'ହାଇ ରିସ୍କ ଫୁଡ୍‌ କାଟେଗୋରୀ’ରେ ପ୍ୟାକେଜ୍‌ଡ ପିଇବା ପାଣି:FSSAI

ନୂଆଦିଲ୍ଲୀ ୦୩/୧୨: ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବିଭାଗ ବା ‘ହାଇ-ରିସ୍କ ଫୁଡ୍‌  କାଟେଗୋରୀ’ରେ ବର୍ଗୀକୃତ ହୋଇଛି ପ୍ୟାକେଜ୍‌ଡ ପିଇବା ପାଣି ଓ ମିନେରାଲ ୱାଟର । ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି  ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ବଜାରରେ ମିଳୁଥିବା ପ୍ୟାକେଜ୍‌ଡ ପିଇବା ପାଣି ଓ ମିନେରାଲ ୱାଟରକୁ ଏହି  ବିଭାଗରେ ସାମିଲ କରିବାକୁ ଘୋଷଣା କରିଛି । ଏହାର ଅର୍ଥ ଏହି ଉତ୍ପାଦଗୁଡ଼ିକୁ ଏଣିକି ବାଧ୍ୟତାମୂଳକ ଯାଞ୍ଚ୍‌ ଓ ଥାର୍ଡ-ପାର୍ଟି  ଅଡିଟ୍‌ର ସମ୍ମୁଖୀନ ହେବାକୁ ପଡ଼ିବ । ସରକାରଙ୍କ ଦ୍ୱାରା ଗତ  ଅକ୍ଟୋବରରେ ଏ ଉତ୍ପାଦଗୁଡ଼ିକ ପାଇଁ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌  ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌)ରୁ ପ୍ରମାଣପତ୍ର ନିମନ୍ତେ ଆବଶ୍ୟକତାକୁ  ହଟାଇବାର ନିଷ୍ପତ୍ତି ପରେ ଏହି ପରିବର୍ତ୍ତନ କରାଯାଇଛି ।  ଲାଇସେନ୍ସ କିମ୍ବା ପଞ୍ଜିକରଣ ଅନୁମତି ପୂର୍ବରୁ ଏହି ଯାଞ୍ଚ୍‌ କରାଯିବ । ଏହି ପଦକ୍ଷେପ ଉଚ୍ଚ-ବିପଦପୂର୍ଣ୍ଣ ବିଭାଗ ଅଧୀନସ୍ଥ ଉତ୍ପାଦଗୁଡ଼ିକ ପାଇଁ କଠୋର ସୁରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନକୁ  ସୁନିଶ୍ଚିତ କରିଛି । ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ ଅନୁସାରେ, ପ୍ୟାକେଜ୍‌ଡ  ପିଇବା ପାଣି ଭଳି ଉଚ୍ଚ-ବିପଦପୂର୍ଣ୍ଣ ଖାଦ୍ୟ ବିଭାଗରେ ଥିବା  ଉଦ୍ୟୋଗଗୁଡ଼ିକୁ ଏଫ୍‌ଏସ୍‌ଏସ୍‌ଏଆଇ ମାନ୍ୟତାପ୍ରାପ୍ତ ଥାର୍ଡ-ପାର୍ଟି  ଫୁଡ୍‌ ସେଫ୍ଟି ଏଜେନ୍ସିଙ୍କ ଦ୍ୱାରା ବାର୍ଷିକ ଅଡିଟ୍‌ର ଆବଶ୍ୟକତା ରହିଛି । ଗ୍ରାହକଙ୍କ ପାଇଁ ଏ ସମସ୍ତ ଉତ୍ପ

'ହାଇ ରିସ୍କ ଫୁଡ୍‌ କାଟେଗୋରୀ’ରେ ପ୍ୟାକେଜ୍‌ଡ ପିଇବା ପାଣି:FSSAI

ନୂଆଦିଲ୍ଲୀ ୦୩/୧୨: ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବିଭାଗ ବା ‘ହାଇ-ରିସ୍କ ଫୁଡ୍‌  କାଟେଗୋରୀ’ରେ ବର୍ଗୀକୃତ ହୋଇଛି ପ୍ୟାକେଜ୍‌ଡ ପିଇବା ପାଣି ଓ ମିନେରାଲ ୱାଟର । ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି  ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ବଜାରରେ ମିଳୁଥିବା ପ୍ୟାକେଜ୍‌ଡ ପିଇବା ପାଣି ଓ ମିନେରାଲ ୱାଟରକୁ ଏହି  ବିଭାଗରେ ସାମିଲ କରିବାକୁ ଘୋଷଣା କରିଛି । 

ଏହାର ଅର୍ଥ ଏହି ଉତ୍ପାଦଗୁଡ଼ିକୁ ଏଣିକି ବାଧ୍ୟତାମୂଳକ ଯାଞ୍ଚ୍‌ ଓ ଥାର୍ଡ-ପାର୍ଟି  ଅଡିଟ୍‌ର ସମ୍ମୁଖୀନ ହେବାକୁ ପଡ଼ିବ । ସରକାରଙ୍କ ଦ୍ୱାରା ଗତ  ଅକ୍ଟୋବରରେ ଏ ଉତ୍ପାଦଗୁଡ଼ିକ ପାଇଁ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌  ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌)ରୁ ପ୍ରମାଣପତ୍ର ନିମନ୍ତେ ଆବଶ୍ୟକତାକୁ  ହଟାଇବାର ନିଷ୍ପତ୍ତି ପରେ ଏହି ପରିବର୍ତ୍ତନ କରାଯାଇଛି ।  ଲାଇସେନ୍ସ କିମ୍ବା ପଞ୍ଜିକରଣ ଅନୁମତି ପୂର୍ବରୁ ଏହି ଯାଞ୍ଚ୍‌ କରାଯିବ । 

ଏହି ପଦକ୍ଷେପ ଉଚ୍ଚ-ବିପଦପୂର୍ଣ୍ଣ ବିଭାଗ ଅଧୀନସ୍ଥ ଉତ୍ପାଦଗୁଡ଼ିକ ପାଇଁ କଠୋର ସୁରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନକୁ  ସୁନିଶ୍ଚିତ କରିଛି । ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ ଅନୁସାରେ, ପ୍ୟାକେଜ୍‌ଡ  ପିଇବା ପାଣି ଭଳି ଉଚ୍ଚ-ବିପଦପୂର୍ଣ୍ଣ ଖାଦ୍ୟ ବିଭାଗରେ ଥିବା  ଉଦ୍ୟୋଗଗୁଡ଼ିକୁ ଏଫ୍‌ଏସ୍‌ଏସ୍‌ଏଆଇ ମାନ୍ୟତାପ୍ରାପ୍ତ ଥାର୍ଡ-ପାର୍ଟି  ଫୁଡ୍‌ ସେଫ୍ଟି ଏଜେନ୍ସିଙ୍କ ଦ୍ୱାରା ବାର୍ଷିକ ଅଡିଟ୍‌ର ଆବଶ୍ୟକତା ରହିଛି । ଗ୍ରାହକଙ୍କ ପାଇଁ ଏ ସମସ୍ତ ଉତ୍ପାଦର ସୁରକ୍ଷା ଓ ଗୁଣବତ୍ତା  ମାନକରେ ସୁଧାର ଏହାର ଲକ୍ଷ୍ୟ ।