ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୮ା୧: ଅଯୋଧ୍ୟା ରାମ ମନ୍ଦିରରେ ‘ରାମ ଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି) କରି କେବଳ ପଇଡ଼ ପାଣି ପିଉଛନ୍ତି। ଜାନୁଆରୀ ୧୨ ରେ ସେ ଏହି ରୀତିନୀତି ଆରମ୍ଭ କରିବାକୁ ଘୋଷଣା କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠାର ଐତିହାସିକ ତଥା “ଶୁଭ” ଉତ୍ସବରେ ଉପସ୍ଥିତ ରହିବା ପାଇଁ ସେ […] The post ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୧୮ା୧: ଅଯୋଧ୍ୟା ରାମ ମନ୍ଦିରରେ ‘ରାମ ଲାଲା’ଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସ୍ୱତନ୍ତ୍ର ରୀତିନୀତିରେ ରହୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ଏବେ ଚଟାଣରେ ଶୋଉଛନ୍ତି ଏବଂ ୧୧ ଦିନିଆ ‘ଉପବାସ’ (ବିଶେଷ ରୀତିନୀତି) କରି କେବଳ ପଇଡ଼ ପାଣି ପିଉଛନ୍ତି।
ଜାନୁଆରୀ ୧୨ ରେ ସେ ଏହି ରୀତିନୀତି ଆରମ୍ଭ କରିବାକୁ ଘୋଷଣା କରିଥିଲେ ଏବଂ ପ୍ରାଣ ପ୍ରତିଷ୍ଠାର ଐତିହାସିକ ତଥା “ଶୁଭ” ଉତ୍ସବରେ ଉପସ୍ଥିତ ରହିବା ପାଇଁ ସେ ଭାଗ୍ୟବାନ ବୋଲି କହିଥିଲେ। ଏହି ଅବସରରେ ସମସ୍ତ ଭାରତୀୟଙ୍କୁ ପ୍ରତିନିଧିତ୍ୱ କରିବା ପାଇଁ ଈଶ୍ୱର ତାଙ୍କୁ ଏକ ଉପକରଣ ଭାବରେ ବାଛିଛନ୍ତି ଏବଂ ଏହାକୁ ଦୃଷ୍ଟିରେ ରଖି ସେ ୧୧ ଦିନିଆ ସ୍ୱତନ୍ତ୍ର ଧାର୍ମିକ ରୀତିନୀତି ପାଳନ କରୁଛନ୍ତି ବୋଲି ମଧ୍ୟ କହିଥିଲେ।
କେବଳ ଏତିକି ନୁହେଁ, ୧୧ ଦିନିଆ ରୀତିନୀତି ପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ଶଯ୍ୟା ଛାଡିଛନ୍ତି। ସେ ଚଟାଣରେ ଏକ କମ୍ବଳ ପକାଇ ଶୋଉଛନ୍ତି। ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା ଦିନ ସମ୍ପୂର୍ଣ୍ଣ ଉପବାସ ପାଳନ କରିବେ। ଏହି ସମୟରେ ସେ ନିର୍ଦ୍ଦିଷ୍ଟ ମନ୍ତ୍ର ଜପ କରିବେ।
ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ଜାନୁଆରୀ ୨୨ ରେ ଅପରାହ୍ନ ୧୨ଟା ୩୦ ମିନିଟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହି କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬୦୦୦ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିବେ। ଯେଉଁଥିରେ ୪୦୦୦ ସାଧୁ ମଧ୍ୟ ସାମିଲ ଅଛନ୍ତି।
The post ଚଟାଣରେ ଶୋଉଛନ୍ତି, କେବଳ ପଇଡ଼ ପାଣି ପିଉଛନ୍ତି; ରାମ ମନ୍ଦିର କାର୍ଯ୍ୟକ୍ରମ ପାଇଁ ଉପାସରେ ପ୍ରଧାନମନ୍ତ୍ରୀ appeared first on Dharitri Odia News.