ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା ହରିଣ: ଆଉ ତା’ପରେ…
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମରୁ ରବିବାର ଏକ ହରିଣକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି। ହରିଣଟି କେରାଣ୍ଡିମାଳ ଜଙ୍ଗଲରୁ ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା। ହେଲେ ଗାଁରେ କୁକୁର ଗୋଡାଇବାରୁ ହରିଣଟି ଆହତ ହୋଇଥିଲା। ଗ୍ରାମବାସୀ ହରିଣକୁ ଉଦ୍ଧାର କରି ଦିଗପହଣ୍ଡି ବନ ବିଭାଗକୁ ଖବର ଦେଇଥିଲେ। ରେଞ୍ଜର ଦିବ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ବନପାଳ ସନ୍ତୋଷ କୁମାର ବିଷୋୟୀ […] The post ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା ହରିଣ: ଆଉ ତା’ପରେ… appeared first on Dharitri Odia News.
ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁୁବୁଡି ପଞ୍ଚାୟତ କାଣ୍ଡେଶ୍ୱର ଗ୍ରାମରୁ ରବିବାର ଏକ ହରିଣକୁ ଆହତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରିଛି।
ହରିଣଟି କେରାଣ୍ଡିମାଳ ଜଙ୍ଗଲରୁ ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା। ହେଲେ ଗାଁରେ କୁକୁର ଗୋଡାଇବାରୁ ହରିଣଟି ଆହତ ହୋଇଥିଲା। ଗ୍ରାମବାସୀ ହରିଣକୁ ଉଦ୍ଧାର କରି ଦିଗପହଣ୍ଡି ବନ ବିଭାଗକୁ ଖବର ଦେଇଥିଲେ। ରେଞ୍ଜର ଦିବ୍ୟରଞ୍ଜନ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ, ବନରକ୍ଷୀ ପ୍ରଦୀପ କୁମାର ସ୍ବାଇଁ ଏବଂ ପାରା ବନ କର୍ମଚାରୀ ଗାଁରେ ପହଞ୍ଚି ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ହରିଣଟି ମାଈ ପ୍ରଜାତିର ହୋଇଥିବା ବେଳେ ବୟସ ପ୍ରାୟ ୪ ବର୍ଷ ହେବ ବୋଲି ଜଣାପଡିଛି। ହରିଣଟି ସୁସ୍ଥ ହେବା ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ରେଞ୍ଜର କହିଛନ୍ତି।
ଗତ କିଛିବର୍ଷ ହେଲା ଦିଗପହଣ୍ଡି ବନାଞ୍ଚଳ ଅଧୀନ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ହରିଣ ବଂଶ କ୍ରମଶଃ ବଢ଼ିବାରେ ଲାଗିଛି। ହେଲେ ଶିକାରିଙ୍କ ଦୋରାତ୍ମ୍ୟ ଏବଂ ଜଙ୍ଗଲରେ ଖାଦ୍ୟାଭାବ କାରଣରୁ ବେଳେବେଳେ କୃଷ୍ଣସାର ମୃଗଙ୍କ ସମେତ ହରିଣ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି। କୃଷ୍ଣସାର ମୃଗ ଏବଂ ହରିଣ ବଂଶର ସୁରକ୍ଷା ପ୍ରତି ଗ୍ରାମାଞ୍ଚଳରେ ବନବିଭାଗ ପକ୍ଷରୁ ବ୍ୟାପକ ଜନସଚେତନତା କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
The post ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଥିଲା ହରିଣ: ଆଉ ତା’ପରେ… appeared first on Dharitri Odia News.