ମହମ୍ମଦ ଅଲ୍-ବଶିର ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ, ବିଦ୍ରୋହୀ କଲେ ଘୋଷଣା
ନୂଆଦିଲ୍ଲୀ: ବିଦ୍ରୋହୀଙ୍କ ଦ୍ୱାରା ମହମ୍ମଦ ଅଲ୍-ବଶିରଙ୍କୁ ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି । ଅଲ-ବଶିର ବିଦ୍ରୋହୀ ସମର୍ଥକ ନେତା ଭବେ ପରିଚିତ ଥିଲେ । ମଙ୍ଗଳବାର ଘୋଷଣା ଅନୁସାରେ ପୂର୍ବତନ ବିଦ୍ରୋହୀଙ୍କ ସମର୍ଥନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ । ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ଦେଶ ଛାଡ଼ି ପଳାୟନର ତିନି ଦିନ ପରେ ଏହି ଘୋଷଣା ହୋଇଛି । ମହମ୍ମଦ ଗାଜି ଜଲାଲିଙ୍କ ସ୍ଥାନ ନେବେ ମହମ୍ମଦ ଅଲ-ବଶିର । ଜଲାଲିଙ୍କୁ ବଶର ଅଲ୍-ଅସଦ ନିଯୁକ୍ତି ଦେଇଥିଲେ ।ସରକାରୀ ଟିଭି ଚ୍ୟାନେଲରେ ଏକ ସଂକ୍ଷିପ୍ତ ସମ୍ୱୋଧନରେ ମହମ୍ମଦ ଅଲ୍-ବଶିର କହିଛନ୍ତି ଯେ ମାର୍ଚ୍ଚ ୧ ଯାଏ ଅନ୍ତରୀଣ ସରକାର ନେତୃତ୍ୱ କରିବେ । ସେ କହିଛନ୍ତି, 'ଆଜି ଆମେ ଏକ କ୍ୟାବିନେଟ୍ ବୈଠକ କରିଛୁ । ଏହି ବୈଠକରେ ଇଦଲିବ ଏବଂ ଏହାର ଆଖପାଖ ଅଞ୍ଚଳରେ କାମ କରୁଥିବା ସାଲଭେଶନ ସରକାରର ଏକ ଟିମ୍ ଏବଂ ବିତାଡ଼ିତ ଶାସନର ସରକାର ସାମିଲ ଥିଲା । ବୈଠକରେ ଫାଇଲ୍ ଏବଂ ସଂସ୍ଥାଗୁଡ଼ିକୁ ଅନ୍ତରୀଣ ସରକାରକୁ ହସ୍ତାନ୍ତର କରିବା ଉପରେ ଚର୍ଚ୍ଚା ହୋଇଛି ।'Footage of the meeting between Syrian revolutionary commander Ahmed Al-Sharaa (al-Joulani) with Mohammad Ghazi al-Jalali (Prime Minister of the Assad regime) to coordinate the transfer of power peacefully. pic.twitter.co
ନୂଆଦିଲ୍ଲୀ: ବିଦ୍ରୋହୀଙ୍କ ଦ୍ୱାରା ମହମ୍ମଦ ଅଲ୍-ବଶିରଙ୍କୁ ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି । ଅଲ-ବଶିର ବିଦ୍ରୋହୀ ସମର୍ଥକ ନେତା ଭବେ ପରିଚିତ ଥିଲେ । ମଙ୍ଗଳବାର ଘୋଷଣା ଅନୁସାରେ ପୂର୍ବତନ ବିଦ୍ରୋହୀଙ୍କ ସମର୍ଥନରେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ । ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କ ଦେଶ ଛାଡ଼ି ପଳାୟନର ତିନି ଦିନ ପରେ ଏହି ଘୋଷଣା ହୋଇଛି । ମହମ୍ମଦ ଗାଜି ଜଲାଲିଙ୍କ ସ୍ଥାନ ନେବେ ମହମ୍ମଦ ଅଲ-ବଶିର । ଜଲାଲିଙ୍କୁ ବଶର ଅଲ୍-ଅସଦ ନିଯୁକ୍ତି ଦେଇଥିଲେ ।
ସରକାରୀ ଟିଭି ଚ୍ୟାନେଲରେ ଏକ ସଂକ୍ଷିପ୍ତ ସମ୍ୱୋଧନରେ ମହମ୍ମଦ ଅଲ୍-ବଶିର କହିଛନ୍ତି ଯେ ମାର୍ଚ୍ଚ ୧ ଯାଏ ଅନ୍ତରୀଣ ସରକାର ନେତୃତ୍ୱ କରିବେ । ସେ କହିଛନ୍ତି, 'ଆଜି ଆମେ ଏକ କ୍ୟାବିନେଟ୍ ବୈଠକ କରିଛୁ । ଏହି ବୈଠକରେ ଇଦଲିବ ଏବଂ ଏହାର ଆଖପାଖ ଅଞ୍ଚଳରେ କାମ କରୁଥିବା ସାଲଭେଶନ ସରକାରର ଏକ ଟିମ୍ ଏବଂ ବିତାଡ଼ିତ ଶାସନର ସରକାର ସାମିଲ ଥିଲା । ବୈଠକରେ ଫାଇଲ୍ ଏବଂ ସଂସ୍ଥାଗୁଡ଼ିକୁ ଅନ୍ତରୀଣ ସରକାରକୁ ହସ୍ତାନ୍ତର କରିବା ଉପରେ ଚର୍ଚ୍ଚା ହୋଇଛି ।'
Footage of the meeting between Syrian revolutionary commander Ahmed Al-Sharaa (al-Joulani) with Mohammad Ghazi al-Jalali (Prime Minister of the Assad regime) to coordinate the transfer of power peacefully. pic.twitter.com/sDbE7hM3CL— Clash Report (@clashreport) December 9, 2024
ସ୍ୱାଭାବିକ ହେଉଛି ସ୍ଥିତି
ସିରିଆର ରାଜଧାନୀରେ ଅସଦଙ୍କ ଶାସନର ପତନ ପରେ ମଙ୍ଗଳବାର ପ୍ରଥମ ଥର ବ୍ୟାଙ୍କ ଖୋଲିଛି । ଦୋକାନ ବଜାର ଖୋଲିବା ସହ ଯାତାୟତ ଆରମ୍ଭ ହୋଇଛି । ନିର୍ମାଣ ଶ୍ରମିକ ଦମିସ୍କ ସହରର ବିଭିନ୍ନ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛନ୍ତି । ରାସ୍ତାରେ ହତିଆରଧାରୀ ଲୋକଙ୍କ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଛି ।