ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍ରେ ସେଲିବ୍ରେଶନ କଲେ ନୀତୀଶ
ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ପାଞ୍ଚ ଅର୍ଦ୍ଧଶତକ ଏବଂ ଏକ ଶତକୀୟ ସ୍କୋର କରାଯାଇଛି। ଏଥିରେ ଅଷ୍ଟ୍ରେଲୀୟ ଯୁବ ଖେଳାଳି ସାମ କନଷ୍ଟାସ୍ଙ୍କ ଅର୍ଦ୍ଧ ଶତକ ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ଭାରତୀୟ ଖେଳାଳି ନୀତୀଶ କୁମାର ରେଡ୍ଡୀଙ୍କ ଅର୍ଦ୍ଧଶତକ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ହେଉଛି ନୀତୀଶ କୁମାରଙ୍କ ପ୍ରଥମ ଟେଷ୍ଟ […] The post ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍ରେ ସେଲିବ୍ରେଶନ କଲେ ନୀତୀଶ appeared first on Dharitri Odia News.
ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ପାଞ୍ଚ ଅର୍ଦ୍ଧଶତକ ଏବଂ ଏକ ଶତକୀୟ ସ୍କୋର କରାଯାଇଛି। ଏଥିରେ ଅଷ୍ଟ୍ରେଲୀୟ ଯୁବ ଖେଳାଳି ସାମ କନଷ୍ଟାସ୍ଙ୍କ ଅର୍ଦ୍ଧ ଶତକ ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ଭାରତୀୟ ଖେଳାଳି ନୀତୀଶ କୁମାର ରେଡ୍ଡୀଙ୍କ ଅର୍ଦ୍ଧଶତକ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ହେଉଛି ନୀତୀଶ କୁମାରଙ୍କ ପ୍ରଥମ ଟେଷ୍ଟ ଅର୍ଦ୍ଧ ଶତକ , ଯାହାକୁ ସେ ଏକ ନିଆରା ଢଙ୍ଗରେ ସେଲିବ୍ରେଶନ୍ କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ନୀତୀଶ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଟେଷ୍ଟ କ୍ୟାରିୟରର ତୃତୀୟ ମ୍ୟାଚର ଷଷ୍ଠ ଇନିଂସରେ ସେ ଏହି ଅର୍ଦ୍ଧଶତକ ହାସଲ କରିଥିଲେ। ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ନୀତୀଶ କୁମାର ଅର୍ଦ୍ଧଶତକ ହାସଲ କରିଥିଲେ।
ଅର୍ଦ୍ଧଶତକ ହାସଲ ପରେ ନୀତୀଶ ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପାଙ୍କ ଟ୍ରେଡ ମାର୍କ ସେଲିବ୍ରେଶନ୍ କରିଥିଲେ।
ଖବର ଲେଖିବା ପର୍ଯ୍ୟନ୍ତ ନୀତୀଶ କୁମାର ରେଡ୍ଡୀ ୱାଶିଂଟନ ସୁନ୍ଦରଙ୍କ ସହ ଭାଗିଦାରୀ କରିବାରେ ଏକ ବଡ଼ ରେକର୍ଡ ସୃଷ୍ଟି କରୁଛନ୍ତି। ନୀତୀଶ କୁମାର ବର୍ତ୍ତମାନ ୧୦୦ ବଲ୍ର ସମ୍ମୁଖୀନ ହୋଇ ୬୬ ରନ ସ୍କୋର କରି ଖେଳୁଛନ୍ତି।
Nitish Kumar reddy PUSHPA mannerism with bat
#Pushpa2TheRule pic.twitter.com/15MhTJF39A
— Musugu Donga (@MusuguDhonga) December 28, 2024
The post ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍ରେ ସେଲିବ୍ରେଶନ କଲେ ନୀତୀଶ appeared first on Dharitri Odia News.

