‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ

ନୂଆଦିଲ୍ଲୀ,୨୨।୧୨: ଆଉ ନାହନ୍ତି ଅମ୍ରିତାଙ୍କ ଇମ୍ରୋଜ। ଶୁକ୍ରବାର ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଇମ୍ରୋଜ ଓରଫ ଇନ୍ଦ୍ରଜିତ। ସେ ଜଣେ ଚିତ୍ରକାର ଥିଲେ। ହେଲେ ଅମ୍ରିତାଙ୍କ ପ୍ରେମ ତାଙ୍କୁ ସଜାଇଥିଲା କବି। ବଞ୍ଚିଥିବାବେଳେ ଅମ୍ରିତା-ଇମ୍ରୋଜଙ୍କ ପ୍ରେମ କେବେ ସଫଳ ହୋଇପାରି ନ ଥିଲା ହେଲେ ପ୍ରେମିକା ଅମ୍ରିତାଙ୍କ ମୃତ୍ୟୁ ହୋଇଯିବାର ୧୮ବର୍ଷ ପରେ ତାଙ୍କ ପାଖକୁ ଫେରିଯାଇଛନ୍ତି ଇମ୍ରୋଜ। ମୁମ୍ବାଇ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଖ୍ୟାତାନାମା ଚିତ୍ରକର ଓ କବି ଇମ୍ରୋଜ । […] The post ‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ appeared first on Dharitri Odia News.

‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ

ନୂଆଦିଲ୍ଲୀ,୨୨।୧୨: ଆଉ ନାହନ୍ତି ଅମ୍ରିତାଙ୍କ ଇମ୍ରୋଜ। ଶୁକ୍ରବାର ୯୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଇମ୍ରୋଜ ଓରଫ ଇନ୍ଦ୍ରଜିତ। ସେ ଜଣେ ଚିତ୍ରକାର ଥିଲେ। ହେଲେ ଅମ୍ରିତାଙ୍କ ପ୍ରେମ ତାଙ୍କୁ ସଜାଇଥିଲା କବି। ବଞ୍ଚିଥିବାବେଳେ ଅମ୍ରିତା-ଇମ୍ରୋଜଙ୍କ ପ୍ରେମ କେବେ ସଫଳ ହୋଇପାରି ନ ଥିଲା ହେଲେ ପ୍ରେମିକା ଅମ୍ରିତାଙ୍କ ମୃତ୍ୟୁ ହୋଇଯିବାର ୧୮ବର୍ଷ ପରେ ତାଙ୍କ ପାଖକୁ ଫେରିଯାଇଛନ୍ତି ଇମ୍ରୋଜ।

ମୁମ୍ବାଇ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଖ୍ୟାତାନାମା ଚିତ୍ରକର ଓ କବି ଇମ୍ରୋଜ । ଘନିଷ୍ଠ ବନ୍ଧୁ ଅମୀୟ କୁନୱାର ଏନେଇ ସୂଚନା ଦେଇଛନ୍ତି। ୧୯୨୬ ଜାନୁଆରୀ ୨୬ରେ ଅବିଭକ୍ତ ପଞ୍ଜାବର ଜନ୍ମଗ୍ରହଣ କରିଥିଲେ। ସେ ବିଭିନ୍ନ ଫିଲ୍ମ ପୋଷ୍ଟରରେ ରଙ୍ଗ ଭରିଥିଲେ। ନିଜ କାମ ବ୍ୟତିତ ଅମ୍ରିତା ଓ ତାଙ୍କ ପ୍ରେମ କାହାଣୀ ପାଇଁ ସେ ସବୁଠି ପରିଚିତ ହୋଇପାରିଥିଲେ। କୁହାଯାଏ କି, ଇନ୍ଦ୍ରଜିତ ଅମ୍ରିତାଙ୍କ କହିବାନୁସାରେ ନିଜ ନାଁକୁ ଇମ୍ରୋଜରେ ପରିବର୍ତ୍ତନ କରିଥିଲେ।

ଅମ୍ରିତାଙ୍କୁ ସେହି ସମମୟରେ ଯେପରି ଲୋକପ୍ରିୟ କବିୟତ୍ରୀ ଥିଲେ ସେହିପରି ଇମ୍ରୋଜ ଓ ଅମ୍ରିତାଙ୍କ ସମ୍ପର୍କ ମଧ୍ୟ ସେହି ସମୟରେ ଖୁବ୍‌ ଲେକପ୍ରିୟ ହୋଇଥିଲା। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ସତ କିନ୍ତୁ ବିବାହ କରି ନ ଥିଲେ। ଅମ୍ରିତା, ଇମ୍ରୋଜଙ୍କ ଠାରୁ ୭ବର୍ଷ ବଡ ଥିଲେ। ଥରେ ଅମ୍ରିତା ତାଙ୍କର କବିତାରେ ଇମ୍ରୋଜଙ୍କ ପାଇଁ ଲେଖିଥିଲେ, ଜୀବନରେ କିଛି ଅଜଣା ସମ୍ପର୍କ ଜୀବନସାରା ରହିଯାଏ। ୨୦୦୫ରେ ଅମ୍ରିତାଙ୍କ ବିୟୋଗରେ ଇମ୍ରୋଜ ତାଙ୍କ ପାଇଁ ଏକ ବହି ଲେଖିଥିଲେ।

ଥରେ ଅମ୍ରିତା ଇମ୍ରୋଜଙ୍କୁ କହିଥିଲେ, ହେ ଅଜଣା ମଣିଷ, ତୁମେ ମୋତେ ଜୀବନର ସଂଧ୍ୟାରେ କାହିଁକି ଦେଖାହେଲ, ଦେଖା ହେବାର ଯଦି ଥିଲା ବୟସର ଅପରାହ୍ଣରେ ଦେଖା ହୋଇଥା’ନ୍ତ। ସମାଜର ରୀତି-ନୀତିକୁ ନେଇ ସେମାନେ କେବେ ବି ବିବାହ କରି ନ ଥିଲେ। କେଇଥର ଇମ୍ରୋଜଙ୍କ ସ୍କୁଟି ପଛରେ ବସି ଅମ୍ରିତା କିଛି ଲେଖୁଥିଲେ। ଅମ୍ରିତା ବହୁଥର ପିଠିରେ ସାହିରଙ୍କ ନାମ ଲେଖିଥିବା ଇମ୍ରୋଜ କହିଛନ୍ତି। କିନ୍ତୁ ଏସମ୍ପର୍କରେ ଇମ୍ରୋଜ କହିଛନ୍ତି, ଅମ୍ରିତା ସାହେରଙ୍କୁ ଚାହୁଁଛନ୍ତି ତ ଠିକ୍‌ ଅଛି, ହେଲେ ମୁଁ ତ ତାଙ୍କୁ ହିଁ ଭଲ ପାଉଛି।

The post ‘ମେ ତେନୁ ଫିର ମିଲାଙ୍ଗୀ’… ଆର ପାରିରେ ଅମ୍ରିତାଙ୍କ ଇମ୍ରୋଜ appeared first on Dharitri Odia News.