ଇଣ୍ଡିଆ-ଏ ଜିତିଲା ଦୁଲୀପ ଟ୍ରଫି, ସାଇ ସୁଦର୍ଶନଙ୍କ ଶତକ ବ୍ୟର୍ଥ
ନୂଆଦିଲ୍ଲୀ: ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଦୁଲୀପ ଟ୍ରଫି ୨୦୨୪ ଚାମ୍ପିଅନ ହୋଇଛି । ଇଣ୍ଡିଆ-ସି ଟିମକୁ ୧୩୨ ରନରେ ପରାସ୍ତ କରି ଟିମ୍ ଚାମ୍ପିଅନ ହୋଇଛି । ଇଣ୍ଡିଆ-ଏ ପାଇଁ ଶାଶ୍ୱତ ରାଉତ ଚମତ୍କାର ପ୍ରଦର୍ଶନ କରି ଶତକ ମାରିଥିଲେ । ଇଣ୍ଡିଆ-ଏ ଟିମ ପୂରା ମୁକାବିଲାରେ ନିଜ ଦବଦବା ରଖିଥିଲା । ଇଣ୍ଡିଆ-ଏ ମ୍ୟାଚ୍ ଜିତିବା ପରେ ଟିମ୍ର ୧୨ ପଏଣ୍ଟ ହୋଇଥିଲା । ତିନି ମ୍ୟାଚ୍ ଜିତିବା ପରେ ଟିମ୍ ଶୀର୍ଷରେ ପହଞ୍ଚିଥିଲା ଏବଂ ବିଜୟୀ ହୋଇଛି । ????. ????. ????. ????. ????. ????. ????. ????. ????! ????Congratulations to India A on winning the #DuleepTrophy 2024-25 ????@IDFCFIRSTBank pic.twitter.com/Vyz9kL32GO— BCCI Domestic (@BCCIdomestic) September 22, 2024ଇଣ୍ଡିଆ-ସି ଟିମକୁ ଶେଷ ଦିନରେ ଜିତିବା ପାଇଁ ୩୫୦ ରନ୍ ଦରକାର ଥିଲା । କିନ୍ତୁ ଇଣ୍ଡିଆ-ସି ଟିମ୍ ୮୧.୫ ଓଭରରେ ୨୧୭ ରନ୍ରେ ଅଲ୍ଆଉଟ୍ ହୋଇଗଲା । ଇଣ୍ଡିଆ-ଏ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୧୩.୫ ଓଭରରେ ୫୦ ରନ୍ ଦେଇ ତିନି ୱିକେଟ୍ ନେଇଛନ୍ତି । ଚା' ବିରତି ଯାଏ ମ୍ୟାଚ୍ ରୋମାଞ୍ଚକ ସ୍ଥିତିରେ ରହିଥିଲା । ଇଣ୍ଡିଆ-ସି ଟିମ୍ ୩ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା । ସାଇ ସୁଦର୍ଶନ ଏବଂ ଇଶାନ କିଷନ କ୍ରିଜରେ ଥିଲେ ଏବଂ ପ୍ରାୟ ୩୦ ଓଭରର ଶେଷ ସେସନରେ ୧୮୨ ରନ୍ ଆବଶ୍ୟକ ଥିଲା । କିନ୍ତୁ ଟିମ୍ ଗୋଟିଏ ପରେ ଗୋ
ନୂଆଦିଲ୍ଲୀ: ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଦୁଲୀପ ଟ୍ରଫି ୨୦୨୪ ଚାମ୍ପିଅନ ହୋଇଛି । ଇଣ୍ଡିଆ-ସି ଟିମକୁ ୧୩୨ ରନରେ ପରାସ୍ତ କରି ଟିମ୍ ଚାମ୍ପିଅନ ହୋଇଛି । ଇଣ୍ଡିଆ-ଏ ପାଇଁ ଶାଶ୍ୱତ ରାଉତ ଚମତ୍କାର ପ୍ରଦର୍ଶନ କରି ଶତକ ମାରିଥିଲେ । ଇଣ୍ଡିଆ-ଏ ଟିମ ପୂରା ମୁକାବିଲାରେ ନିଜ ଦବଦବା ରଖିଥିଲା । ଇଣ୍ଡିଆ-ଏ ମ୍ୟାଚ୍ ଜିତିବା ପରେ ଟିମ୍ର ୧୨ ପଏଣ୍ଟ ହୋଇଥିଲା । ତିନି ମ୍ୟାଚ୍ ଜିତିବା ପରେ ଟିମ୍ ଶୀର୍ଷରେ ପହଞ୍ଚିଥିଲା ଏବଂ ବିଜୟୀ ହୋଇଛି ।
????. ????. ????. ????. ????. ????. ????. ????. ????! ????
