ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ

ନବରଙ୍ଗପୁର,୨୨।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଭିମା ସାହିରେ ବଧୂ ହତ୍ୟା ଅଭିଯୋଗରେ ପାପଡ଼ାହାଣ୍ଡି ପୋଲିସ ଶିକ୍ଷକ ସ୍ବାମୀ ସୁଦାମ ସେଠୀଙ୍କୁ ଜୟପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଶାଶୁ, ନଣନ୍ଦ ଓ ଭଣଜା ଫେରାର ଅଛନ୍ତି। ମଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା କେନାଲ କଲୋନିର ରାମ ସେଠୀ ଓ ସୁଷମାଙ୍କ ଝିଅ ଗୀତା ୨୦୨୩ ଜୁଲାଇରେ ପାପଡ଼ାହାଣ୍ଡି ଭୀମା ସାହିର ଶିକ୍ଷକ ସୁଦାମ ସେଠୀଙ୍କୁ ବିବାହ […] The post ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ appeared first on Dharitri Odia News.

ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ

ନବରଙ୍ଗପୁର,୨୨।୧(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଭିମା ସାହିରେ ବଧୂ ହତ୍ୟା ଅଭିଯୋଗରେ ପାପଡ଼ାହାଣ୍ଡି ପୋଲିସ ଶିକ୍ଷକ ସ୍ବାମୀ ସୁଦାମ ସେଠୀଙ୍କୁ ଜୟପୁରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଶାଶୁ, ନଣନ୍ଦ ଓ ଭଣଜା ଫେରାର ଅଛନ୍ତି।

ମଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲା କେନାଲ କଲୋନିର ରାମ ସେଠୀ ଓ ସୁଷମାଙ୍କ ଝିଅ ଗୀତା ୨୦୨୩ ଜୁଲାଇରେ ପାପଡ଼ାହାଣ୍ଡି ଭୀମା ସାହିର ଶିକ୍ଷକ ସୁଦାମ ସେଠୀଙ୍କୁ ବିବାହ କରିଥିଲେ। ଶାଶୁଘର ଲୋକେ ଯୌତୁକ ମାଗି ନିର୍ଯାତନା ଦେଉଥିବା ଗୀତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଗତ ଶୁକ୍ରବାର ଅପରାହ୍ନ ୨ଟାରେ ଗୀତାଙ୍କୁ ସ୍ବାମୀ ସୁଦାମ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁଦାମ ଶ୍ୱଶୁର ଘର ମାଲକାନଗିରିକୁ ଫୋନ କରି ଗୀତା ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଜଣାଇଥିଲେ। ରାତି ୯ଟା ୩୦ରେ ସମୟରେ ଗୀତାଙ୍କ ମା’ ଥାନାରେ ପହଞ୍ଚି ଝିଅକୁ ସ୍ବାମୀ, ନଣନ୍ଦ, ଶାଶୁ ଓ ଭଣଜା ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲା ଆଧାରରେ ପାପଡ଼ାହାଣ୍ଡି ପୋଲିସ ଏକ ମାମଲା(ନଂ.୩୭ /୨୪) ରୁଜୁ କରିଥିଲା। ଅଭିଯୁକ୍ତମାନଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ କରାଇ ଦେବୁନାହିଁ ବୋଲି ସେମାନେ ଜିଦ୍‌ ଧରିଥିଲେ।

ଏସ୍‌ଡିପିଓ ଆଦିତ୍ୟ ସେନ, ପାପଡ଼ାହାଣ୍ଡି ଥାନାଧିକାରୀ ଦୀପକ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ସପ୍ତାହକ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିଲା। ଏହାପରେ ଧାରଣା ହଟିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

The post ବଧୂ ହତ୍ୟା ମାମଲା: ଗିରଫ ହେଲେ ଶିକ୍ଷକ ସ୍ବାମୀ appeared first on Dharitri Odia News.