ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ ମରକମ ଓରଫ ମଙ୍ଗଡି, ଆଇତା ମରକମ, ବିଜାରାମ ନୁପୋ, ଜଗା ତାତି ଓ ଦେବା ରାମ ତୁପୋ।  ଏମାନେ ମଲାଙ୍ଗେର ଏରିଆ କମିଟି ଅନ୍ତର୍ଗତ ରେବାଲି ଏବଂ ବୁରଗୁମ ପଞ୍ଚାୟତରେ ସିଏନ୍‌ଏମ୍‌ ଓ ମିଲିସିଆ ସଦସ୍ୟ ପଦବୀରେ ଥିବା ପୋଲିସରେ ସ୍ବୀକାର କରିଛନ୍ତି । ଏମାନଙ୍କ ନାମରେ ଅରନପୁର ଥାନାରେ […] The post ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ appeared first on Dharitri Odia News.

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ ମରକମ ଓରଫ ମଙ୍ଗଡି, ଆଇତା ମରକମ, ବିଜାରାମ ନୁପୋ, ଜଗା ତାତି ଓ ଦେବା ରାମ ତୁପୋ।  ଏମାନେ ମଲାଙ୍ଗେର ଏରିଆ କମିଟି ଅନ୍ତର୍ଗତ ରେବାଲି ଏବଂ ବୁରଗୁମ ପଞ୍ଚାୟତରେ ସିଏନ୍‌ଏମ୍‌ ଓ ମିଲିସିଆ ସଦସ୍ୟ ପଦବୀରେ ଥିବା ପୋଲିସରେ ସ୍ବୀକାର କରିଛନ୍ତି । ଏମାନଙ୍କ ନାମରେ ଅରନପୁର ଥାନାରେ ବିଭିନ୍ନ ଧାରାରେ ଆପରାଧିକ ମାମଲା ପଞ୍ଜୀକୃତ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଛତିଶଗଡ଼ରେ ଚାଲୁଥିବା ମାଓବାଦୀ ଦମନ ଅଭିଯାନ ଅରନପୁର ଅଞ୍ଚଳ ମଲାଙ୍ଗେର ଏରିଆ କମିଟି ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପରେ ଦାନ୍ତଓ୍ବୋଡା ଅରନପୁର ଥାନା ଡିଆର୍‌ଜି, ସିଆର୍‌ପିଏଫ୍‌ ୧୧୧ ବାଟାଲିୟନ ମିଳିତଭାବେ ଅରନପୁର ସମେଲୀ ମାର୍ଗରେ ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗିରଫ କରିଯାଇଛି।

The post ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ appeared first on Dharitri Odia News.