ମାଡି ଆସୁଛି ବାତ୍ୟା: ଚାଷକୁ ନେଇ ଛାନିଆ ହେଲେଣି ଲୋକେ, କହିଲେ ଆମେ ବଞ୍ଚିବୁ କିପରି

ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଛାନିଆ ହୋଇ ଗଲେଣି ଲୋକେ। ବର୍ଷା, ପବନରେ ଧାନ ଯିବ, ପାନ ବି ଯିବ, ଆମେ ବଞ୍ଚିବୁ କିପରି ବୋଲି ସୋମବାର ଅସ୍ତରଙ୍ଗ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ବାତ୍ୟାକୁ ନେଇ ଅଞ୍ଚଳବାସୀ ଭୟ ଆଶଙ୍କାରେ ରହିଥିବା ବେଳେ ଗଣମାଧ୍ୟମକୁ କହିବା ବେଳେ ଆଖିରୁ ଲୁହ ଆସି ଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ସୋମବାର ଅପରାହ୍ନରେ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ […] The post ମାଡି ଆସୁଛି ବାତ୍ୟା: ଚାଷକୁ ନେଇ ଛାନିଆ ହେଲେଣି ଲୋକେ, କହିଲେ ଆମେ ବଞ୍ଚିବୁ କିପରି appeared first on Dharitri Odia News.

ମାଡି ଆସୁଛି ବାତ୍ୟା: ଚାଷକୁ ନେଇ ଛାନିଆ ହେଲେଣି ଲୋକେ, କହିଲେ ଆମେ ବଞ୍ଚିବୁ କିପରି

ଭୁବନେଶ୍ୱର,୨୧।୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଛାନିଆ ହୋଇ ଗଲେଣି ଲୋକେ। ବର୍ଷା, ପବନରେ ଧାନ ଯିବ, ପାନ ବି ଯିବ, ଆମେ ବଞ୍ଚିବୁ କିପରି ବୋଲି ସୋମବାର ଅସ୍ତରଙ୍ଗ ଅଞ୍ଚଳବାସୀ ମତ ପ୍ରକାଶ କରିଛନ୍ତି। ବାତ୍ୟାକୁ ନେଇ ଅଞ୍ଚଳବାସୀ ଭୟ ଆଶଙ୍କାରେ ରହିଥିବା ବେଳେ ଗଣମାଧ୍ୟମକୁ କହିବା ବେଳେ ଆଖିରୁ ଲୁହ ଆସି ଯାଉଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ସୋମବାର ଅପରାହ୍ନରେ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ବଠକରେ ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ସରକାର ପ୍ରସ୍ତୁତ ରହିଥିବା କୁହାଯାଉଛି। ଲୋକଙ୍କୁ ଭୟଭୀତ ନ ହେବାକୁ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓ ପୁରୀ ଏବଂ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲାଗୁଡିକ ସହିତ କିଛି ଆଭ୍ୟନ୍ତରୀଣ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କି.ମି. ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି।

The post ମାଡି ଆସୁଛି ବାତ୍ୟା: ଚାଷକୁ ନେଇ ଛାନିଆ ହେଲେଣି ଲୋକେ, କହିଲେ ଆମେ ବଞ୍ଚିବୁ କିପରି appeared first on Dharitri Odia News.