ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ, ୮ଟାରେ ପୋଷ୍ଟାଲ ବାଲଟ ଗଣନା
ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଶନିବାର ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଉଭୟ ରାଜ୍ୟରେ ଶାସକ ଓ ବିରୋଧୀ ମେଣ୍ଟ ମଧ୍ୟରେ ଜୋର୍ଦାର ଲଢ଼େଇ ହୋଇଥିଲା। ଏଥିସହିତ କେରଳର ଓ୍ବାୟନାଡ ଲୋକ ସଭା ଆସନ ସମେତ ବିଭିନ୍ନ ରାଜ୍ୟର ୪୬ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଶନିବାର ଆସିବ। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ଲାଗି ନଭେମ୍ବର ୧୩ ଏବଂ ୨୦ ଦୁଇଟି […] The post ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ, ୮ଟାରେ ପୋଷ୍ଟାଲ ବାଲଟ ଗଣନା appeared first on Dharitri Odia News.
ନୂଆଦିଲ୍ଲୀ,୨୩ା୧୧: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଭୋଟଗଣତି ଶନିବାର ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ଉଭୟ ରାଜ୍ୟରେ ଶାସକ ଓ ବିରୋଧୀ ମେଣ୍ଟ ମଧ୍ୟରେ ଜୋର୍ଦାର ଲଢ଼େଇ ହୋଇଥିଲା। ଏଥିସହିତ କେରଳର ଓ୍ବାୟନାଡ ଲୋକ ସଭା ଆସନ ସମେତ ବିଭିନ୍ନ ରାଜ୍ୟର ୪୬ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ଶନିବାର ଆସିବ। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ଲାଗି ନଭେମ୍ବର ୧୩ ଏବଂ ୨୦ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍ଏମ୍) ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ସେଠାରେ କ୍ଷମତା ବଜାୟ ରଖିବା ପାଇଁ ଲକ୍ଷ୍ୟ ରଖିଥିବାବେଳେ ଭାଜପା ପୁଣିଥରେ କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି। ଝାଡ଼ଖଣ୍ଡରେ ୬୮.୯୫ ପ୍ରତିଶତ ମତଦାନ ହୋଇଥିଲା।
ସେହିପରି ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ଗତ ୨୦ ତାରିଖରେ ମତଦାନ ହୋଇଥିଲା। ସେଠାରେ ଶାସକ ଭାଜପା ନେତୃତ୍ୱାଧୀନ ମହାୟୁତି ମେଣ୍ଟ ଏବଂ ବିରୋଧୀ ମହା ବିକାଶ ଅଘାଡ଼ି ମଧ୍ୟରେ ଜୋର୍ଦାର ଲଢ଼େଇ ହୋଇଥିଲା। ସେଠାରେ ମତଦାନ ହାର ୬୬.୦୫ ରହିଛି। ଭାଜପା, ଶିବସେନା (ଏକନାଥ ଶିନ୍ଦେ ଗୋଷ୍ଠୀ) ଏବଂ ଅଜିତ ପାଓ୍ବାରଙ୍କ ଏନ୍ସିପିକୁ ନେଇ ଗଠିତ ମହାୟୁତି ମେଣ୍ଟକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ଅଧିକାଂଶ ଏକ୍ଜିଟ୍ ପୋଲ୍ (ବୁଥ୍ବାହୁଡ଼ା ଜନମତ ସର୍ଭେ) ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କଂଗ୍ରେସ, ଶିବସେନା (ୟୁବିଟି) ଏବଂ ଏନ୍ସିପି(ଏସ୍ପି)କୁ ନେଇ ଗଠିତ ମହାବିକାଶ ଅଘାଡ଼ି କ୍ଷମତାକୁ ଫେରିବା ନେଇ ଆଶାବାଦୀ ରହିଛି। ଶନିବାର ପୂର୍ବାହ୍ନ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ ଗଣନା କରାଯିବା ପରେ ୮ଟା ୩୦ରୁ ଇଭିଏମ୍ଗୁଡ଼ିକର ଭୋଟ ଗଣନା କରାଯିବ।
The post ଆଜି ମହାରାଷ୍ଟ୍ର, ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ, ୮ଟାରେ ପୋଷ୍ଟାଲ ବାଲଟ ଗଣନା appeared first on Dharitri Odia News.