ଆଜି ପବିତ୍ର ବାହୁଡା ଯାତ୍ରା,ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା
ପୁରୀ : ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ। ପାଗ ଅନୁକୂଳ ଥିବାରୁ ବାହୁଡ଼ା ଓ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରିଛି […]

ପୁରୀ : ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ।
ପାଗ ଅନୁକୂଳ ଥିବାରୁ ବାହୁଡ଼ା ଓ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରିଛି ପୁଲିସ । ସେଥିଲାଗି ଟ୍ରାଫିକ ସୁପରିଚାଳନା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଯାନଗୁଡ଼ିକ ରଖିବା ନିମନ୍ତେ ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ପାର୍କିଂ କରିବେ । ଚିହ୍ନଟ ହୋଇଥିବା ପାର୍କିଂ ସ୍ଥାନ ପରିବର୍ତ୍ତେ ଅନ୍ୟ ସ୍ଥାନରେ ଗାଡିକୁ ପାର୍କିଂ କରାଗଲେ ତାହାକୁ ସେଠାରୁ ଟ୍ରାଫିକ ପୁଲିସ ଦ୍ୱାରା ଉଠାଯାଇ ଜବତ କରାଯିବ । ସେଥିଲାଗି ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି ।
ସହରରେ ମୁତୟନ ହୋଇଛନ୍ତି ୨ଶହ ପ୍ଲାଟୁନ ଫୋର୍ସ ସହ ଅଭିଜ୍ଞ ଅଫିସର । ଭୁବନେଶ୍ବରରୁ ପୁରୀ ପ୍ରବେଶ ପଥ ଯାଏଁ ଟ୍ରାଫିକ୍ ଉପରେ ନଜର ରଖିଛି AI କ୍ୟାମେରା ଓ ଡ୍ରୋନ୍। ଟ୍ରାଫିକ୍ ଡ୍ୟୁଟିରେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ଏହାସହ କଣ୍ଟ୍ରୋଲରୁମରୁ ମଧ୍ୟ ମନିଟରିଂ ଚାଲିଛି ଜଳ, ସ୍ଥଳ ଓ ଆକାଶମାର୍ଗ ସବୁଠି ରହିଛି କଡ଼ା ନଜର । ସେପଟେ ଶରଧାବାଲି ଲୋକାରଣ୍ୟ ରହିଥିବାବେଳେ ସୁରକ୍ଷା ବ୍ୟାପକ ବ୍ୟବସ୍ଥା ହୋଇଛି । କାରଣ ଶରଧା ବାଲିରେ ପୂର୍ବରୁ ଘଟିଥିବା ଅଘଟଣ ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଆଗୁଆ ସଜାଗ ପୋଲିସ ପ୍ରଶାସନ ।
ଗତକାଲି ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟ ହୋଇଥିବା ବେଳେ ଗୁଣ୍ଡିଚା ମନ୍ଦିରରେ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ କରାଯାଇ ଭିତର ନୀତି କରାଯାଇଥିଲା। ରାତି ୧୨ଟା ସୁଦ୍ଧା କୋଠ ସୁଆଁସିଆ ସେବକମାନେ ଚାର ବନ୍ଧା ନୀତି ଶେଷ କରିବା ପରେ ଦଇତାପତି ସେବକ ପ୍ରବେଶ କରିଥିଲେ।