ଇରାନ ପରେ ଇସ୍ରାଏଲ୍ରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଘନେଇଥିବା ବେଳେ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ସୂଚନା ଦେଇଛି। ଯେଉଁମାନେ ଇସ୍ରାଏଲ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ବାହାର କରିନେବାକୁ ସରକାର ଯୋଜନା କରୁଥିବା ମନ୍ତ୍ରଣାଳୟ କହିଛି। ଇସ୍ରାଏଲରୁ ସ୍ଥଳସୀମା ଦେଇ ଭାରତୀୟଙ୍କୁ ବିମାନବନ୍ଦର ପର୍ଯ୍ୟନ୍ତ ଅଣାଯିବ। ଏହାପରେ ସେମାନଙ୍କୁ ବିମାନ ଯୋଗେ ଫେରାଇ ଅଣାଯିବ ବୋଲି ମନ୍ତ୍ରଣାଳୟ କହିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନାଗରିକଙ୍କୁ କେମିତି ପଞ୍ଜିକୃତ କରିବାକୁ ହେବ ଏହାର ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସରେ ନିଜକୁ ପଞ୍ଜିକୃତ କରିବାକୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। Press Release: Operation Sindhu - Evacuation of Indian nationals from Israel???? https://t.co/ie3598bOq7— Randhir Jaiswal (@MEAIndia) June 19, 2025ପଞ୍ଜିକୃତ କରିବା ପାଇଁ-https://www.indembassyisrael.gov.in/indian_national_reg) ସାଇଟ୍କୁ ଯାଇ କରିପାରିବେ। କୌଣସି ପ୍ରଶ୍ନ ପାଇଁ, ସେମାନେ ତେଲ ଅଭିଭରେ ଭାରତୀୟ ଦୂତାବାସରେ ପ୍ରତିଷ୍ଠିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପାରିବେ। ଟେଲି
ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ଘନେଇଥିବା ବେଳେ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର ସୂଚନା ଦେଇଛି। ଯେଉଁମାନେ ଇସ୍ରାଏଲ ଛାଡିବାକୁ ଚାହୁଁଛନ୍ତି ସେମାନଙ୍କୁ ବାହାର କରିନେବାକୁ ସରକାର ଯୋଜନା କରୁଥିବା ମନ୍ତ୍ରଣାଳୟ କହିଛି। ଇସ୍ରାଏଲରୁ ସ୍ଥଳସୀମା ଦେଇ ଭାରତୀୟଙ୍କୁ ବିମାନବନ୍ଦର ପର୍ଯ୍ୟନ୍ତ ଅଣାଯିବ। ଏହାପରେ ସେମାନଙ୍କୁ ବିମାନ ଯୋଗେ ଫେରାଇ ଅଣାଯିବ ବୋଲି ମନ୍ତ୍ରଣାଳୟ କହିଛି।
ଏନେଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନାଗରିକଙ୍କୁ କେମିତି ପଞ୍ଜିକୃତ କରିବାକୁ ହେବ ଏହାର ସମ୍ପୂର୍ଣ୍ଣ ତଥ୍ୟ ଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ତେଲ ଅଭିଭରେ ଥିବା ଭାରତୀୟ ଦୂତାବାସରେ ନିଜକୁ ପଞ୍ଜିକୃତ କରିବାକୁ ଅନୁରୋଧ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି।
Press Release: Operation Sindhu - Evacuation of Indian nationals from Israel
???? https://t.co/ie3598bOq7— Randhir Jaiswal (@MEAIndia) June 19, 2025
ପଞ୍ଜିକୃତ କରିବା ପାଇଁ-https://www.indembassyisrael.gov.in/indian_national_reg) ସାଇଟ୍କୁ ଯାଇ କରିପାରିବେ। କୌଣସି ପ୍ରଶ୍ନ ପାଇଁ, ସେମାନେ ତେଲ ଅଭିଭରେ ଭାରତୀୟ ଦୂତାବାସରେ ପ୍ରତିଷ୍ଠିତ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବର +972 54-7520711,+972 54-3278392 । ଇମେଲ୍-cons1.telaviv@mea.gov.in
ଭାରତ ସରକାର ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି।
ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଯୁଦ୍ଧଗ୍ରସ୍ତ ଦେଶରୁ ଭାରତୀୟଙ୍କୁ ଉଦ୍ଧାର କରିବାକୁ କେନ୍ଦ୍ର ସରକାର ଅପରେସନ ସିନ୍ଧୁ ଆରମ୍ଭ କରିଦେଇଛନ୍ତି। ପ୍ରଥମ ବିମାନ ୧୧୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଆଜି ସକାଳେ ଆର୍ମେନିଆର ୟେରେଭାନରୁ ନୂଆଦିଲ୍ଲୀରେ ପହଞ୍ଚିଥିଲା। ଇରାନ-ଇସ୍ରାଏଲ ବିବାଦ ବୃଦ୍ଧି ପାଉଥିବା ବେଳେ ଇରାନରୁ ଏହାର ନାଗରିକମାନଙ୍କୁ ନିରାପତ୍ତା ପାଇଁ ଭାରତ ଏହି ମିଶନ ଆରମ୍ଭ କରିଥିଲା।