ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌ ମାଗ୍ନିଫିସେଣ୍ଟ ଜୁଏଲ୍ସ ଅକ୍ସନ’ରେ ଏହି ହୀରା ନିଲାମ ହେବାକୁ ଯାଉଛି। ଐତିହାସିକଙ୍କ ଅନୁଯାୟୀ, ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରା ବହୁ ବର୍ଷ ପୂର୍ବରୁ ଇନ୍ଦୋର ଏବଂ ବଡ଼ୋଦରାର ମହାରାଜାଙ୍କ ନିକଟରେ ରହିଥିଲା। ୨୩.୨୪ କ୍ୟାରେଟର ଏହି ଦୁର୍ଲଭ ନୀଳ ରଙ୍ଗର ହୀରାର ଆନୁମାନିକ ମୂଲ୍ୟ ୩୦୦ରୁ ୪୩୦ କୋଟି ମଧ୍ୟରେ […] The post ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା appeared first on Dharitri Odia News.

ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା

ଜେନେଭା, ୧୪।୪:ଭାରତର ରାଜକୀୟ ଐତିହ୍ୟକୁ ଦର୍ଶାଉଥିବା ବିରଳ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାର ନିଲାମ ହେବାକୁ ଯାଉଛି। ଆସନ୍ତା ମେ ୧୪ରେ ସୁଇଜରଲାଣ୍ଡର ଜେନେଭାସ୍ଥିତ ‘କ୍ରିଷ୍ଟିଜ୍‌ ମାଗ୍ନିଫିସେଣ୍ଟ ଜୁଏଲ୍ସ ଅକ୍ସନ’ରେ ଏହି ହୀରା ନିଲାମ ହେବାକୁ ଯାଉଛି। ଐତିହାସିକଙ୍କ ଅନୁଯାୟୀ, ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରା ବହୁ ବର୍ଷ ପୂର୍ବରୁ ଇନ୍ଦୋର ଏବଂ ବଡ଼ୋଦରାର ମହାରାଜାଙ୍କ ନିକଟରେ ରହିଥିଲା। ୨୩.୨୪ କ୍ୟାରେଟର ଏହି ଦୁର୍ଲଭ ନୀଳ ରଙ୍ଗର ହୀରାର ଆନୁମାନିକ ମୂଲ୍ୟ ୩୦୦ରୁ ୪୩୦ କୋଟି ମଧ୍ୟରେ ହୋଇଥିବା ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। କ୍ରିଷ୍ଟି ଜୁଏଲ୍ସର ଅନ୍ତର୍ଜାତୀୟ ଅଳଙ୍କାର ମୁଖ୍ୟ ରାହୁଲ କଡ଼ାକିଆ କହିଛନ୍ତି, ନିଜର ରାଜକୀୟ ଐତିହ୍ୟ, ଅସାଧାରଣ ରଙ୍ଗ ଏବଂ ଅଦ୍ଭୁତ ଆକାର ପାଇଁ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ହୀରାକୁ ବିଶ୍ୱର ସବୁଠାରୁ ବିରଳ ହୀରାଗୁଡ଼ିକ ମଧ୍ୟରେ ଗଣାଯାଇଥାଏ। ଏହି ନୀଳ ରଙ୍ଗର ହୀରା ବର୍ତ୍ତମାନର ତେଲଙ୍ଗାନାସ୍ଥିତ ପ୍ରସିଦ୍ଧ ଗୋଲକୁଣ୍ଡା ଖଣିରୁ ଉତ୍ପନ୍ନ ହୋଇଛି, ଯାହା ପ୍ରତିଷ୍ଠିତ ହୀରା ଉତ୍ପାଦନ ପାଇଁ ପ୍ରସିଦ୍ଧ। ତେଣୁ ଏହି ହୀରାର ନାମ ‘ଦି ଗୋଲକୋଣ୍ଡା ବ୍ଲ୍ୟୁ’ ରଖାଯାଇଥିବା ସେ କହିଛନ୍ତି।

The post ଜେନେଭାରେ ନିଲାମ ହେବ ଭାରତର ଦୁର୍ଲଭ ହୀରା appeared first on Dharitri Odia News.