ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏକ ଘରୋଇ ବିଜ୍ଞାନ କଲେଜର ଏହି ଛାତ୍ର ଦ୍ବୟ ସାଙ୍ଗମାନଙ୍କ ସହିତ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଛାତ୍ର ଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର […] The post ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର appeared first on Dharitri Odia News.
ବାରିପଦା,୧୭।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠ ସଦର ଥାନା ଅଧୀନ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏକ ଘରୋଇ ବିଜ୍ଞାନ କଲେଜର ଏହି ଛାତ୍ର ଦ୍ବୟ ସାଙ୍ଗମାନଙ୍କ ସହିତ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଛାତ୍ର ଦ୍ବୟ ହେଲେ ବାଦାମପାହାଡ଼ ଅଞ୍ଚଳର ଠାକୁର ସୋରେନ ଏବଂ କରଞ୍ଜିଆ ତାଟୋ ଅଞ୍ଚଳର ବଡ଼ଗାଁର ଭାଗ୍ୟ ପ୍ରକାଶ ପାତ୍ର ବୋଲି ଜଣାପଡିଛି। ସେମାନେ ହଷ୍ଟେଲରେ ରହି ପଢୁଥିଲେ । ୨ଜଣ ଛାତ୍ରୀଙ୍କ ଶରୀର ଅସୁସ୍ଥ ପାଇଁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିବା ବେଳେ ଛାତ୍ରମାନେ ମୂର୍ତ୍ତି ବିସର୍ଜନ ପାଇଁ ବନ୍ଧକୁ ଆସିଥିଲେ। ତେବେ ମୂର୍ତ୍ତି ବିସର୍ଜନ ବେଳେ ଅସାବଧାନତା କାରଣରୁ ପ୍ରକାଶ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଠାକୁର ପାଣିରେ ପଶି ଥିଲେ। ହେଲେ ଲଘୁଚାପ ଜନିତ ବର୍ଷା ପାଇଁ ଅଧିକ ପାଣି ଥିବାରୁ ଦୁଇ ଜଣ ଭାସି ଯାଇଛନ୍ତି। ଦୁଇଜଣ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର। ସୂଚନା ଥାଉକି ଗଣେଜ ପୂଜା ମୂର୍ତ୍ତି ବିସର୍ଜନ ସମୟରେ ବାରିପଦା ସଦରଥାନା ଅଧୀନ ଲକ୍ଷ୍ମୀପୋଷୀ ନିକଟ ସୁବର୍ଣ୍ଣରେଖା କେନାଲରେ ୨ଜଣ ଛାତ୍ର ବୁଡିବାର ୪ଦିନ ପରେ ପୁଣି ଏଭଳି ଘଟଣା ଚିନ୍ତାଜନକ ସାଜିଛି।
The post ଅଘଟଣ: ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର appeared first on Dharitri Odia News.