବିସିସିଆଇ ଦୀର୍ଘ ଦିନ ଧରି ଧାୱନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଦେଇନାହିଁ, କିନ୍ତୁ ଆଇପିଏଲ ପୂର୍ବରୁ ଭଲ ଫର୍ମରେ […] The post ଆଇପିଏଲ୍‌ ପୂର୍ବରୁ ‘ଗବର’ଙ୍କ ଜଲଓ୍ବା appeared first on Dharitri Odia News.

ଆଇପିଏଲ୍‌ ପୂର୍ବରୁ ‘ଗବର’ଙ୍କ ଜଲଓ୍ବା

ନୂଆଦିଲ୍ଲୀ,୮।୩: ଆଇପିଏଲ ୨୦୨୪ ଆଉ କିଛି ଦିନ ବାକି ଅଛି ଏବଂ ଖେଳାଳିମାନେ ମଧ୍ୟ ଏହି ଦୁଇ ମାସର ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ଭାରତୀୟ ଦଳର ଅଧିନାୟକ ଥିବା ଶିଖର ଧାୱନ। ଆଜିକାଲି ଚାଲିଥିବା ଡିଓ୍ବାଇ ପାଟିଲ ଟି-୨୦ ଟୁର୍ନାମେଣ୍ଟରେ ‘ଗବର’ ଶିଖର ଧାୱନ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି। ବିସିସିଆଇ ଦୀର୍ଘ ଦିନ ଧରି ଧାୱନଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଦେଇନାହିଁ, କିନ୍ତୁ ଆଇପିଏଲ ପୂର୍ବରୁ ଭଲ ଫର୍ମରେ ରହିବା ପାଇଁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି।
ନିକଟରେ ହୋଇଥିବା ଏକ ମ୍ୟାଚରେ ଶିଖର ଧାଓ୍ବନ ଡିଓ୍ବାଇ ପାଟିଲ ବ୍ଲୁ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା। ଏଥିରେ ସେ ୯୯ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ଏହି ଇନିଂସରେ ୫୧ଟି ବଲ ଖେଳିଥିଲେ। ଏଥିରେ ସେ ୮ ଚୌକା ଓ ୬ ଛକା ମାରିଥିଲେ। ୧୯୪ର ଷ୍ଟ୍ରାଇକ ହାରରେ ଖେଳାଯାଇଥିବା ଧାୱନଙ୍କ ଇନିଂସ କହୁଛି, ଏଥର ତାଙ୍କ ବ୍ୟାଟ ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗ୍ସ ପାଇଁ ରନ ବର୍ଷା କରିପାରିବ।

The post ଆଇପିଏଲ୍‌ ପୂର୍ବରୁ ‘ଗବର’ଙ୍କ ଜଲଓ୍ବା appeared first on Dharitri Odia News.