୭ ମାସର ଗର୍ଭବତୀ ନାବାଳିକା: ଜେଲ୍‌ ଗଲେ ୨ ଭାଇ, ପୂରା ଘଟଣା ଜାଣିଲେ…

କୁଜଙ୍ଗ,୨୫/୭(ମନୋଜ ପ୍ରଧାନ):ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର ଭଗ୍ୟଧର ଦାଶ ଓ ପଞ୍ଚାନନ ଦାଶ। ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ […] The post ୭ ମାସର ଗର୍ଭବତୀ ନାବାଳିକା: ଜେଲ୍‌ ଗଲେ ୨ ଭାଇ, ପୂରା ଘଟଣା ଜାଣିଲେ… appeared first on Dharitri Odia News.

୭ ମାସର ଗର୍ଭବତୀ ନାବାଳିକା: ଜେଲ୍‌ ଗଲେ ୨ ଭାଇ, ପୂରା ଘଟଣା ଜାଣିଲେ…

କୁଜଙ୍ଗ,୨୫/୭(ମନୋଜ ପ୍ରଧାନ):ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର ଭଗ୍ୟଧର ଦାଶ ଓ ପଞ୍ଚାନନ ଦାଶ। ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଉଭୟଙ୍କ ଜାମିନ ନାମଞ୍ଜୁର ହେବାରୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ କଟକ ନିଆଯାଇଥିବା ଜଣାପଡିଛି । ଏଠାରେ ରେଡିଓଲୋଜି ପରୀକ୍ଷା ପାଇଁ ବ୍ୟବସ୍ଥା ନାହିଁ । ତେଣୁ ବାସ୍ତବରେ ପୀଡ଼ିତା ଜଣକ କେତେ ଦିନର ଗର୍ଭବତୀ ଅଛି ତାହା ଜାଣିବା ପାଇଁ କଟକ ପଠାଯାଇଥିବା ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ କହିଛନ୍ତି। ବର୍ତ୍ତମାନ ପୀଡ଼ିତା ନାବାଳିକାଙ୍କ ଗର୍ଭପାତ କରାଯିବ କି ନାହିଁ ତାହା ନିଷ୍ପତ୍ତି ହୋଇନାହିଁ। ୧୮ ସପ୍ତାହରୁ ଅଧିକ ହୋଇଥିଲେ ଗର୍ଭପାତ କଲେ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ। ଏଥିପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇ ନିଷ୍ପତ୍ତି ନିଆଯିବ। ଆଗକୁ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ଏସଡିପିଓ ରାଉତ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଝିଅ ସହ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୨ ଭାଇ ପ୍ରାୟ ଏକ ବର୍ଷ ପୂର୍ବରୁ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଫଳରେ ପୀଡ଼ିତା ୭ ମାସର ଗର୍ଭବତୀ ହୋଇଛନ୍ତି। ଏବିଷୟରେ ଜଣାପଡ଼ିବା ପରେ ଅଭିଯୁକ୍ତ ୨ ଭାଇ ଓ ସ୍ଥାନୀୟ ଅଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ପୀଡ଼ିତାଙ୍କ ବାପାଙ୍କୁ ଘଟଣା ପ୍ରଘଟ ନ କରିବା ପାଇଁ ଟଙ୍କା ଯାଚିଥିଲେ। ମାତ୍ର ସେ ରାଜି ନ ହେବାରୁ ଉଭୟ ବାପା ଓ ଝିଅଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏନେଇ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା (ନଂ.୨୭୨/୨୫) ରୁଜୁ କରିଥିଲା।

The post ୭ ମାସର ଗର୍ଭବତୀ ନାବାଳିକା: ଜେଲ୍‌ ଗଲେ ୨ ଭାଇ, ପୂରା ଘଟଣା ଜାଣିଲେ… appeared first on Dharitri Odia News.