ପୁରୁଣା ପେନସନ ଦାବିରେ ସମଗ୍ର ଦେଶରେ ଟ୍ୱିଟର ଅଭିଯାନ

ଭୁବନେଶ୍ୱର : ପୁରୁଣା ପେନସନ ଦାବିରେ ରାଜ୍ୟ ତଥା ଦେଶର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନେ ପୁରୁଣା ପେନସନ ଲାଗୁ କରିବା ନେଇ ଟ୍ୱିଟର ମାଧ୍ୟମରେ ଦାବି ଉପସ୍ଥାପନା କରିଥିଲେ। ଉକ୍ତ ଟ୍ୱିଟର ଅଭିଯାନରେ ରାଜ୍ୟ ତଥା କେନ୍ଦ୍ରୀୟ କର୍ମଚାରୀ ମାନେ ଭାଗ ନେଇ ୫୦ ଲକ୍ଷରୁ ଉର୍ଦ୍ଧ ଟ୍ୱିଟ ଦାବି ମାଧ୍ୟମରେରେ ଜଣାଇଥିଲେ ଯାହାକି ଦେଶର ୧ନମ୍ବର ତଥା ବିଶ୍ୱ ରେ ୧୦ନମ୍ବର ଟ୍ୱିଟର ଟ୍ରେଣ୍ଡ କରିଥିଲା। ସୂଚନା ଯୋଗ୍ୟଯେ ଭାରତ ସରକାର […]

ପୁରୁଣା ପେନସନ ଦାବିରେ ସମଗ୍ର ଦେଶରେ ଟ୍ୱିଟର ଅଭିଯାନ
ପୁରୁଣା ପେନସନ ଦାବିରେ ସମଗ୍ର ଦେଶରେ ଟ୍ୱିଟର ଅଭିଯାନ

ଭୁବନେଶ୍ୱର : ପୁରୁଣା ପେନସନ ଦାବିରେ ରାଜ୍ୟ ତଥା ଦେଶର ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନେ ପୁରୁଣା ପେନସନ ଲାଗୁ କରିବା ନେଇ ଟ୍ୱିଟର ମାଧ୍ୟମରେ ଦାବି ଉପସ୍ଥାପନା କରିଥିଲେ। ଉକ୍ତ ଟ୍ୱିଟର ଅଭିଯାନରେ ରାଜ୍ୟ ତଥା କେନ୍ଦ୍ରୀୟ କର୍ମଚାରୀ ମାନେ ଭାଗ ନେଇ ୫୦ ଲକ୍ଷରୁ ଉର୍ଦ୍ଧ ଟ୍ୱିଟ ଦାବି ମାଧ୍ୟମରେରେ ଜଣାଇଥିଲେ ଯାହାକି ଦେଶର ୧ନମ୍ବର ତଥା ବିଶ୍ୱ ରେ ୧୦ନମ୍ବର ଟ୍ୱିଟର ଟ୍ରେଣ୍ଡ କରିଥିଲା। ସୂଚନା ଯୋଗ୍ୟଯେ ଭାରତ ସରକାର କେନ୍ଦ୍ରୀୟ କ୍ୟାବିନେଟରେ କର୍ମଚାରୀ ମାନଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିଥିଲେ ଯାହା ଫଳରେ ସମଗ୍ର ଦେଶର କର୍ମଚାରୀ ମାନଙ୍କ ମନରେ ଅସନ୍ତୋଷ ପ୍ରକଶ ପାଇଥିଲା। ଯାହା ଫଳରେ ସମଗ୍ର ଦେଶରେ କାର୍ଯ୍ୟରତ କେନ୍ଦ୍ରୀୟଏବଂ ରାଜ୍ୟ ସରକାରୀ କର୍ମଚାରୀ ମାନେ #NoNPS_NoUPS_OnlyOPS ଟ୍ୱିଟ କରି କର୍ମଚାରୀ ମାନଙ୍କ କ୍ଷେତ୍ରରେ NPS ନୁହେଁ କି UPS ନୁହେଁ କେବଳ ପୁରୁଣା ପେନସନ ଲାଗୁକରିବାକୁ ନିଜର ଦାବି ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଜଣାଇଥିଲେ।
ଆସନ୍ତା ଦିନରେ ପୁରୁଣା ପେନସନ ଲାଗୁ କରିବା ଲାଗି ପୁରୁଣା ପେନସନ ଅଭିଯାନ ରାଜ୍ୟ ସଭାପତି ବିଜୟ ମଲ୍ଲ ,ପ୍ରଜ୍ୟୋତ୍ନ ବରାଳ, ରଶ୍ମୀରଂଜନ ପାଢୀ, ରାଜେଶ ମହାନ୍ତି,ବଙ୍କୀମ୍‌ ସାଗର, ବିମଳ ଚୌଧୁରୀ, ଖଗେନ୍ଦ୍ର ପାଲ, ବିଭୂ ପ୍ରସାଦ ସାହୁ, ସୁଶାନ୍ତ ବେହେରା,ଶ୍ରୀକାନ୍ତ ବାରିକ , ରାମଲାଲ ପଟେଲ,ଗୁରୁଗୋବିନ୍ଦ ଦଳାଇ, ଅଶ୍ବିନୀ ମିଶ୍ର,ରବିନ୍ଦ୍ର ପ୍ରଧାନ,ଶୁଭ୍ରଜିତ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ଅନ୍ତର୍ଯ୍ୟାମୀ ଲେଙ୍କା,କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉରାୟ, ସୁଧାଂଶୁ ପୁହାଣ,ଆଦିତ୍ୟ ନାରାୟଣ ସ୍ୱାଇଁ, ଶୁଚିସ୍ମିତା ଦାସ ,ଅନୀତା ବେହେରା,ଶିବ ଶଙ୍କର ସାହୁ  ପ୍ରମୁଖ ଏକ ପ୍ରେସ ବିବୃତି ମାଧ୍ୟମରେ ଓଡିଶା ର ସମସ୍ତ ସରକାରୀ କର୍ମଚାରୀ ମାନ୍ୟବର ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀକୁ  କର୍ମଚାରୀ ମାନଙ୍କ ନିମନ୍ତେ ଅବିକଳ ପୁରୁଣା ପେନସନ ଲାଗୁକରାଯିବାକୁ ଅନୁରୋଧ କରିଛନ୍ତି ।