କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ତିନି ସେନା ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋସିଆଲ ମିଡିଆରେ ସୂଚନା ଦେଇ ଭାରତୀୟ ସେନା କହିଛି, ନିର୍ଦ୍ଦିଷ୍ଟ ଗୁପ୍ତଚର ଆଧାରରେ ଶନିବାର କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲଇସ କର୍ମୀଙ୍କ ଦ୍ୱାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି […] The post କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ appeared first on Dharitri Odia News.

କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ

ଶ୍ରୀନଗର,୨୮।୯: ଜମ୍ମୁ-କଶ୍ମୀର କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଏନକାଉଣ୍ଟରରେ ତିନି ସେନା ଯବାନ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୋସିଆଲ ମିଡିଆରେ ସୂଚନା ଦେଇ ଭାରତୀୟ ସେନା କହିଛି, ନିର୍ଦ୍ଦିଷ୍ଟ ଗୁପ୍ତଚର ଆଧାରରେ ଶନିବାର କୁଲଗାମର ଆରିଗାମରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୋଲଇସ କର୍ମୀଙ୍କ ଦ୍ୱାରା ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେଶନ ବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏବେବି ସେଠାରେ ସର୍ଚ୍ଚ ଅପରେସନ ଚାଲିଛି ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆରେ ସୂଚନା ଦେଇ ଜମ୍ମୁ କଶ୍ମୀର ପୋଲିସ ଲେଖିଛି, କୁଲଗାମର ଆଡିଗାମ ଦେବସର ଅଞ୍ଚଳରେ ଏକ ଏନକାଉଣ୍ଟର ହେଉଛି। ପୋଲିସ ଏବଂ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଏହି ସମୟରେ ଆତଙ୍କବାଦୀମାନେ ଯେପରି ଖସି ନ ଯାଆନ୍ତି ସେଥିପାଇଁ ଅତିରିକ୍ତ ସୁରକ୍ଷା ବାହିନୀ ଡକାଯାଇଛି।
ଏହି ଅପରେସନରେ ସେନା, ଜମ୍ମୁ କଶ୍ମୀର ପୋଲିସ ଏବଂ ସୁରକ୍ଷା ଏଜେନ୍ସି ମଧ୍ୟ ଜଡିତ ଅଛନ୍ତି। ସମଗ୍ର ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ସୂଚନାଯୋଗ୍ୟ, ଆତଙ୍କବାଦୀମାନେ କ୍ରମାଗତ ଭାବରେ ଜମ୍ମୁ କଶ୍ମୀରରେ ଅଶାନ୍ତି ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଘାଟିରେ କ୍ରମାଗତ ସର୍ଚ୍ଚ ଅପରେସନ ଚାଲିଛି।

The post କୁଲଗାମ ଏନକାଉଣ୍ଟର: ୪ ଯବାନ ଆହତ appeared first on Dharitri Odia News.