ପରେଡ ସମୟରେ ଆଖିବୁଜା ଗୁଳିମାଡ଼…

ସିକାଗୋ,୧୫।୨ : ଆମେରିକାର ମିସୌରୀ, କାନସାସ ସିଟିରେ ଆଖିବୁଜା ଗୁଳମାଡ଼ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନସାସ ସିଟିରେ ଚିଫ୍ଦର ସୁପର ବାଉଲ ବିଜୟ ପରେ ଅନୁଷ୍ଠିତ ପରେଡରେ ଏହି ଗୁଳିକାଣ୍ଡ ଘଟିଛି। କାନସାସ ସିଟି ମୁଖ୍ୟ ଷ୍ଟେସି ଗ୍ରେଭସ ଏହି ସୂଚନା ଦେଇଛନ୍ତି। ୟୁନିୟନ ଷ୍ଟେଶନ ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ ବିଭାଗ କହିଛି। ପୋଲିସ ଦୁଇ ଜଣ ସଶସ୍ତ୍ର […] The post ପରେଡ ସମୟରେ ଆଖିବୁଜା ଗୁଳିମାଡ଼… appeared first on Dharitri Odia News.

ପରେଡ ସମୟରେ ଆଖିବୁଜା ଗୁଳିମାଡ଼…

ସିକାଗୋ,୧୫।୨ : ଆମେରିକାର ମିସୌରୀ, କାନସାସ ସିଟିରେ ଆଖିବୁଜା ଗୁଳମାଡ଼ଘଟଣା ସାମ୍ନାକୁ ଆସିଛି। ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି।

ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନସାସ ସିଟିରେ ଚିଫ୍ଦର ସୁପର ବାଉଲ ବିଜୟ ପରେ ଅନୁଷ୍ଠିତ ପରେଡରେ ଏହି ଗୁଳିକାଣ୍ଡ ଘଟିଛି।

କାନସାସ ସିଟି ମୁଖ୍ୟ ଷ୍ଟେସି ଗ୍ରେଭସ ଏହି ସୂଚନା ଦେଇଛନ୍ତି। ୟୁନିୟନ ଷ୍ଟେଶନ ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ ବିଭାଗ କହିଛି। ପୋଲିସ ଦୁଇ ଜଣ ସଶସ୍ତ୍ର ଲୋକଙ୍କୁ ଅଟକ ରଖିଛି।

ବୁଧବାର ସମାରୋହରେ ପ୍ରାୟ ଏକ ଲକ୍ଷ ପ୍ୟାରେଡଗୋର୍ସ ଏବଂ ୬୦୦ ଆଇନ ଶୃଙ୍ଖଳା ଅଧିକାରୀ ଯୋଗଦେଇଥିଲେ। ଗୁଳିକାଣ୍ଡ ପରେ ଜୀବନ ଭୟରେ ଲୋକେ ଦୌଡ଼ାଦୋଡ଼ି କରିଥିଲେ। ଫଳରେ ଦଳା ଚକଟା ହୋଇଥିଲା।

The post ପରେଡ ସମୟରେ ଆଖିବୁଜା ଗୁଳିମାଡ଼… appeared first on Dharitri Odia News.