ଦାଦନ ଖଟିବାକୁ ଯାଇ ସନ୍ଦେହଜନକ ମୃତ୍ୟୁ: ରେଳ ଟ୍ରାକରୁ ମୃତଦେହ ଜବତ
ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ଅନେକ ଲୋକ ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହେଉଥିବା ନଜିର ରହିଛି। ଜଣେ ଜନଜାତି ସମ୍ପ୍ରଦାୟର ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ମାତ୍ର ଗୋଟିଏ ଦିନ କାମ କରି ସ୍ବାସ୍ଥ୍ୟଖରାପ ଯୋଗୁ ପୁଣି ଗାଁକୁ ଫେରୁଥିଲେ। ତେବେ ରବିବାର ତାଙ୍କ ମୃତଦେହ ପଲାସା ଥାନାଠାରୁ ୨୦ କିଲୋମିଟର ଦୂରତା ରେଳ ଟ୍ରାକରୁ ମିଳିଥିବା ଜଣାପଡିଛି। ମୃତକ ହେଲେ ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ […] The post ଦାଦନ ଖଟିବାକୁ ଯାଇ ସନ୍ଦେହଜନକ ମୃତ୍ୟୁ: ରେଳ ଟ୍ରାକରୁ ମୃତଦେହ ଜବତ appeared first on Dharitri Odia News.
ଦାରିଙ୍ଗବାଡି,୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ଅନେକ ଲୋକ ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହେଉଥିବା ନଜିର ରହିଛି। ଜଣେ ଜନଜାତି ସମ୍ପ୍ରଦାୟର ଯୁବକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ। ମାତ୍ର ଗୋଟିଏ ଦିନ କାମ କରି ସ୍ବାସ୍ଥ୍ୟଖରାପ ଯୋଗୁ ପୁଣି ଗାଁକୁ ଫେରୁଥିଲେ। ତେବେ ରବିବାର ତାଙ୍କ ମୃତଦେହ ପଲାସା ଥାନାଠାରୁ ୨୦ କିଲୋମିଟର ଦୂରତା ରେଳ ଟ୍ରାକରୁ ମିଳିଥିବା ଜଣାପଡିଛି।
ମୃତକ ହେଲେ ଦାରିଙ୍ଗବାଡି ଥାନା ଶ୍ରାନିକେତା ପଞ୍ଚାୟତ ଶୀତଲପାଟା ଗ୍ରାମର ମୁନା ପ୍ରଧାନ। ମୁନାଙ୍କ ସହ ଅନ୍ୟ ଜଣେ ଥିବା ବେଳେ ସେମାନେ ଘରକୁ ଫେରିଥିଲେ ମଧ୍ୟ ମୁନା ଆସି ନ ଥିବାରୁ ପରିବାର ଲୋକ ବ୍ୟସ୍ତ ହୋଇପଡ଼ିଥିଲେ। ଅଞ୍ଚଳରେ କାର୍ଯ୍ୟରତ ଗ୍ରାମବିକାଶ ଓ ଜାଗୃତି ସ୍ବଚ୍ଛୋସେବୀ ଅନୁଷ୍ଠାନକୁ ପରିବାର ଲୋକ ଯୋଗାଯୋଗ କରିବା ପରେ ଅନୁଷ୍ଠାନ ପକ୍ଷରୁ ପଲାସା ଅଞ୍ଚଳ ରେଲୱେ ପୋଲିସ ସହ ଯୋଗାଯୋଗ କରି ମୁନାଙ୍କ ମୃତଦେହକୁ ଚି଼ହ୍ନଟ କରିଥିଲେ। ମୁନା କୌଣସି କାରଣରୁ ଟ୍ରେନରୁ ଖସି ପଡିଥିବା ସନ୍ଦେହ କରାଯିବା ସହ ମୁନାଙ୍କ ମରଶରୀରକୁ ସେଠାରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ଗ୍ରାମକୁ ଅଣାଯାଉଥିବା ସ୍ବଚ୍ଛୋସେବୀ ଅନୁଷ୍ଠାନଥର କଳାବତୀ ମାଝୀ କହିଛନ୍ତି ।
The post ଦାଦନ ଖଟିବାକୁ ଯାଇ ସନ୍ଦେହଜନକ ମୃତ୍ୟୁ: ରେଳ ଟ୍ରାକରୁ ମୃତଦେହ ଜବତ appeared first on Dharitri Odia News.