ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ ସପ୍ତାହର ଶେଷ ଦିନରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଅପରପକ୍ଷରେ ଚଳିତ କାର୍ଯ୍ୟ ସପ୍ତାହର ଶେଷ ଦିନ ବା ଦିନକରେ ଶେୟାର ବଜାରର ନିବେଶକମାନେ ୬ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। […] The post ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି appeared first on Dharitri Odia News.

ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ ସପ୍ତାହର ଶେଷ ଦିନରେ ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଅପରପକ୍ଷରେ ଚଳିତ କାର୍ଯ୍ୟ ସପ୍ତାହର ଶେଷ ଦିନ ବା ଦିନକରେ ଶେୟାର ବଜାରର ନିବେଶକମାନେ ୬ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୪୪ ଲକ୍ଷ କୋଟି ଥିଲା। ଚଳିତ ସପ୍ତାହର ଶେଷ ଦିନର କାର୍ଯ୍ୟ ଶେଷ ସୁଦ୍ଧା ନିବେଶକମାନେ ୬ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଲା ପରେ ଶୁକ୍ରବାର ପୁଞ୍ଜିବଜାରର ବଜାର ପୁଞ୍ଜି ପ୍ରାୟ ୪୩୮ ଲକ୍ଷ କୋଟିରେ ରହିଛି।
ସେହିଭଳି ୨୦୨୪ ଅକ୍ଟୋବର ୧୮ରୁ ୨୫ କାର୍ଯ୍ୟଦିବସ ମଧ୍ୟରେ ବିଏସ୍‌ଇ ସେନ୍‌ସେକ୍ସର କାରବାର ପ୍ରାୟ ୧୮୨୩ ପଏଣ୍ଟ ହ୍ରାସ ହୋଇଥିଲାବେଳେ ଏନ୍‌ଏସ୍‌ଇ ନିଫ୍ଟ-୫୦ର କାରବାର ୨.୭% କମିଛି। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ୩୦ଶେୟାର ବିଶିଷ୍ଟ ବିଏସ୍‌ଇ ସେନ୍‌ସେକ୍ସ ପ୍ରାୟ ୬୬୩ ପଏଣ୍ଟ କମି ୭୯,୪୦୨.୨୯ ଅଙ୍କରେ କାରବାର ବନ୍ଦ କରିଥିଲା। ସେହିପରି ନିଫ୍ଟି-୫୦ କାରବାର ୨୧୯ ପଏଣ୍ଟ ହ୍ରାସ ଘଟି ୨୪,୧୮୧ ଅଙ୍କରେ କାରବାର ଶେଷ କରିଥିଲା। ଅପରପକ୍ଷରେ ବିଏସ୍‌ଇ ମିଡ୍‌କ୍ୟାପ୍‌ର କାରବାର୧.୪୮% କମିଥିଲା ବେଳେ ସ୍ମଲ୍‌କ୍ୟାପ୍‌ର କାରବାର ୨.୪୪% କମିଥିଲା। ଏପରିକି ନିଫ୍ଟ ମିଡ୍‌କ୍ୟାପ କାରବାର ୧.୯୦% କମି ୫୫୨୭୭.୯୫ ଅଙ୍କରେ ଥିଲାବେଳେ ସ୍ମଲକ୍ୟାପର କାରବାର ୨.୧୩% ହ୍ରାସ ଘଟି ୮୬୦୭.୮୫ ଅଙ୍କରେ ରହିଥିଲା। ଏପରିକି ନିଫ୍ଟି ବ୍ୟାଙ୍କର କାରବାର ୧.୪୪% କମି ୫୦୭୮୭.୪୫ ଅଙ୍କରେ ବନ୍ଦ ହୋଇଥିଲା।

The post ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି appeared first on Dharitri Odia News.