ବଢୁଛି ଜଳକା ନଦୀର ଜଳସ୍ତରଟପିଲା ସତର୍କ ସଂକେତ,ବନ୍ୟା ଆଶଙ୍କା
ବାଲେଶ୍ୱର,୨୯।୬(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟାରେ ସତର୍କ ସଂକେତ ଟପି ୬.୧୦ ମିଟରରେ ପ୍ରବାହିତ ହେଉଥିଲା। ଦିନ ୧୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୪୦ ମିଟରରେ ପ୍ରବାହିତ ହେଉଛି । ନଦୀର ବିପଦ ସଂକେତ ରହିଛି ୬.୫୦ ମିଟର। ଜଳସ୍ତର ବୃଦ୍ଧି ପାଉଥିବାରୁ […] The post ବଢୁଛି ଜଳକା ନଦୀର ଜଳସ୍ତରଟପିଲା ସତର୍କ ସଂକେତ,ବନ୍ୟା ଆଶଙ୍କା appeared first on Dharitri Odia News.
ବାଲେଶ୍ୱର,୨୯।୬(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟାରେ ସତର୍କ ସଂକେତ ଟପି ୬.୧୦ ମିଟରରେ ପ୍ରବାହିତ ହେଉଥିଲା। ଦିନ ୧୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୪୦ ମିଟରରେ ପ୍ରବାହିତ ହେଉଛି । ନଦୀର ବିପଦ ସଂକେତ ରହିଛି ୬.୫୦ ମିଟର। ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ନଦୀ କୁଳିଆ ବାସିନ୍ଦା। ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର ।ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି। ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ବର୍ଷା ଲାଗିରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି । ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।
The post ବଢୁଛି ଜଳକା ନଦୀର ଜଳସ୍ତରଟପିଲା ସତର୍କ ସଂକେତ,ବନ୍ୟା ଆଶଙ୍କା appeared first on Dharitri Odia News.