ଗୋଦରା ଗୋଡର ଉପଚାର

ଏଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ ଯାହାକୁ ସମାଧାନ କରିବାକୁ ସଚେତନତାର ଆବଶ୍ୟକତା ରହିଛି । ସେହିଭଳି ଏକ ରୋଗ ହେଲା ଗୋଦରା ଗୋଡ ବା ଏଲିଫାଣ୍ଟାସିସ୍‌ । ଏହି ରୋଗ ବିଷୟରେ ଜାଣିବା ସହ ଏହାର ଲକ୍ଷଣକୁ ଚିହ୍ନଟ କରିପାରିଲେ ଏଥିରୁ ମୁକ୍ତି ମିଳିବ । ଆମ ଦେଶରେ ଗୋଦରା ଗୋଡ ସମସ୍ୟା ଅନେକଙ୍କ ପାଖରେ ଦେଖିବାକୁ ମିଳିଥାଏ । ହଠାତ୍‌ ଗୋଡ ଫୁଲିବା ଏବଂ ଜ୍ୱର ହେବା ଗୋଦରା ଗୋଡର ପ୍ରାଥମିକ ଲକ୍ଷଣ ହୋଇଥାଏ […]

ଗୋଦରା ଗୋଡର ଉପଚାର
ଗୋଦରା ଗୋଡର ଉପଚାର

ଏଭଳି ଅନେକ ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ ଯାହାକୁ ସମାଧାନ କରିବାକୁ ସଚେତନତାର ଆବଶ୍ୟକତା ରହିଛି । ସେହିଭଳି ଏକ ରୋଗ ହେଲା ଗୋଦରା ଗୋଡ ବା ଏଲିଫାଣ୍ଟାସିସ୍‌ । ଏହି ରୋଗ ବିଷୟରେ ଜାଣିବା ସହ ଏହାର ଲକ୍ଷଣକୁ ଚିହ୍ନଟ କରିପାରିଲେ ଏଥିରୁ ମୁକ୍ତି ମିଳିବ ।

ଆମ ଦେଶରେ ଗୋଦରା ଗୋଡ ସମସ୍ୟା ଅନେକଙ୍କ ପାଖରେ ଦେଖିବାକୁ ମିଳିଥାଏ । ହଠାତ୍‌ ଗୋଡ ଫୁଲିବା ଏବଂ ଜ୍ୱର ହେବା ଗୋଦରା ଗୋଡର ପ୍ରାଥମିକ ଲକ୍ଷଣ ହୋଇଥାଏ । ଏହା ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ବେଳେବେଳେ ଅଧିକ ସମୟ ଠିଆ ହୋଇ ରହିବା କିମ୍ବା ଗୋଡ ଝୁଲାଇ ବସି ରହିବାରୁ ଆମ ଗୋଡ ଫୁଲିଥାଏ, କିନ୍ତୁ ଏହା ଆରାମ କରିବା ପରେ କମି ଯାଇଥାଏ । ମାତ୍ର ଗୋଦରା ଗୋଡ ସମସ୍ୟାରେ ଏହି ଫୁଲା ଅନେକ ଦିନ ଧରି ରହିଥାଏ । ରିପୋର୍ଟ ଅନୁସାରେ ବିଶ୍ୱର ପାଖାପାଖି ୯୦ ମିଲିଅନ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଏହି ବିଶେଷଭାବେ ଭାରତ, ଚୀନ ଓ ଇଣ୍ଡୋନେସିଆରେ ଦେଖିବାକୁ ମିଳିଥାଏ ।
ଆମ ଗୋଡରେ ଦୁଇପ୍ରକାର ତରଳ ପ୍ରବାହିତ ହୋଇଥାଏ । ଗୋଟିଏ ରକ୍ତ ଏବଂ ଅନ୍ୟଟି ହେଲା ଲିମ୍ଫ୍‌ । ଏହି ଲିମ୍ଫ ଏକ ସ୍ୱତନ୍ତ୍ର ଚ୍ୟାନେଲ ଦେଇ ଗତି କରୁଥିବାବେଳେ ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟ ମଧ୍ୟ କରିଥାଏ । ଏହା ଗୋଡରେ ପାଣି ଜମାହେବାକୁ ରୋକିଥାଏ ଏହା ସହ ଗୋଡ ଓ ଶରୀରର ଅନ୍ୟ କୌଣସି ଅଙ୍ଗରେ ସଂକ୍ରମଣ ହେବାକୁ ଦେଇ ନଥାଏ । ତେଣୁ ଏହି ଚ୍ୟାନେଲ ବ୍ଲକ ହେବା ଦ୍ୱାରା ଗୋଡ ଫୁଲିବା ଆରମ୍ଭ ହୋଇଥାଏ । ବେଳେବେଳେ କେତେକ ରୋଗୀଙ୍କର ଜନ୍ମରୁ ଲିମ୍ଫାଟିକ୍‌ ଚ୍ୟାନେଲ ବିକଶିତ ହୋଇନଥାଏ, ସେହି କ୍ଷେତ୍ରରେ ଏହି ସମସ୍ୟା ଦେଖାଦେଇଥାଏ । ଏହାର ଅନେକ କାରଣ ଭିତରେ ଭାରତରେ ଏକ ପ୍ରମୁଖ କାରଣ ଦେଖିବାକୁ ମିଳିଥାଏ ଫାଇଲେରିଆ କାରଣରୁ ହେଉଥିବା ସଂକ୍ରମଣ କାରଣରୁ । ଫାଇଲେରିଆ କରାଉଥିବା ଜୀବାଣୁ ଲିମ୍ଫାଟିକ୍‌ ଚ୍ୟାନେଲ ଉପରେ ଆକ୍ରଣ କରିଥାଏ । ଯାହା ଫଳରେ ଲିମ୍ଫ୍‌ ପ୍ରବାହିତ ହେବାରେ ବ୍ୟାଘାତ ସୃଷ୍ଟି ହୋଇଥାଏ ଏବଂ ଗୋଦରଗୋଡ ସମସ୍ୟାକୁ ଜନ୍ମ ଦେଇଥାଏ । ଏହାର ଅନ୍ୟକାରଣ ମଧ୍ୟ ରହିଛି

ଚିହ୍ନିବେ କିପରି
– ମହିଳା ହୁଅନ୍ତୁ କିମ୍ବା ପୁରୁଷ ହଠାତ୍‌ ସେମାନଙ୍କ ଗୋଡ ଫୁଲିବା ଆରମ୍ଭ କରିଥାଏ ।
– ବାରମ୍ବାର ଡାଇରିଆ ସମସ୍ୟା ଦେଖାଦେବା ଏହାସହ ଓଜନ ହ୍ରାସ ।
– ଗୋଡ ଓ ପାଦର ଚର୍ମରେ ଛୋଟ ଛୋଟ ଫୋଟକା ଭଳି ଫଳିଯିବା, ଯାହା ଭିତରେ ଧଳାଧଳା ପାଣି ତରଳ ରହିଥାଏ ।
– ଗୋଡ ଓ ପାଦର ଚମଡା ପତଳା ହୋଇଯିବା ।
– ଗୋଡର ନଖ ହଳଦିଆ ପଡିବା ।