ଜୀବନ ନେଇପାରେ ଇନ୍‌ଗ୍ରୋନ୍‌ ହେୟାର୍‌

ଶରୀରରେ ଥିବା ଛୋଟ ଛୋଟ କେଶକୁ ୱାକ୍ସ କରିବା ଯେମିତି ଆଜିକାଲିର ଫ୍ୟାଶନ୍‌ ପାଲଟିଛି । ହେଲେ ଏହା ଯେ କେତେ ସାଂଘାତିକ ସମସ୍ୟା ପାଲଟିବ, ତାହା ସଦ୍ୟ ଏକ ଘଟଣାରୁ ଜାଣିବାକୁ ମିଳିଛି । ସୂଚନାନୁସାରେ ଜଣେ ବ୍ୟକ୍ତି ଇନ୍‌ଗ୍ରୋନ୍‌ ହେୟାର ଉଠାଇବା କାରଣରୁ କୋମାକୁ ପଳାଇଥିଲେ ଏବଂ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଟ୍ରିଟ୍‌ମେଣ୍ଟ କରାଯିବା ପରେ ଶେଷରେ ସେ ମୃତୁ୍ୟମୁହଁରୁ ଫେରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଆମେରିକାରେ […]

ଜୀବନ ନେଇପାରେ ଇନ୍‌ଗ୍ରୋନ୍‌ ହେୟାର୍‌
ଜୀବନ ନେଇପାରେ ଇନ୍‌ଗ୍ରୋନ୍‌ ହେୟାର୍‌

ଶରୀରରେ ଥିବା ଛୋଟ ଛୋଟ କେଶକୁ ୱାକ୍ସ କରିବା ଯେମିତି ଆଜିକାଲିର ଫ୍ୟାଶନ୍‌ ପାଲଟିଛି । ହେଲେ ଏହା ଯେ କେତେ ସାଂଘାତିକ ସମସ୍ୟା ପାଲଟିବ, ତାହା ସଦ୍ୟ ଏକ ଘଟଣାରୁ ଜାଣିବାକୁ ମିଳିଛି । ସୂଚନାନୁସାରେ ଜଣେ ବ୍ୟକ୍ତି ଇନ୍‌ଗ୍ରୋନ୍‌ ହେୟାର ଉଠାଇବା କାରଣରୁ କୋମାକୁ ପଳାଇଥିଲେ ଏବଂ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଟ୍ରିଟ୍‌ମେଣ୍ଟ କରାଯିବା ପରେ ଶେଷରେ ସେ ମୃତୁ୍ୟମୁହଁରୁ ଫେରିଛନ୍ତି । ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସମ୍ପୂର୍ଣ୍ଣ ସତ । ଆମେରିକାରେ ଏଭଳି ଏକ ଘଟଣା ଘଟିଥିବାବେଳେ ଇନ୍‌ଗ୍ରୋନ୍‌ ହେୟାର୍‌ ରିମୁଭ୍‌ କରିବା ସମୟରେ ହିଁ ତାଙ୍କଠାରେ ସେପ୍‌ସିସ୍‌ ନାମକ ଏକ ରକ୍ତ ସଂକ୍ରମଣ ହୋଇଥିଲା, ଯାହାଫଳରେ ସେ କୋମାକୁ ପଳାଇଥିଲେ । ରିପୋର୍ଟ ମୁତାବତ, ଆମେରିକାର ଟେକ୍ସସ୍‌ରେ ରହୁଥିବା ଷ୍ଟିବେନ୍‌ ସ୍ପାଇନାଲ୍‌ ନାମକ ଜଣେ ବ୍ୟକ୍ତି ତାଙ୍କ ଗୋଡ଼ରୁ ଇନ୍‌ଗ୍ରୋନ୍‌ ହେୟାର୍‌ ରିମୁଭ୍‌ କରୁଥିଲେ । ଏହି ସମୟରେ ତାଙ୍କ ଠାରେ ସଂକ୍ରମଣ ହୋଇଥିଲା, ଯାହାଦ୍ୱାରା ତାଙ୍କ ରକ୍ତରେ ବିଷ ଖେଳିଯାଇଥିଲା । ଯାହାଫଳରେ ସେ କୋମାକୁ ପଳାଇଥିଲେ । ତାଙ୍କର ବଞ୍ଚିବାର ଆଶା ମାତ୍ର ୪% ଥିଲା, ଏମିତିକି ଡାକ୍ତର ତାଙ୍କୁ ବ୍ରେନ୍‌ଡେଡ୍‌ ବୋଲି ମଧ୍ୟ ଘୋଷିତ କରିଦେଇଥିଲେ । ତଥାପି ତାଙ୍କୁ ପୁନଃଜୀବନ ଦେବା ଲାଗି ଡାକ୍ତରମାନେ ଦୀର୍ଘ ବର୍ଷ ଧରି ଚେଷ୍ଟିତ ରହିବା ପରେ ଶେଷରେ ସେ ସୁସ୍ଥ ହୋଇ କୋମାରୁ ଫେରିଛନ୍ତି ବୋଲି ଷ୍ଟିବେନ୍‌ଙ୍କ ଭଉଣୀ ମିସେଲ୍‌ ପ୍ରକାଶ କରିଛନ୍ତି । ଡାକ୍ତରୀ ଭାଷାରେ ଇନ୍‌ଗ୍ରୋନ୍‌ ହେୟାର ହେଉଛି ଶରୀରରେ ବିଶେଷକରି ହାତ ଓ ଗୋଡ଼ରେ ଥିବା ଛୋଟ ଛୋଟ କଳା ଦାଗ । ଏହି ଦାଗ ଶରୀରକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇନଥାଏ କି ଯନ୍ତ୍ରଣା ମଧ୍ୟ ଦେଇନଥାଏ, କିନ୍ତୁ ଏହାଦ୍ୱାରା ତ୍ୱଚା କଳା ଦେଖାଯାଏ । ହାତ ଓ ଗୋଡ଼ରେ ଥିବା କେଶ ସାଧାରଣତଃ ଫଲିକାଲ୍‌ ଓ ସ୍କିନ୍‌ ଟିସୁରୁ ବାହାରକୁ ବାହାରିଥାଏ । ହେଲେ ଇନ୍‌ଗ୍ରୋନ୍‌ ହେୟାର୍‌ ଚର୍ମ ଭିତରକୁ ବୁଲିଯାଏ ଏବଂ ଏହାରି ମଧ୍ୟରେ ହିଁ ବଢ଼ିଥାଏ । ଯେଉଁ ଲୋକଙ୍କର କର୍ଲି ହେୟାର ଥାଏ ସେମାନଙ୍କ ଠାରେ ଅଧିକ ଇନ୍‌ଗ୍ରୋନ୍‌ ହେୟାର୍‌ ଦେଖିବାକୁ ମିଳେ । ତେବେ ଏହାକୁ ରିମୁଭ୍‌ କରିବା ଦ୍ୱାରା ବିଭିନ୍ନ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଏ । ତେଣୁ ଏଭଳି ସ୍ଥିତିରେ ସର୍ବପ୍ରଥମେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।