ଭଦ୍ରକରେ ହେବ ଜାହାଜ କାରଖାନା
ଭଦ୍ରକ : ଶିଳ୍ପସମୃଦ୍ଧ ହେବ ଓଡିଶା । ୩୧ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଭଦ୍ରକରେ ତିଆରି ହେବ ଜାହାଜ । ନେପ୍ଚୁନ୍ସ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ଜାହାଜ ତିଆରି କାରଖାନା ସ୍ଥାପନ କରିବ। ଏଥିପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୪ ହଜାର ୯୫୪.୨୬ କୋଟି ଟଙ୍କା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ […]

ଭଦ୍ରକ : ଶିଳ୍ପସମୃଦ୍ଧ ହେବ ଓଡିଶା । ୩୧ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଭଦ୍ରକରେ ତିଆରି ହେବ ଜାହାଜ । ନେପ୍ଚୁନ୍ସ ସିପ୍ ବିଲ୍ଡର୍ସ ଆଣ୍ଡ ରିସାଇକ୍ଲର୍ସ ପ୍ରାଇଭେଟ୍ ଲିମିଟେଡ୍ ୯୩୪.୫୪ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ଜାହାଜ ତିଆରି କାରଖାନା ସ୍ଥାପନ କରିବ। ଏଥିପାଇଁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ୪ ହଜାର ୯୫୪.୨୬ କୋଟି ଟଙ୍କା ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪,୧୬୨ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଯାଜପୁର, ଭଦ୍ରକ, କଟକ, ଜଗତସିଂହପୁର, ବାଲେଶ୍ବର, ରାୟଗଡ଼ା, ଢେଙ୍କାନାଳ, ପୁରୀ, ପାରାଦୀପ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ସ୍ଥାପନ କରାଯିବ ।
କୋରାପୁଟରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ୨୯୪ କୋଟି ଟଙ୍କା ନିବେଶରେ ସୌରଶକ୍ତି ପ୍ଲାଣ୍ଟ ବସାଇବ। ଏଥି ସହିତ ପାଞ୍ଚଟି ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପ ମଞ୍ଜୁର ହୋଇଛି। ପୁରୀରେ ଏସ୍ଏନ୍ଏମ୍ ହୋଟେଲ୍ ଆଣ୍ଡ ରିସୋର୍ଟ ନିଜସ୍ବ ଜମିରେ ୨୧୨.୨୫ କୋଟି ଟଙ୍କା ଓ ପାରାଦୀପରେ ମେଫେୟାର ୧୦୫ କୋଟି ଟଙ୍କା ନିବେଶରେ ହୋଟେଲ୍ ତଥା ରିସୋର୍ଟ ସ୍ଥାପନ କରିବେ। କୋରାପୁଟରେ ଜିଏମ୍-ଇନ୍ଫ୍ରାଟେକ୍ ୮୧.୧୧ କୋଟି ଟଙ୍କା ନିବେଶରେ ଏହାର ପ୍ରସ୍ତାବିତ ରିସୋର୍ଟର ସମ୍ପ୍ରସାରଣ କରିବ। କେନ୍ଦ୍ରାପଡ଼ାରେ କାକର୍ସ ଇଣ୍ଡିଆ ୫୬ କୋଟି ଟଙ୍କା ନିବେଶରେ ଏକ ୪-ତାରକା ହୋଟେଲ୍ ଓ ମୟୂରଭଞ୍ଜର ଶିମିଳିପାଳରେ ହୋଟେଲ୍ ସୋନାର୍ ବାଙ୍ଗ୍ଲା ୫୧ କୋଟି ଟଙ୍କା ନିବେଶ କରିବ।