Congratulations to India A on winning the #DuleepTrophy 2024-25 ????@IDFCFIRSTBank pic.twitter.com/Vyz9kL32GO— BCCI Domestic (@BCCIdomestic) September 22, 2024
ଇଣ୍ଡିଆ-ସି ଟିମକୁ ଶେଷ ଦିନରେ ଜିତିବା ପାଇଁ ୩୫୦ ରନ୍ ଦରକାର ଥିଲା । କିନ୍ତୁ ଇଣ୍ଡିଆ-ସି ଟିମ୍ ୮୧.୫ ଓଭରରେ ୨୧୭ ରନ୍ରେ ଅଲ୍ଆଉଟ୍ ହୋଇଗଲା । ଇଣ୍ଡିଆ-ଏ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ୧୩.୫ ଓଭରରେ ୫୦ ରନ୍ ଦେଇ ତିନି ୱିକେଟ୍ ନେଇଛନ୍ତି । ଚା' ବିରତି ଯାଏ ମ୍ୟାଚ୍ ରୋମାଞ୍ଚକ ସ୍ଥିତିରେ ରହିଥିଲା । ଇଣ୍ଡିଆ-ସି ଟିମ୍ ୩ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା । ସାଇ ସୁଦର୍ଶନ ଏବଂ ଇଶାନ କିଷନ କ୍ରିଜରେ ଥିଲେ ଏବଂ ପ୍ରାୟ ୩୦ ଓଭରର ଶେଷ ସେସନରେ ୧୮୨ ରନ୍ ଆବଶ୍ୟକ ଥିଲା । କିନ୍ତୁ ଟିମ୍ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଥିଲା । କିଷନ (୧୭), ଅଭିଷେକ ପୋରେଲ (୦), ପୁଲକିତ ନାରଙ୍ଗ (୬), ଋତୁରାଜ ଗାଏକୱାଡ (୪୪) ବିଜୟ କୁମାର ବୈଶାଖ (୧୭) ରନ କରି ପାଭେଲିୟନ ଫେରିଥିଲେ ।
ସାଇ ସୁଦର୍ଶନ ଗୋଟିଏ ପଟେ ଛିଡ଼ା ହୋଇ ନିଜର ଶତକ ପୂରଣ କରିଥିଲେ । ସାଇ ସୁଦର୍ଶନ ୨୦୬ ବଲରେ ୧୧୧ ରନ୍ କରି ଆଉଟ୍ ହୋଇଥିଲେ । ଇଣ୍ଡିଆ-ଏ ପାଇଁ ତନୁଷ କୋଟିୟନ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୩-୩ ୱିକେଟ୍ ହାସଲ କରିଥିଲେ । ଇଣ୍ଡିଆ-ଏ ଟିମ ପ୍ରଥମେ ବ୍ୟାଟିଂ କରି ୨୯୭ ରନ୍ କରିଥିଲା । ପରେ ଇଣ୍ଡିଆ-ସି ଟିମ୍ ପ୍ରଥମ ଇନିଂସରେ ୨୩୪ ରନ୍ କରିଥିଲା । ଦ୍ୱିତୀୟ ଇନିଂସରେ ଇଣ୍ଡିଆ-ଏ ଟିମ୍ ୨୮୬ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ପ୍ରଥମ ଇନିଂସର ୬୩ ରନ୍ ଲିଡ୍ ସହ ୩୫୦ ରନ୍ ଟାର୍ଗେଟ୍ ଦେଇଥିଲା ।