ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ ଅଭି-ଐଶ୍ୱ ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ଏହି କଳ୍ପନା ଆରମ୍ଭ ହୋଇଥିଲା ଯେତେବେଳେ ଅନନ୍ତ ଅମ୍ବାନୀଙ୍କ ବିବାହରେ ବଚ୍ଚନ ପରିବାରଙ୍କୁ ଅଲଗା ଅଲଗା ଦେଖିବାକୁ ମିଳିଥିଲା। ହେଲେ ଏଥିରେ ଏବେ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଅଭିଷେକ ବଚ୍ଚନ ଏକ […] The post ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ appeared first on Dharitri Odia News.

ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ହେବାର ୧୭ ବର୍ଷ ବିତିଗଲାଣି। ହେଲେ ଏବେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି ଯେ ଅଭି-ଐଶ୍ୱ ପରସ୍ପରକୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି। ଏହି କଳ୍ପନା ଆରମ୍ଭ ହୋଇଥିଲା ଯେତେବେଳେ ଅନନ୍ତ ଅମ୍ବାନୀଙ୍କ ବିବାହରେ ବଚ୍ଚନ ପରିବାରଙ୍କୁ ଅଲଗା ଅଲଗା ଦେଖିବାକୁ ମିଳିଥିଲା। ହେଲେ ଏଥିରେ ଏବେ ବଡ଼ ଟ୍ବିଷ୍ଟ ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ ଅଭିଷେକ ବଚ୍ଚନ ଏକ ନୂଆ କାର କିଣିଛନ୍ତି। ଗତକାଲି ରାତିରେ ଅଭିଷେକ ତାଙ୍କ ଭଣଜା ଅଗସ୍ତ୍ୟ ନନ୍ଦା ଏବଂ ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କୁ ତାଙ୍କ କାରରେ ନେଇ ରାତ୍ରୀ ଭୋଜନରେ ନେଇଥିଲେ।
ସେଲିବ୍ରିଟି ଫଟୋଗ୍ରାଫର ଯୋଗେନ ଶାହା ତାଙ୍କ ଇନଷ୍ଟାଗ୍ରାମରେ ଅଭିଷେକଙ୍କ ନୂଆ କାର ବିଷୟରେ ଏକ ପୋଷ୍ଟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ତାଙ୍କ ନୂଆ କାର୍‌ ଗିଫ୍ଟ କରିବା ସହ ପ୍ରିୟ ନମ୍ବର ପ୍ଲେଟ ରଖି ଆଶ୍ଚର୍ଯ୍ୟ କରିଛନ୍ତି।

ଅଭିଷେକ ବଚ୍ଚନଙ୍କ ନୂଆ କାର କଳା ରଙ୍ଗର । ଏହି ନମ୍ବର ପ୍ଲେଟର ଶେଷ ଚାରି ସଂଖ୍ୟା ହେଉଛି ୫୦୫୦ ଯାହା ଐଶ୍ୱର୍ଯ୍ୟାଙ୍କର ପ୍ରିୟ ସଂଖ୍ୟା । ପ୍ରିୟ ସଂଖ୍ୟା କାରଣ, ଯେତେବେଳେ ଐଶ୍ୱର୍ଯ୍ୟା ରାୟ ଗର୍ଭବତୀ ଥିଲେ, ତାଙ୍କୁ ୫୦୫୦ ନମ୍ବର ପ୍ଲେଟ ଥିବା କାରରେ ଡାକ୍ତରଖାନା ନିଆଯାଇଥିଲା। ଆରାଧ୍ୟା ବଚ୍ଚନଙ୍କୁ ଜନ୍ମ ଦେବା ପରେ ମଧ୍ୟ ଆୟଶଙ୍କୁ ସମାନ ନମ୍ବର ପ୍ଲେଟ ସହିତ ଘରକୁ ଅଣାଯାଇଥିଲା।

ତେବେ ଏହି ଖବର ଉପରେ ବଚ୍ଚନ ପରିବାରରୁ ଏପର୍ଯ୍ୟନ୍ତ କେଣସି ବିବୃତ୍ତି ଆସିନାହିଁ। ଅଭିଷେକ ପ୍ରକୃତରେ ଐଶ୍ୱର୍ଯ୍ୟାଙ୍କ ପ୍ରିୟ ନମ୍ବର ନେଇଛନ୍ତି କି ନାହିଁ? ଏ ବିଷୟରେ ମଧ୍ୟ କୌଣସି ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ ।

The post ଐଶ୍ୱର୍ଯ୍ୟାଙ୍କୁ ସରପ୍ରାଇଜ୍‌ ଦେଲେ ଅଭିଷେକ! ବିବାହ ବିଚ୍ଛେଦ ଖବର ଭିତରେ ଆସିଲା ନୂଆ ଟ୍ବିଷ୍ଟ appeared first on Dharitri Odia News.